ଓଡିଶା

odisha

ETV Bharat / bharat

DDC ନିର୍ବାଚନ ଫଳାଫଳରେ ଆତ୍ମବିଭୋର ଓମାର ଅବଦୁଲ୍ଲା, ବିଜେପିକୁ କଲେ ଟାର୍ଗେଟ

ମ୍ମୁ କାଶ୍ମୀର ଜିଲ୍ଲା ବିକାଶ ପରିଷଦ ଫଳାଫଳରେ ବେଶ ଉତ୍ସାହିତ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା । ନିର୍ବାଚନର ଫଳାଫଳ ବିଜେପି ତଥା ଏହାର ସହଯୋଗୀ ରାଜନୈତିକ ଦଳ ପାଇଁ ପାଇଁ ଖୋଲିଦେବ ବୋଲି କହିଛନ୍ତି ଓମାର । ଅଧିକ ପଢନ୍ତୁ...

DDC ନିର୍ବାଚନ ଫଳାଫଳରେ ଆତ୍ମବିଭୋର ଓମାର ଅବଦୁଲ୍ଲା, ବିଜେପିକୁ କଲେ ଟାର୍ଗେଟ
DDC ନିର୍ବାଚନ ଫଳାଫଳରେ ଆତ୍ମବିଭୋର ଓମାର ଅବଦୁଲ୍ଲା, ବିଜେପିକୁ କଲେ ଟାର୍ଗେଟ

By

Published : Dec 22, 2020, 10:26 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀର ଜିଲ୍ଲା ବିକାଶ ପରିଷଦ ଫଳାଫଳରେ ବେଶ ଉତ୍ସାହିତ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା । ନିର୍ବାଚନରେ ଗୁପକାର ମେଣ୍ଟର ଜବରଦସ୍ତ ପ୍ରଦର୍ଶନକୁ ନେଇ ଓମାର ଅବଦଲ୍ଲା କହିଛନ୍ତି, ଫଳାଫଳା ସେହି ଲୋକଙ୍କ ପାଇଁ ଜବାବ ଯେଉଁମାନେ କହୁଥିଲେ ଘାଟିରେ ଆମର ଅସ୍ତିତ୍ବ ହଜିଯାଇଛି । ଆମେ ପରିବାରବାଦର ପାର୍ଟି ନେଇ ଯେଉଁମାନେ ଅଭିଯୋଗ କରୁଥିଲେ, ସେମାନଙ୍କ ପାଇଁ ଏହି ନିର୍ବାଚନ ବଡ ଶିକ୍ଷା ବୋଲି କହିଛନ୍ତି ଓମାର ।

DDC ନିର୍ବାଚନ ଫଳାଫଳରେ ଆତ୍ମବିଭୋର ଓମାର ଅବଦୁଲ୍ଲା, ବିଜେପିକୁ କଲେ ଟାର୍ଗେଟ

ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ମଙ୍ଗଳବାର ଜିଲ୍ଲା ବିକାଶ ପରିଷଦ (ଡିଡିସି) ନିର୍ବାଚନର ଫଳାଫଳ ବିଜେପି ତଥା ଏହାର ସହଯୋଗୀ ରାଜନୈତିକ ଦଳ ପାଇଁ ପାଇଁ ଖୋଲିଦେବ ବୋଲି କହିଛନ୍ତି, ଜନସାଧାରଣ ରାଜ୍ୟର ସ୍ବତନ୍ତ୍ର ସ୍ଥିତି ରଦ୍ଦ କରିବାର ନିଷ୍ପତ୍ତିକୁ ଖାରଜ କରିଦେଇଛନ୍ତି ।

ଏନସି ନେତା ଓମାର କହିଛନ୍ତି ଯେ ଫଳାଫଳ ଗୁପକାର ମେଣ୍ଟ ପାଇଁ ଏକ ମହତ୍ବପୂର୍ଣ୍ଣ ସଫଳତା । ସେ ଏହି ଦୃଷ୍ଟିକୋଣକୁ ସମର୍ଥନ କରନ୍ତି ଯେ ଜମ୍ମୁ କାଶ୍ମୀରର ସ୍ବତନ୍ତ୍ର ମାନ୍ୟତା ରଦ୍ଦ ଏବଂ ଏହାକୁ ଏକ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବାକୁ ଲୋକମାନେ ଗ୍ରହଣ କରିନାହାଁନ୍ତି |

ଅବଦୁଲ୍ଲା କହିଛନ୍ତି, ଯଦି ଏବେ ବିଜେପି ଓ ଏହାର ସହଯୋଗୀ ଦଳ ଗଣତନ୍ତ୍ରରେ ବିଶ୍ବାସ କରନ୍ତି, ତାହେଲେ ସେମାନେ ତୁରନ୍ତ ନିଜ ନିଷ୍ପତ୍ତି ପ୍ରତ୍ୟାହାର କରିବେ । ସେ ଆହୁରି ମଧ୍ୟ କହିଛନ୍ତି, ବିଜେପି ଏହି ନିର୍ବାଚନକୁ 2019ର ନିଜ ନୀତି ପାଇଁ ଜନମତ ସଂଗ୍ରହରେ ପରିବର୍ତ୍ତିତ କରିଦେଇଥିଲା । ତେବେ ବିଜେପି ଲୋକଙ୍କ ଇଚ୍ଛାକୁ ହୃଦୟଙ୍ଗମ କରିବ ବୋଲି କହିଛନ୍ତି ଓମାର ।

ABOUT THE AUTHOR

...view details