ଓଡିଶା

odisha

ETV Bharat / bharat

ଅପରାଧ ନିୟନ୍ତ୍ରଣ ନେଇ ନିର୍ମାଣ ହେବ ସାଇବର ଫରେନ୍‌ସିକ୍‌ ଲ୍ୟାବ୍‌ - established

ମହିଳାଙ୍କ ଉପରେ ବଢୁଥିବା ଅପରାଧକୁ ନଜରରେ ରଖି ରାଜ୍ୟମାନଙ୍କରେ ସାଇବର ଫରେନ୍‌ସିକ୍‌ ପ୍ରୟୋଗଶାଳା ଓ ଡିଏନ୍‌ଏ ଯାଞ୍ଚ ସୁବିଧା ପ୍ରଦାନ କରାଯିବ । ଏଥିପାଇଁ 410ଜଣ ସରକାରୀ ଓକିଲ ଓ ନ୍ୟାୟିକ ଅଧିକାରୀଙ୍କ ସମେତ ମୋଟ୍‌ 3,3664 କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।

ଫାଇଲ ଫଟୋ

By

Published : Apr 20, 2019, 8:44 PM IST

ନୂଆଦିଲ୍ଲୀ: ମହିଳାଙ୍କ ଉପରେ ବଢୁଥିବା ଅପରାଧକୁ ନଜରରେ ରଖି ରାଜ୍ୟମାନଙ୍କରେ ସାଇବର ଫରେନ୍‌ସିକ୍‌ ପ୍ରୟୋଗଶାଳା ଓ ଡିଏନ୍‌ଏ ଯାଞ୍ଚ ସୁବିଧା ପ୍ରଦାନ କରାଯିବ । ଏହି ସୂଚନା ଗୃହ ମନ୍ତ୍ରଣାଳୟର ଜଣେ ଅଧିକାରୀ ଦେଇଛନ୍ତି ।


ଉତ୍ତରପ୍ରଦେଶ, ତାମିଲନାଡୁ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ହିମାଚଳପ୍ରଦେଶ, ଜମ୍ମୁ-କଶ୍ମୀର, ମହାରାଷ୍ଟ୍ର, ପଞ୍ଜାବ,ରାଜସ୍ଥାନ ଓ ମିଜୋରାମ, ମଣିପୁର, ତ୍ରିପୁରା ଓ ଦିଲ୍ଲୀର ଫରେନ୍‌ସିକ୍‌ ବିଜ୍ଞାନ ପ୍ରୟୋଗଶାଳାରେ ଡିଏନ୍‌ଏ ଯାଞ୍ଚ ସୁବିଧା କରାଯିବ । ଏଥିପାଇଁ 131.09କୋଟି ଟଙ୍କା ନିବେଶ କରାଯିବ ।

ଏହା ମଧ୍ୟ ପଢନ୍ତୁ:ବେଦପ୍ରକାଶଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ


ସୂଚନାଥାଉକି, ଅରୁଣାଚଳ ପ୍ରଦେଶ, ହିମାଚଳପ୍ରଦେଶ, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ଉତ୍ତରାଖଣ୍ଡରେ ପୂର୍ବରୁ ସାଇବର ଫରେନ୍‌ସିକ୍‌ ପ୍ରଶିକ୍ଷଣ ପ୍ରୟୋଗଶାଳାମାନ ରହିଛି ।


ଏଥିପାଇଁ 410ଜଣ ସରକାରୀ ଓକିଲ ଓ ନ୍ୟାୟିକ ଅଧିକାରୀମାନଙ୍କ ସମେତ ମୋଟ୍‌ 3,3664 କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।

ABOUT THE AUTHOR

...view details