ଓଡିଶା

odisha

ETV Bharat / bharat

ଶିବ କୁମାରଙ୍କୁ ଜେଲ ନା ବେଲ, ଆଜି ଆସିବ ରାୟ

ବେଆଇନ ଅର୍ଥ କାରବାର ଅଭିଯୋଗରେ ଗିରଫ ହୋଇଥିବା କଂଗ୍ରେସ ନେତା ଶିବକୁମାର ଦୀପାବଳି ଜେଲରେ ପାଳିବେ ନା ବେଲରେ ଆସିବେ ତାହା ଆଜି ସ୍ପଷ୍ଟ ହେବ।

By

Published : Oct 23, 2019, 1:05 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ବେଆଇନ ଅର୍ଥ କାରବାର ଅଭିଯୋଗରେ ଗିରଫ ହୋଇ ନ୍ୟାୟିକ ହେପାଜତରେ ଥିବା କର୍ଣ୍ଣାଟକ କଂଗ୍ରେସର ବରିଷ୍ଠ ନେତା ଡିକେ ଶିବ କୁମାର ଜେଲରେ ରହିବେ ନା ବେଲରେ ବାହାରିବେ, ତାହା ବୁଧବାର ସ୍ପଷ୍ଟ ହେବ। ଆଜି ଅପରାହ୍ନରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଏନେଇ ନିଜ ରାୟ ଶୁଣାଇବେ । ବିଚାରପତି ସୁରେଶ କୈତ କୋର୍ଟଙ୍କ ସଂରକ୍ଷିତ ରାୟ ଶୁଣାଇବେ।


ମାନ୍ୟବର ଉଚ୍ଚନ୍ୟାୟାଳୟ 17 ଅକ୍ଟୋବରରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି । ଶୁଣାଣି ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତରଫରୁ କେଏମ ନଟରାଜ କହିଥିଲେ 3ଟି ସ୍ଥାନରୁ 8କୋଟି ଟଙ୍କା ଜବତ କରାଯାଇଛି । ଏହାସହ ସେ ଯୁକ୍ତି ରଖିଥିଲେ ଭାରତୀୟ ଦଣ୍ଡ ସଂହିତା ଧାରା 120(ଖ) ଅନୁସାରେ ଏହା ଅପରାଧ। ଖାଲି ଏତିକି ନୁହେଁ ଗିରଫ ହୋଇଥିବା ଶିବକୁମାର ତଦନ୍ତରେ ସହଯୋଗ କରୁନାହାଁନ୍ତି । ଯେଉଁ ପ୍ରମାଣ ଇଡି ପାଖରେ ଅଛି ସେହି ଆଧାରରେ ଧାରା 19 ବଳରେ ଶିବ କୁମାରଙ୍କୁ ଗିରଫ କରାଯାଇଛି।

ନଟରାଜ ଆହୁରି ଦୃଢ ଯୁକ୍ତି ରଖି କୋର୍ଟଙ୍କୁ କହିଥିଲେ ଶିବ କୁମାର ନିର୍ବାଚନ ବେଳେ ତାଙ୍କର 8ଶହ କୋଟି ସମ୍ପତ୍ତି ସହ 24 କୋଟି ଚାଷ ଜମି ଥିବା ଦର୍ଶାଇଛନ୍ତି । ଏହାସହ ସ୍ପଷ୍ଟ ଏହି ସବୁ ସମ୍ପତ୍ତି ବେଆଇନ ସହ ତାଙ୍କୁ ଜାମିନ ନଦେବାକୁ ଅପିଲ କରାଯାଇଥିଲା। ସମସ୍ତଙ୍କ ପକ୍ଷ ଶୁଣିବା ପରେ ନ୍ୟାୟାଳୟ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି । ଆଜି ଅପରାହ୍ନରେ ରାୟ ପ୍ରକାଶ ପାଇବ ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ABOUT THE AUTHOR

...view details