ଓଡିଶା

odisha

ETV Bharat / bharat

'ମହା' ମୁକାବିଲା: ଗୁଜୁରାଟରେ NDRFର 6ଟି ଟିମ ମୁତୟନ

ଆସୁଛି ‘ମହା’ ବାତ୍ୟା । ଏହାର ପ୍ରଭାବରେ ଗୁଜୁରାଟ, ମହାରାଷ୍ଟ୍ର, ଡାମନ ଡିଉ ଓ ଦ୍ରାଦ୍ରା ନଗର ହାବେଳୀରେ ହୋଇପାରେ ବଡ ଧରଣର କ୍ଷୟକ୍ଷତି । ମହା ମୁକାବିଲା ପାଇଁ ଏନଡିଆରଏଫର ଗୁଜୁରାଟରେ ବ୍ୟାପକ ପ୍ରସ୍ତୁତି ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Nov 6, 2019, 9:09 AM IST

ନୂଆଦିଲ୍ଲୀ: ଆସୁଛି ‘ମହା’ ବାତ୍ୟା । ଆଜି (ବୁଧବାର) ରାତିରେ ଏହା ଉପକୂଳ ଛୁଇଁବ । ଏହାର ପ୍ରଭାବରେ ଗୁଜୁରାଟ, ମହାରାଷ୍ଟ୍ର, ଡାମନ ଡିଉ ଓ ଦ୍ରାଦ୍ରା ନଗର ହାବେଳୀରେ ବୁଧବାର ସକାଳୁ ବର୍ଷା ହେବ । ସକାଳୁ ପବନର ବେଗ ଘଣ୍ଟାପ୍ରତି 40 କିମିରୁ 50 କିମି ରହିବାକୁ ଥିବାବେଳେ କ୍ରମଶଃ ଏହା ବଢି 70ରୁ 80 କିମି ପର୍ଯ୍ୟନ୍ତ ରହିବ । ଯେଉଁଥିଲାଗି ଏହି ସମୟରେ ଆରବ ସାଗରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି ।

ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମହା’କୁ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁସାରେ, ଗୁରୁବାର ‘ମହା’ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ । କିଛି କିଛି ସ୍ଥାନରେ ଘଣ୍ଟାପ୍ରତି ପବନର ବେଗ 90 କିମି ପର୍ଯ୍ୟନ୍ତ ମଧ୍ୟ ହୋଇଯିବ । ଏହାର ପ୍ରଭାବ ଗୁଜୁରାଟ ଉପରେ ଅଧିକ ପଡିବ ବୋଲି ସ୍ପଷ୍ଟ କରିଛି ଆଇଏମଡି ।

ସେଥିପାଇଁ ଗୁଜୁରାଟ ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଉପକୂଳିଆ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଇତିମଧ୍ୟରେ ଏନଡିଆରଏଫ ମଧ୍ୟ ଗୁଜୁରାଟରେ ପହଞ୍ଚି ଆବଶ୍ୟକ ପ୍ରସ୍ତୁତି ଆରମ୍ଭ କରିଛି । ଏନଡିଆରଏଫର 6ଟି ଟିମକୁ ଦିଲ୍ଲୀରୁ ନେଇ ଗୁଜୁରାଟର ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି । ଏନଡିଆରଏଫ ଉପ-କମାଣ୍ଡର ଅଜୟ ବର୍ମା କହିଛନ୍ତି 6 ଟି ଟିମ ପହଞ୍ଚିଛନ୍ତି ଗୁଜୁରାଟରେ । ଗୁଜୁରାଟ ପ୍ରଶାସନର ପରାର୍ମଶ ଅନୁଯାୟୀ ସେମାନଙ୍କୁ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଆବଶ୍ୟକ ସରଞ୍ଜାମ ସହ ମୁତୟନ କରାଯାଇଛି ।

ABOUT THE AUTHOR

...view details