ଓଡିଶା

odisha

ETV Bharat / bharat

ମୁଖ୍ୟ ଚିକିତ୍ସାଳୟରୁ ବିଜୁଳି ଗାଏବ, ଟର୍ଚ୍ଚରେ ଚାଲିଛି ଚିକିତ୍ସା - ମୁଖ୍ୟ ଚିକିତ୍ସାଳୟ

ଉତ୍ତରପ୍ରଦେଶରେ ସ୍ବାସ୍ଥ୍ୟସେବାର ଦୟନୀୟ ଚିତ୍ର । ବଲିଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ 2 ଦିନ ହେବ ନାହିଁ ବିଜୁଳି । କରେଣ୍ଟ ସେବା ଠପ ହେବା କାରଣରୁ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି ରୋଗୀ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ବଲିଆ

By

Published : Jun 29, 2019, 9:17 PM IST

ବଲିଆ: ସମସ୍ତ ଡ଼ାକ୍ତରଖାନାକୁ 24 ଘଣ୍ଟିଆ ବିଜୁଳି ଯୋଗାଇଦେବାକୁ ଘୋଷଣା କରିଛନ୍ତି ଯୋଗୀ ସରକାର । କିନ୍ତୁ ବଲିଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ସମ୍ପୂର୍ଣ୍ଣ ବିପରୀତ ବ୍ଯବସ୍ଥା । ଦୁଇ ଦିନ ହେବ ବିପର୍ଯ୍ୟସ୍ତ ହୋଇପଡ଼ିଛି କରେଣ୍ଟ ସେବା । ରୋଗୀଙ୍କ ପାଇଁ ପଙ୍ଖା ତ ଲାଗିଛି କିନ୍ତୁ ବିଜୁଳିର ବିକଳ୍ପ ସାଜିଥିବା ଜେନେରେଟର ବି ଏଠାରେ ଅଚଳ । ଆଉ ଏପଟେ ପ୍ରବଳ ଗରମ ହେଉଥିବାରୁ ହାତରେ ବିଞ୍ଚଣା ଧରି ରୋଗୀଙ୍କୁ ବିଞ୍ଚିବାରେ ଲାଗିଛନ୍ତି ସମ୍ପର୍କୀୟ ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ବଲିଆ

କରେଣ୍ଟ ସପ୍ଲାଇ ଠପ୍ ହୋଇଯାଇଥିବାରୁ ଦିନରେ ତ କାମ ଚଳିଯାଉଛି କିନ୍ତୁ ରାତିରେ ଭୟାନକ ହୋଇପଡ଼ୁଛି ରୋଗୀଙ୍କ ଅବସ୍ଥା । ଜରୁରୀକାଳୀନ ବିଭାଗରେ ମୋବାଇଲ ଟର୍ଚ୍ଚରେ ଚାଲୁଛି ଚିକିତ୍ସା । ଯାହା ପ୍ରଶାସନର ପାରିବାପଣିଆକୁ ପଦାରେ ପକାଇଛି ବୋଲି କହିଛନ୍ତି ରୋଗୀଙ୍କ ସମ୍ପର୍କୀୟ ।
ଆଉ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଖାମଖିଆଲି ଭାବେ ମନ୍ତବ୍ୟ ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ଡ଼ାକ୍ତରଖାନାରେ ବିଜୁଳିର ସେପରି କିଛି ଅସୁବିଧା ନାହିଁ, କେବୁଲରେ କିଛି ସମସ୍ଯା ପାଇଁ ଏପରି ଘଟିଥାଇପାରେ । ତେଣୁ ତୁରନ୍ତ ଏହାର ମରାମତି କରାଯିବ ବୋଲି ସେ କହିଛନ୍ତି ।

ରୋଗୀଙ୍କ ଜୀବନ ସହ ଜଡ଼ିତ ଥିବା ଚିକିତ୍ସାକେନ୍ଦ୍ରରେ କେବେ ସୁଧୁରୁଛି ବିଜୁଳି ବ୍ଯବସ୍ଥା ଏବଂ କଣ ରହୁଛି ପ୍ରଶାସନର ପଦକ୍ଷେପ ତାହା କେବଳ ଦେଖିବାକୁ ବାକି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details