ଓଡିଶା

odisha

ନୋବେଲ ବିଜେତା ଭାରତୀୟ ପଦାର୍ଥ ବିଜ୍ଞାନୀ ସିଭି ରମଣ

ଆଲୋକ ରଶ୍ମି ଯେତେବେଳେ ଗୋଟିଏ ସ୍ୱଚ୍ଛ ପଦାର୍ଥ ଦେଇ ଅତିକ୍ରମ କରେ, କିଛି ଆଲୋକ ରଶ୍ମି ବିଚ୍ଛୁରିତ ହୋଇଯାନ୍ତି ଏବଂ ତାଙ୍କର ଦୈର୍ଘ୍ୟ ଓ ବିସ୍ତୃତିରେ ପରିବର୍ତ୍ତନ ହୁଏ । ଏହି ପ୍ରତ୍ୟକ୍ଷ ଭାବେ ପରିପ୍ରକାଶ ଘଟଣାକୁ ରମଣ ବିଚ୍ଛୁରଣ କୁହାଯାଏ, ଯାହାକି ରମଣ ପ୍ରଭାବଦ୍ୱାରା ହୋଇଥାଏ । ଅଧିକ ପଢନ୍ତୁ...

By

Published : Nov 22, 2020, 12:11 PM IST

Published : Nov 22, 2020, 12:11 PM IST

ETV Bharat / bharat

ନୋବେଲ ବିଜେତା ଭାରତୀୟ ପଦାର୍ଥ ବିଜ୍ଞାନୀ ସିଭି ରମଣ

ପଦାର୍ଥ ବିଜ୍ଞାନୀ ରମଣଙ୍କ ବିଷୟକେ ପଢନ୍ତୁ କିଛି ଗୁରୁତ୍ବପୂର୍ଣ୍ଣ କଥା...
ପଦାର୍ଥ ବିଜ୍ଞାନୀ ରମଣଙ୍କ ବିଷୟକେ ପଢନ୍ତୁ କିଛି ଗୁରୁତ୍ବପୂର୍ଣ୍ଣ କଥା...

ହାଇଦ୍ରାବାଦ: ଚନ୍ଦ୍ରଶେଖର ଭେଙ୍କଟ ରମଣ, ସି ଭି ରମଣ ତାମିଲନାଡୁର ତିରୁଚିରାପଲିରେ 7 ନଭେମ୍ବର 1888 ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଗଣିତ ଏବଂ ପଦାର୍ଥ ବିଜ୍ଞାନରେ ଅଧ୍ୟାପକ ଥିଲେ । ତେଣୁ ଆରମ୍ଭରୁ ଏକ ଏକାଡେମିକ୍ ପରିବେଶରେ ତାଙ୍କର ଲାଳନ ପାଳନ ହୋଇଥିଲା । ରମଣ ଖୁବ୍ କମ୍ ବୟସରେ ତାଙ୍କର ଏକାଡେମିକ୍ କ୍ୟାରିୟରରୁ ଆଗକୁ ଯାଇଥିଲେ । 1970 ରେ, ସେ ଲାବୋରେଟୋରୀରେ କାମ କରିବା ସମୟରେ ହୃଦଘାତର ସାମ୍ନା କରିଥିଲେ । ଏହାପରେ ସେ 21 ନଭେମ୍ବର 1970 ରେ ରମଣ ଅନୁସନ୍ଧାନ ପ୍ରତିଷ୍ଠାନରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।

13 ବର୍ଷ ବୟସରେ ସ୍କୁଲ ସମାପ୍ତ କରିବା ପରେ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ଠାରେ ଥିବା ଶ୍ରୀମତୀ A.V.N. କଲେଜରେ ପରବର୍ତ୍ତୀ ଅଧୟନ ପାଇଁ ଯାଇଥିଲେ । ତା’ପରେ ସେ ଚେନ୍ନାଇର ସମ୍ମାନଜନକ ପ୍ରେସିଡେନ୍ସି କଲେଜରେ ପହଁଞ୍ଚିଥିଲେ । 15 ବର୍ଷ ବୟସରେ ସିଭି ରମଣ ରମଣ ତାଙ୍କର ବି.ଏ ପଦାର୍ଥ ବିଜ୍ଞାନ ଏବଂ ଇଂରାଜୀରେ ସମ୍ମାନ ସହିତ ଡିଗ୍ରୀ ହାସଲ କରିଥିଲେ । ଏବଂ 18 ବର୍ଷ ବୟସରେ ସେ ଏମଏ ଡିଗ୍ରୀ ହାସଲ କରିଥିଲେ।

ପଦାର୍ଥ ବିଜ୍ଞାନୀ ରମଣଙ୍କ ବିଷୟକେ ପଢନ୍ତୁ କିଛି ଗୁରୁତ୍ବପୂର୍ଣ୍ଣ କଥା...

ପରେ ସିଭି ରମଣ ଭାରତୀୟ ଅଡିଟ୍ ଏବଂ ଆକାଉଣ୍ଟସ୍ ସେବାରେ ଯୋଗ ଦେଇଥିଲେ । ସେଠାରେ ତାଙ୍କୁ କୋଲକାତାର ଅର୍ଥ ବିଭାଗରେ ଆସିଷ୍ଟାଣ୍ଟ ଆକାଉଣ୍ଟାଣ୍ଟ ଜେନେରାଲ ଭାବରେ ନିଯୁକ୍ତ କରାଯାଇଥିଲା । କୋଲକାତାରେ ସେ ଇଣ୍ଡିଆନ୍ ଆସୋସିଏସନ୍ ଫର କଲଭେସନ୍ ଅଫ୍ ସାଇନ୍ସର ଲାବୋରେଟୋରୀରେ କାର୍ଯ୍ୟ କରି ବିଜ୍ଞାନରେ ତାଙ୍କର ଆଗ୍ରହକୁ ବଜାୟ ରଖିଥିଲେ । ଏବଂ ଖାଲି ସମୟରେ ବାଦ୍ୟଯନ୍ତ୍ର ଏବଂ ଭାରତୀୟ ଡ୍ରମର ପଦାର୍ଥ ବିଜ୍ଞାନ ଅଧ୍ୟୟନ କରିଥିଲେ ।

ପଦାର୍ଥ ବିଜ୍ଞାନୀ ରମଣଙ୍କ ବିଷୟକେ ପଢନ୍ତୁ କିଛି ଗୁରୁତ୍ବପୂର୍ଣ୍ଣ କଥା...

1917 ମସିହାରେ, ସି ଭି ରମଣ କଲିକତା ବିଶ୍ୱବିଦ୍ୟାଳୟର ସାଇନ୍ସ କଲେଜରେ ପଦାର୍ଥ ବିଜ୍ଞାନର ସାର୍ ତାରାକନାଥ ପାଲିଟ୍ ପ୍ରଫେସର ହେବା ପାଇଁ ସରକାରୀ ଚାକିରି ଛାଡିଥିଲେ (1917-33) । କଲିକତାରେ 15 ବର୍ଷ ରହିବା ପରେ, ସେ ବାଙ୍ଗାଲୋରରେ ଥିବା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସରେ ପ୍ରଫେସର ହୋଇଥିଲେ (1933-1948) ଏବଂ 1948 ପରଠାରୁ ସେ ବାଙ୍ଗାଲୋରର ରମଣ ଇନଷ୍ଟିଚ୍ୟୁଟ୍ ଅଫ୍ ରିସର୍ଚ୍ଚର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ସେ 1926 ମସିହାରେ ଇଣ୍ଡିଆନ୍ ଜର୍ନାଲ୍ ଅଫ୍ ଫିଜିକ୍ସ ପ୍ରତିଷ୍ଠା କରିଥିଲେ, ଯେଉଁଥିରୁ ସେ ସମ୍ପାଦକ ଅଟନ୍ତି ।

ଆସନ୍ତୁ ଜାଣିବା ରମଣଙ୍କ କିଛି ପ୍ରେରଣାଦାୟୀ କଥା...

1. "ଠିକ୍ ବ୍ୟବହାର କର ଏବଂ ତୁମେ ଆଲୋକ ଦେଖିବ ... ଭୁଲ୍ ବ୍ୟବହାର କଲେ ଅନ୍ଧକାର!"

2. "ସଠିକ୍ ପ୍ରଶ୍ନ ପଚାର, ଏବଂ ପ୍ରକୃତି ତା’ର ରହସ୍ୟର ଦ୍ବାର ଖୋଲିବ ମୁଁ ମୋର ବିଫଳତାର ଗୁରୁ ଅଟେ ... ଯଦି ମୁଁ କେବେ ବିଫଳ ହେଉନାହିଁ ମୁଁ କିପରି ଶିଖିବି?"

3. " କିଏ ତୁମ ଜୀବନରେ ଆସିବ ତାହା ତୁମେ ସର୍ବଦା ବାଛି ପାରିବେ ନାହିଁ । କିନ୍ତୁ ସେମାନେ ଜାଣିପାରିବେ ଯେ ସେମାନେ ଆପଣଙ୍କୁ କେଉଁ ଶିକ୍ଷା ଦିଅନ୍ତି । ସଫଳତା ଆପଣଙ୍କ ସାମ୍ନାରେ ଥିବା କାର୍ଯ୍ୟରେ ସାହସ ଓ ସମର୍ପଣ ଦ୍ବାରା ଆପଣଙ୍କ ନିକଟକୁ ଆସିପାରେ ।"

4. ମୁଁ ଦୃଢ ଭାବରେ ବିଶ୍ବାସ କରେ ଯେ ଫଣ୍ଡାମେଣ୍ଟାଲ ସାଇନ୍ସ କେବେ ଶିଳ୍ପ ଏବଂ ସରକାରୀ କିମ୍ବା ସାମରିକ ଚାପ ଦ୍ବାରା ପରିଚାଳିତ ହୋଇପାରିବ ନାହିଁ ।

5. ଯଦି କେହି ଆପଣଙ୍କୁ ବିନା କାରଣରେ ତର୍ଜମା ଓ ସମାଲୋଚନା କରୁଛି, ତେବେ ସେ ତାର ମୂଲ୍ୟବାନ ସମୟ ନଷ୍ଟ କରୁଛି… ଏହା ତାର ସମସ୍ୟା , ତୁମର ନୁହେଁ ।

ABOUT THE AUTHOR

...view details