ଆସାମ/ପାଟଣା: ବର୍ତ୍ତମାନ ଦେଶରେ ହାହାକାର ମଚାଇଛି ଆସାମ ଓ ବିହାର ବନ୍ୟା ପରିସ୍ଥିତି । ପ୍ରତିଦିନ ଲକ୍ଷାଧିକ ଲୋକେ ପ୍ରଭାବିତ ହେବା ସହ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ଗତ କିଛି ଦିନର ଆସାମରେ ଲଗାଣ ବର୍ଷାରେ ଭୟଙ୍କର ହୋଇଉଠିଥିବା ବ୍ରହ୍ମପୁତ୍ର ନଦୀ ଆସାମକୁ ଝାରଖାର କରିଦେଇଥିବା ବେଳେ ବନ୍ୟା ବିଭୀଷିକାରେ ବେହାଲ ବିହାର ।
ବିହାରର 12ଟି ଜିଲ୍ଲାର 65 ଲକ୍ଷ ଲୋକେ ପ୍ରଭାବିତ ହୋଇଥିବା 158 ଜଣଙ୍କର ମୃତ୍ୟୁ ହେଲାଣି । ସେପଟେ ଆସାମର ଉପର ଭାଗରେ ସୁଧାର ଆସୁଥିବେଳେ ଏବେ ବି ତଳିଆ ଅଞ୍ଚଳରେ ଆଶଙ୍କା ଘାରି ରହିଛି ।