ଓଡିଶା

odisha

By

Published : Aug 3, 2020, 11:08 AM IST

ETV Bharat / bharat

ସମ୍ବରରୁ ବାହାରିଲା ଝିଟିପିଟି, ଥାନାରେ ଏତଲା ଦେଲେ ଗ୍ରାହକ

ସାରାଭନା ଭବନ ରେସ୍ତୋରାଁରେ ଖାଦ୍ୟରୁ ବାହାରିଲା ଝିଟିପିଟି। ଥାନାରେ ଏତଲା ଦେଲେ ଗ୍ରାହକ । ହୋଟେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବା ଅଭିଯୋଗ । ଅଧିକ ପଢନ୍ତୁ.....

dead lijard found in sambhar in resturent in Connaught Place
ସମ୍ବରରୁ ବାହାରିଲା ଝିଟିପିଟି,ଥାନାରେ ଏତଲା ଦେଲେ ଗ୍ରାହକ

ନୂଆଦିଲ୍ଲୀ:ସମ୍ବରରୁ ବାହାରିଲା ଝିଟିପିଟି । ନୂଆଦିଲ୍ଲୀର ଥିବା ଫୁଡଚେନ ଭାବେ ଜଣାଶୁଣା ସାରାଭନା ଭବନ ରେସ୍ତୋରାଁରେ ଏଭଳି ଘଟଣା ଘଟିଛି । ଜଣେ ବ୍ୟକ୍ତିଙ୍କ ସମ୍ବର ପ୍ଲେଟରୁ ଝିଟିପିଟି ମିଳିଥିବା ଦେଖିବାକୁ ମିଳିଛି । ଏନେଇ ରେସ୍ତୋରାଁ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ସୂଚନା ଅନୁସାରେ, ପଙ୍କଜ ଅଗ୍ରଓ୍ବାଲ ଓ ତାଙ୍କ ତିନି ସାଙ୍ଗ ମିଶି କୋନୋଉଟ ପ୍ଲସରେ ଥିବା ସାରାଭନା ଭବନର ରେସ୍ତୋରାଁକୁ ଖାଇବାକୁ ଯାଇଥିଲେ । ଖାଇବା ପାଇଁ ଦୋଷା ଅର୍ଡର ଦେଇଥିଲେ । ହେଲେ , ଅର୍ଡର କରାଯାଇଥିବା ଦୋଷା ଓ ସମ୍ବରରୁ ମଲା ଝିଟିପିଟି ମିଳିଥିଲା। ଏନେଇ ପଙ୍କଜ ହୋଟେଲ ମ୍ୟାନେଜରଙ୍କୁ ଅଭିଯୋଗ ହୋଇଥିଲା ।କିନ୍ତୁ ହୋଟେଲ କର୍ତ୍ତୃପକ୍ଷ ଏହି ଘଟଣାକୁ ଏତେ ଗୁରୁତ୍ବ ଦେଇ ନଥିଲେ । ଏନେଇ ପଙ୍କଜ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଖାଦ୍ୟର ନମୁନା ସଂଗ୍ରହ କରିବା ସହିତ ମାମଲା ରୁଜୁ କରିଥିଲା । ହେଲେ ଏପର୍ଯ୍ୟନ୍ତ ହୋଟେଲଟି ବନ୍ଦ ହୋଇ ନଥିବା ଜଣାପଡିଛି ।

ସାରାଭନା ଭବନ ରେସ୍ତୋରାଁରେ ଖାଦ୍ୟରୁ ବାହାରିଲା ଝିଟିପିଟି

ତେବେ, ଅନଲକ 3 ରେ ବ୍ୟବସାୟକୁ ବଢାଇବା ଉଦ୍ଦେଶ୍ୟରେ ଦିଲ୍ଲୀରେ ହୋଟେଲ ଓ ରେସ୍ତୋରାଁ ଖୋଲିବା ଥିବା ନେଇ ଦିଲ୍ଲୀ ସରକାର ଓ ଏଲଜିଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଏହା ମଧ୍ୟରେ ରେସ୍ତୋରାଁରୁ ଖାଦ୍ୟରୁ ଝିଟିପିଟି ବାହାରିବା ଏହି ମାମଲାକୁ ଆହୁରି ଜଟିଳ କରିଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details