ଓଡିଶା

odisha

ETV Bharat / bharat

ଆସିଲାନି ଆମ୍ବୁଲାନ୍ସ,ବସରେ ଜନ୍ମ ନେଲା ଶିଶୁକନ୍ୟା

ଆମ୍ବୁଲାନ୍ସ ନ ଆସିବାରୁ ବସରେ ଜନ୍ମ ହେଲା ନବଜାତ ଶିଶୁକନ୍ୟା । ବସର ନାଁ ଅନୁସାରେ ରହିଲା ଶିଶୁର ନାଁ ।

daughter-born-in-a-bus-named-as-mahoba-deepo
ଆସିଲାନି ଆମ୍ବୁଲାନ୍ସ,ବସ ଭିତରେ ଜନ୍ମ ହେଲା ଶିଶୁକନ୍ୟା

By

Published : Sep 29, 2020, 6:25 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଜନନୀ ସୁରକ୍ଷାରେ ମାଙ୍କ ପାଇଁ ହୋଇଥିବା ଆମ୍ବୁଲାନ୍ସ ନ ଆସିବାରୁ ଗରର୍ଭତୀ ଜଣଙ୍କ ବସରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ବସର ନାଁ ଅନୁସାରେ ନବଜାତର ନାଁ ରଖିଲେ ଶିଶୁର ମା ।

ଆସିଲାନି ଆମ୍ବୁଲାନ୍ସ,ବସ ଭିତରେ ଜନ୍ମ ହେଲା ଶିଶୁକନ୍ୟା

ହମିରପୁର ଜିଲ୍ଲାର ରାଠ କସବେର ଉଜାଲା ନାମକ ଜଣେ ଗର୍ଭବତୀ ଅସହ୍ୟ ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ । ଡାକ୍ତରଖାନା ଯିବା ପାଇଁ ଆମ୍ବୁଲାନ୍ସକୁ ଫାେନ କରିଥିଲେ ହେଲେ ଆମ୍ବୁଲାନ୍ସ ଆସିନଥିଲା । ଫଳରେ ତାଙ୍କୁ ଏକ ବସ୍(ନଂ-ୟୁପି 95 ବି 3451)ରେ ଜିଲ୍ଲା ମୁଖ୍ୟ ଚିକିତ୍ସାକୁ ନିଆଯାଇଥିଲା । ହେଲେ ମହିଳା ଜଣଙ୍କ ବାଟରେ ଅର୍ଥାତ୍ ବସ୍ ଭିତରେ ହିଁ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ଉଭୟ ମା ଓ ପିଲା ସୁସ୍ଥ ଥିବା ଜଣାପଡିଛି ।

ଏପଟେ ବସର ନାଁ ଅନୁସାରେ ପିଲାଟିର ନାଁ ମହୋବା ଡିପୋ ରଖି ବେଶ୍ ଖୁସି ଥିବା କହିଛନ୍ତି ଶିଶୁର ମା ।

ABOUT THE AUTHOR

...view details