ଓଡିଶା

odisha

ETV Bharat / bharat

ଉବୁଟୁବୁ ବିହାର: 16 ଜିଲ୍ଲାର 75 ଲକ୍ଷରୁ ଅଧିକ ଲୋକେ ପ୍ରଭାବିତ - ଉବୁଟୁବୁ ବିହାର

ସଙ୍ଗୀନ ବିହାରର ବନ୍ୟାସ୍ଥିତି । 16 ଜିଲ୍ଲାର 75 ଲକ୍ଷରୁ ଅଧିକ ଲୋକେ ପ୍ରଭାବିତ । ମୃତ୍ୟୁ ସଂଖ୍ୟା ଛୁଇଁଲା 24 । ଅଧିକ ପଢନ୍ତୁ...

Death toll due to floods in Bihar rises to 24, over 75 lakh people affected
ଉବୁଟୁବୁ ବିହାର :16 ଜିଲ୍ଲାର 75 ଲକ୍ଷରୁ ଅଧିକ ଲୋକେ ପ୍ରଭାବିତ

By

Published : Aug 12, 2020, 7:41 AM IST

ପାଟନା: ବିଗିଡିବାରେ ଲାଗିଛି ବିହାରର ବନ୍ୟାସ୍ଥିତି । 24 ଘଣ୍ଟା ମଧ୍ୟରେ 16 ଜିଲ୍ଲାର 62,000 ହଜାରରୁ ଅଧିକ ଲୋକେ ପ୍ରଭାବିତ ହୋଇଛନ୍ତି । ଏପର୍ଯ୍ୟନ୍ତ 75ଲକ୍ଷରୁ ଅଧିକ ଲୋକେ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ଏନେଇ ବିପର୍ଯ୍ୟୟ ପରିଚାଳନା କମିଟି ପକ୍ଷରୁ ବୁଲେଟିନ ଜାରି କରାଯାଇଛି । 16 ଜିଲ୍ଲାର 1,260 ପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏପର୍ଯ୍ୟନ୍ତ 24 ଜଣଙ୍କ ମୃତ୍ୟୁ ହୋଇଛି । ବନ୍ୟାରେ ଦରଭଙ୍ଗା ଜିଲ୍ଲାରେ 10 ଜଣଙ୍କର ଜୀବନ ଯାଇ ଥିବା ବେଳେ ମୁଜାଫରପୁରରେ 6 ଜଣ,ପଶ୍ଚିମ ଚମ୍ପରଣରେ 4 ,ସରଣ ଓ ସିଓ୍ବାନରେ ଦୁଇ ଜଣ ଲେଖାଏଁ ମୃତ୍ୟୁ ବରଣ କରିଥିବା ନେଇ ବୁଲେଟିନ ଜାରି କରାଯାଇଛି ।

ଉବୁଟୁବୁ ବିହାର :16 ଜିଲ୍ଲାର 75 ଲକ୍ଷରୁ ଅଧିକ ଲୋକେ ପ୍ରଭାବିତ

20ଟି ଏନଡିଆରଏଫ ଟିମ ଓ 13ଟି ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଦଳ 5,36,371 ଲୋକଙ୍କୁ ଜଳବନ୍ଦୀ ଅଞ୍ଚଳରୁ ଉଦ୍ଧାର କରିଛନ୍ତି। 7ଟି ରିଲିଫ କ୍ୟାମ୍ପରେ 12,479 ଲୋକେ ଆଶ୍ରୟ ନେଇଛନ୍ତି । 1,204ଟି କମ୍ୟୁନିଟି କିଚେନ ସେଣ୍ଟର କରାଯାଇ 9.29 ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି । ବାଗମାଟି, ବୁରି ଗାନ୍ଧକ, କମଲାବାଲାନ ଓ ଖିରୋଇ ଭଳି ଅନେକ ନଦୀ ବିପଦ ସଙ୍କତ ଉପରେ ପ୍ରବାହିତ ହେଉଛି। ଗଙ୍ଗା ନଦୀ ମଧ୍ୟ ଭାଗଲପୁରର କାହଲଗାଓଁରେ ବିପଦ ସଙ୍କେତଠାରୁ 15 ସେମି ଉଚ୍ଚରେ ପ୍ରବାହିତ ହେଉଛି। ସୀତାମହାରୀ, ସେହୋର, ସୁପାଲ, କିଶାନଗଞ୍ଜ, ଦାରଭଙ୍ଗା, ମୁଜାଫରପୁର, ଗୋପାଳଗଞ୍ଜ, ପଶ୍ଚିମ ଚମ୍ପାରନ, ପୂର୍ବ ଚମ୍ପରନ, ଖାଗରିଆ, ସରଣ, ସାମସ୍ତିପୁର, ସିଓ୍ବାନ, ମଧୁବାଣୀ, ମାଧପୁରା ଓ ସାହାର୍ଷା ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି ।

ବ୍ୟରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details