ଓଡିଶା

odisha

ETV Bharat / bharat

ଉମିଫେନୋଭିରର ତୃତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ଅନୁମତି ପାଇଲା ସିଏସଆଇଆର - ସେଣ୍ଟ୍ରାଲ ଡ୍ରଗ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍

ଲକ୍ଷ୍ନୌର ସିଏସଆଇଆର ଉପାଦାନ ଲ୍ୟାବ ସିଏସଆଇଆର-ସେଣ୍ଟ୍ରାଲ ଡ୍ରଗ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ସିଡିଆରଆଇ) ଆଣ୍ଟିଭାଇରାଲ୍ ଔଷଧ ଉମିଫେନୋଭିରର ତୃତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ଅନୁମତି ଗ୍ରହଣ କରିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଶୁକ୍ରବାର ଦିନ କହିଛନ୍ତି ।

csir
ଉମିଫେନୋଭିରର ତୃତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ଅନୁମତି ପାଇଲା ସିଏସଆଇଆର

By

Published : Jun 19, 2020, 8:32 PM IST

ଲକ୍ଷ୍ନୌ: ଆଣ୍ଟିଭାଇରାଲ୍ ଔଷଧ ଉମିଫେନୋଭିରର ତୃତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ଅନୁମତି ପାଇଲା ସିଏସଆଇଆର । ଲକ୍ଷ୍ନୌର ସିଏସଆଇଆର ଉପାଦାନ ଲ୍ୟାବ ସିଏସଆଇଆର-ସେଣ୍ଟ୍ରାଲ ଡ୍ରଗ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ସିଡିଆରଆଇ) ଆଣ୍ଟିଭାଇରାଲ୍ ଔଷଧ ଉମିଫେନୋଭିରର ତୃତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ଅନୁମତି ଗ୍ରହଣ କରିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଶୁକ୍ରବାର ଦିନ କହିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି, ଲକ୍ଷ୍ନୌର ସିଏସଆଇଆର ଉପାଦାନ ଲ୍ୟାବ୍ ସିଏସଆଇଆର- ସେଣ୍ଟ୍ରାଲ ଡ୍ରଗ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ସିଡିଆରଆଇ) ତୃତୀୟ ପର୍ଯ୍ୟାୟ ରାଣ୍ଡୋମାଇଜଡ୍, ଡବଲ୍-ବ୍ଲାଇଣ୍ଡ, ପ୍ଲେସବୋ ନିୟନ୍ତ୍ରିତ ପରୀକ୍ଷଣ ପାଇଁ ଆଣ୍ଟିଭାଇରାଲ୍ ଔଷଧ ଉମିଫେନୋଭିରର ପରୀକ୍ଷା ପାଇଁ ଅନୁମତି ପାଇଛି। ।

ତେବେ କିଙ୍ଗ ଜର୍ଜଙ୍କ ମେଡିକାଲ ୟୁନିଭରସିଟି (କେଜିଏମୟୁ), ଡ. ରାମ ମନୋହର ଲୋହିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଆରଏମଏଲଏମଏସ) ଏବଂ ଲକ୍ଷ୍ନୌର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା କରାଯିବ ବୋଲି ସେ ଆଉ ଏକ ଟ୍ବିଟରେ କହିଛନ୍ତି ।

ଏଥିସହ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଔଷଧ ମନୁଷ୍ୟର କୋଷରେ ଭାଇରସ ପ୍ରବେଶକୁ ରୋକିଥାଏ ଏବଂ ଇମ୍ୟୁନ ସିଷ୍ଟମକୁ ପ୍ରାଥମିକତା ଦେଇ କାର୍ଯ୍ୟ କରିଥାଏ । ଏହି ଔଷଧ ସାଧାରଣତଃ ଇନଫ୍ଲୁଜା ଚିକିତ୍ସା ପାଇଁ ବ୍ୟବହାର ହୋଇଥାଏ । ଏଥିସହ କୋରୋନା ପାଇଁ ଏହାର ସମ୍ଭାବ୍ୟ ବ୍ୟବହାର ହେତୁ ନିକଟରେ ଏହା ପ୍ରସିଦ୍ଧ ହୋଇପାରିଥିଲା ବୋଲି ଜଣେ କୋରୋନା ରେୀଗୀ କହିଥିବା ମନ୍ତ୍ରୀ କହିଛନ୍ତି ।

ABOUT THE AUTHOR

...view details