କୋଲକାତା: ପଶ୍ଚିମବଙ୍ଗ ସାଗର ଦ୍ବୀପରେ ବୁଲବୁଲ ଲ୍ୟାଣ୍ଡଫଲ କରି ତାଣ୍ଡବ ରଚିବା ପରେ ଏହା ଧିରେ ଧିରେ ବାଂଲାଦେଶ ମୁହାଁ ହୋଇଛି । ଦକ୍ଷିଣ-ପଶ୍ଚିମ ସୁନ୍ଦରବନ ଜାତୀୟ ପାର୍କ( ପଶ୍ଚିମବଙ୍ଗର 24 ପ୍ରଗଣା) ଦିଗରୁ 12 କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ବାତ୍ୟା ବୁଲବୁଲ । ଆଗାମୀ 3 ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଅବପାତର ରୂପ ନେବ ଏବଂ 6 ଘଣ୍ଟା ମଧ୍ୟରେ ଡିପ ଡିପ୍ରେସନରେ ପରିଣତ ହେବ ।
ବାତ୍ୟା ବୁଲବୁଲ ପଶ୍ଚିମବଙ୍ଗ ଅତିକ୍ରମ କରୁଥିବା ବେଳେ ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ଜାରି ରହିଛି । ଉତ୍ତର ଓ ଦକ୍ଷିଣ 24 ପ୍ରଗଣା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ଜାରି ରହିଛି। ପବନର ବେଗ ମଧ୍ୟ ବଢିବାରେ ଲାଗିଛି । ପାଖାପାଖି 250 ଗଛ ଭାଙ୍ଗିଥିବା ବେଳେ 2000 ରୁ ଅଧିକ କଚ୍ଚା ଘର ଭାଙ୍ଗିଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା କେହି ମୃତାହତ ହୋଇ ନଥିବା ସୂଚନା ରହିଛି ।