https://www.abplive.com/lifestyle/dates-are-useful-for-health-and-may-remove-illness-1363603
ଖଜୁରୀ ବା ଡେଟ ର ବ୍ୟବାହର ସ୍ବାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ । ମେଡିକାଲ ସାଇନ୍ସ ଅନୁଯାୟୀ, ଖଜୁରୀ ଏକ ନିଆରା ଫଳ । ଏଥିରେ ଶରୀର ପାଇଁ ଅତ୍ୟାବଶ୍ୟକ ଉପାଦାନଗୁଡ଼ିକ ପ୍ରଚୁର ପରିମାଣରେ ମିଳିଥାଏ । ଏହା ଅନେକ ପ୍ରକାରର ରୋଗ ଦୂର କରିବା ପାଇଁ ରାମବାଣ ସଦୃଶ୍ୟ ଅଟେ । ଏହା ବିଷୟରେ ଆଉ କିଛି ରୋଚକ ତଥ୍ୟ ଜାଣନ୍ତୁ...
ଖଜୁରିରୀରେ ପୋଟାସିୟମ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଏବଂ କପର ମିଳିଥାଏ । ଫାଇବରର ଉପସ୍ଥିତି ଶରୀରରେ ଥିବା କୋଲେଷ୍ଟ୍ରଲକୁ କମ କରି କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇଥାଏ। ଏହା ଭିତରେ ଥିବା ଟେନିନ୍ ଶରୀରର ବିଷାକ୍ତ ଉପାଦାନଗୁଡିକୁ ବାହାର କରିବାରେ ସାହାଯ୍ୟ କରିଥାଏ । ଜୀବାଣୁ ମାରିବା ପାଇଁ ଟେନିନ୍ର କ୍ଷମତା ଅଛି । ବି-କାରୋଟିନ୍, ଲୁଟିନ୍, ଜି-ଜାନଥିନ ପରି ରାସାୟନିକ ପଦାର୍ଥର ଉପସ୍ଥିତି ହେତୁ, ଖଜୁରୀ ଆଖିର ଦୃଷ୍ଟିଶକ୍ତି ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ । ଏହି ଉପାଦାନଗୁଡ଼ିକ ଆଣ୍ଟି-ଅକ୍ସିଡାଣ୍ଟ ମଧ୍ୟ ଗଠନ କରନ୍ତି ।