ଓଡିଶା

odisha

By

Published : Oct 10, 2019, 6:29 PM IST

ETV Bharat / bharat

ବିମାନ ବନ୍ଦରରୁ ବିରଳ ସରୀସୃପ ଉଦ୍ଧାର କଲା କଷ୍ଟମ ବିଭାଗ

ବିରଳ ପ୍ରଜାତିର ସରୀସୃପ ଚାଲାଣ ବେଳେ ଚେନ୍ନାଇ ବିମାନ ବନ୍ଦରରେ ଦୁଇ ଜଣ ବ୍ୟକ୍ତିଙ୍କୁ ଅଟକ ରଖିଛି କଷ୍ଟମ ବିଭାଗ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଏଏନଆଇ

ଚେନ୍ନାଇ: ବିରଳ ପ୍ରଜାତିର ସରୀସୃପ ଚାଲାଣ ବେଳେ ଚେନ୍ନାଇ ବିମାନ ବନ୍ଦରରେ ଦୁଇ ଜଣ ବ୍ୟକ୍ତିଙ୍କୁ ଅଟକ ରଖିଛି କଷ୍ଟମ ବିଭାଗ । ସେମାନଙ୍କ ନିକଟରୁ ଲୁପ୍ତ ପ୍ରାୟ ସାପ ଓ ଝିଟିପିଟିଙ୍କୁ ଉଦ୍ଧାର କରାଯାଇଛି । ପ୍ରଜାତିର ଗୋଟିଏ ଚିକ୍କଣ ଚମଡା ଯୁକ୍ତ ଅଜଗର ଉଦ୍ଧାର କରିଛି କଷ୍ଟମ ବିଭାଗ । 2ଟି ବ୍ଲାକ ଟ୍ରି ମନିଟର ଝିଟିପିଟି, 5ଟି ଉଜ୍ଜ୍ୱଳ ସବୁଜ ବର୍ଣ୍ଣର ଝିଟିପିଟି, 2ଟି ନୀଳ ରଙ୍ଗର ଝିଟିପିଟି ଉଦ୍ଧାର କରାଯାଇଛି ।

ଫଟୋ ସୌଜନ୍ୟ: ଏଏନଆଇ
ଫଟୋ ସୌଜନ୍ୟ: ଏଏନଆଇ


ଏତ୍‌ଦ ବ୍ୟତୀତ ଗୋଟିଏ ରାଇସିଙ୍ଗର ଟ୍ରି ମନିଟର ଓ 4 ଟି ସେଲଫିନ ଝିଟିପିଟି ଉଦ୍ଧାର କରାଯାଇଛି । ଚେନ୍ନାଇ ବିମାନ ବନ୍ଦରରୁ କେଉଁ ଅଞ୍ଚଳକୁ ଏସମସ୍ତ ବିରଳ ସରୀସୃପ ଚାଲାଣ କରାଯାଉଥିଲା ସେ ନେଇ ଅଟକ ରଖାଯାଇଥିବା ବ୍ୟକ୍ତିଙ୍କୁ ପଚରାଉଚରା ଜାରି ରହିଛି ।

ଫଟୋ ସୌଜନ୍ୟ: ଏଏନଆଇ
ଫଟୋ ସୌଜନ୍ୟ: ଏଏନଆଇ

ABOUT THE AUTHOR

...view details