ଓଡିଶା

odisha

ETV Bharat / bharat

ଫେସବୁକ ପ୍ରୋଫାଇଲର ହୋଇପାରେ କ୍ଲୋନିଂ, ଯବାନଙ୍କୁ ସାବଧାନ କରାଇଲା ସିଆରପିଏଫ - jammu and kashmir jawans

ଫେସବୁକ ପ୍ରୋଫାଇଲ କ୍ଲୋନିଂ ବା ନକଲ କରାଯିବାକୁ ନେଇ ସମସ୍ତ ଯବାନଙ୍କୁ ସାବଧାନ କରାଇଲା ସିଆରପିଏଫ। କିଛିଦିନ ତଳେ କିଛି ସୁରକ୍ଷାକର୍ମୀଙ୍କ ପରିବାରର ବିଭିନ୍ନ ସଦସ୍ୟଙ୍କୁ ବଭିନ୍ନ କ୍ଲୋନ ଫେସବୁକ ପ୍ରୋଫାଇଲରୁ ଯବାନମାନେ ସୁରକ୍ଷା ଦାୟିତ୍ବରେ ଥିବା ପ୍ରକୃତ ଠିକଣା(location) ପଠାଇବାକୁ ଅନୁରୋଧ କରିଥିଲେ। ଅଧିକ ପଢ଼ନ୍ତୁ...

ଫେସବୁକ ପ୍ରୋଫାଇଲର ହୋଇପାରେ କ୍ଲୋନିଂ, ଯବାନଙ୍କୁ ସାବଧାନ କରାଇଲା ସିଆରପିଏଫ ବିଭାଗ
ଫେସବୁକ ପ୍ରୋଫାଇଲର ହୋଇପାରେ କ୍ଲୋନିଂ, ଯବାନଙ୍କୁ ସାବଧାନ କରାଇଲା ସିଆରପିଏଫ ବିଭାଗ

By

Published : Nov 1, 2020, 4:12 PM IST

ନୂଆଦିଲ୍ଲୀ: ଭାରତୀୟ ଯବାନଙ୍କ ଫେସବୁକ ବ୍ୟବହାରକୁ ନେଇ ସିଆରପିଏଫ(central reserve police force) ପକ୍ଷରୁ ଜାରି ହେବ କଟକଣା। ଶତ୍ରୁ ଦେଶ ପକ୍ଷରୁ ଯବାନଙ୍କ ଫେସବୁକ ପ୍ରୋଫାଇଲ କ୍ଲୋନିଂ ବା ନକଲ କରାଯାଇ ପାରେ ବୋଲି ଆଶଙ୍କା କରିଛି ସିଆରପିଏଫ। ଫଳରେ ଦେଶର ସୁରକ୍ଷାକୁ ନେଇ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଶତ୍ରୁ ଦେଶ ହାତରେ ଲାଗିବା ନେଇ ଆଶଙ୍କା ରହିଛି।

ଏଭଳି ସ୍ଥିତିରେ ଯବାନଙ୍କ ଫେସବୁକ ବ୍ୟବହାରକୁ ନେଇ ସିଆରପିଏଫ ପକ୍ଷରୁ କେତେକ କଟକଣା ଜାରି କରାଯାଇପାରେ। ତେବେ ଏହି ଫେସବୁକ କ୍ଲୋନିଂ ବା ଫେସବୁକ ନକଲରୁ ବର୍ତ୍ତିବା ପାଇଁ ସିଆରପିଏଫ ପକ୍ଷରୁ ଯବାନମାନଙ୍କ ତାଲିମ ଦିଆଯିବ। ଏନେଇ ଭାରତୀୟ ସୁରକ୍ଷ କର୍ମୀ ପକ୍ଷରୁ ସଚନା ମିଳିଛି। ଏହାପୂର୍ବରୁ ଫେସବୁକ ମାଧ୍ୟମରେ ହନିଟ୍ରାପରେ କେତେକ ଯବାନ ଫସିଥିବା ଦେଖା ଦେଇଥିଲା। ଫଳରେ ଦେଶର ବହୁ ଗୋପନୀୟ ତଥ୍ୟ ଶତ୍ରୁ ଦେଶ ହାତରେ ଲାଗିଥିବା ନେଇ ଖବର ମିଳିଥିଲା।

ଫେସବୁକ ପ୍ରୋଫାଇଲର ହୋଇପାରେ କ୍ଲୋନିଂ, ଯବାନଙ୍କୁ ସାବଧାନ କରାଇଲା ସିଆରପିଏଫ ବିଭାଗ

ଭାରତରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିଛି। ଫଳରେ ବର୍ତ୍ତମାନ ଦେଶରେ କୌଣସି ଆତଙ୍କୀ କାର୍ଯ୍ୟକଳାପ ଘଟାଇବାରେ ଅସଫଳ ହେଉଛନ୍ତି ଶତ୍ରୁଦେଶ। ଏଭଳି ପରିସ୍ଥିତିରେ ସମ୍ପୃକ୍ତ ଦେଶଗୁଡ଼ିକ ସାମାଜିକ ଗଣମାଧ୍ୟମ(social media)ର ସାହାର ନେଇଛନ୍ତି। ଏହାଦ୍ବାରା ଦେଶର ସୁରକ୍ଷା ଦାୟିତ୍ବରେ ଥିବା ଯବାନମାନଙ୍କୁ ଟାର୍ଗେଟ କରାଯାଉଛି। ସେମାନଙ୍କୁ ହନିଟ୍ରାପ କିମ୍ବା ସେମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ କ୍ଲୋନିଂ କରି ଦେଶର ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାତେଇବାକୁ ଜୋରଦାର ପ୍ରୟାସ ଚାଲିଛି। ଏଭଳି ପରିସ୍ଥିତିରେ ପ୍ରଥମ ପର୍ଯ୍ୟାରେ ଯବାନ ମାନଙ୍କୁ ସାବଧାନ କରାଇଛି ସିଆରପିଏଫ।

ଫେସବୁକ କ୍ଲୋନିଂରୁ ବର୍ତ୍ତିବା ପାଇଁ ସିଆରପିଏଫ ପକ୍ଷରୁ ଏକ ତାଲିମ ଶିବିର ଆରମ୍ଭ କରାଯିବ। ଏଥିରେ ସାମାଜିକ ଗଣମାଧ୍ୟମର ବିଭିନ୍ନ ଦିଗକୁ ନେଇ ଯବାନମାନଙ୍କୁ ତାଲିମ ଦିଆଯିବ। ଏହାଛଡ଼ା ଫେସବୁକଠାରୁ ଯେତେ ସମ୍ଭବ ସେତେ କମ ବ୍ୟବହାର କରିବାକୁ ଯବାନଙ୍କୁ ଚେତେଇ ଦିଆଯାଇଛି। ବିଶେଷ କରି ସମ୍ବେଦନଶୀଳ ସ୍ଥାନର ସୁରକ୍ଷା ଦାୟିତ୍ବରେ ଥିବା ଯବାନ ମାନଙ୍କୁ ଏହି ତାଲିକାରେ ସାମିଲ କରାଯାଇଛି। ଜମ୍ମୁ ଓ କାଶ୍ମୀର, ଲଦ୍ଦାଖରେ ଥିବା ଜବାନ ମାନଙ୍କ ପାଇଁ ସିଆରପିଏଫର ସୋସିଆଲ ମିଡିଆ ଟିମ ପକ୍ଷରୁ ଏକ ମାନୁଆଲ(manual) ଜାରି କରାଯାଇଛି। ଏନେଇ ବିଧିବଦ୍ଧ ଭାବରେ ଏକ ବିବରଣୀ ପତ୍ର ଜାରି କରାଯାଇଛି।

ଫେସବୁକ ପ୍ରୋଫାଇଲର ହୋଇପାରେ କ୍ଲୋନିଂ, ଯବାନଙ୍କୁ ସାବଧାନ କରାଇଲା ସିଆରପିଏଫ ବିଭାଗ

ଏନେଇ ଜଣେ ବରିଷ୍ଠ ସିଆରପିଏଫ ଅଧିକାରୀ କହିଛନ୍ତି ଯେ, କିଛିଦିନ ତଳେ କିଛି ସୁରକ୍ଷାକର୍ମୀଙ୍କ ପରିବାରର ବିଭିନ୍ନ ସଦସ୍ୟଙ୍କୁ ନିଜ ଜଣାଶୁଣା ଲୋକଙ୍କ କ୍ଲୋନ ଫେସବୁକ ପ୍ରୋଫାଇଲରୁ ବହୁଗୁଡ଼ୁଏ ବନ୍ଧୁ ନିବେଦନ (friend request) ଆସିଥିଲା। ଏହି ଯବାନମାନେ ଦେଶର ସମ୍ବେଦନଶୀଳ ସୀମାର ସୁରକ୍ଷା ଦାୟିତ୍ବରେ ରହିଛନ୍ତି। ତେବେ ବନ୍ଧୁ ନିବେଦନକୁ ଗ୍ରହଣ କରିବା ପରେ ଏହି ପ୍ରୋଫାଇଲରୁ କେହି ଜଣେ ଯବାନମାନେ ସୁରକ୍ଷା ଦାୟିତ୍ବରେ ଥିବା ପ୍ରକୃତ ଠିକଣା(location) ପଠାଇବାକୁ ଅନୁରୋଧ କରିଥିଲେ। ଏନେଇ ଯବାନମାନେ ନିଜ ବରିଷ୍ଠ ଅଧିକାରୀଙ୍କୁ ଜଣାଇଥିଲେ। ଏହାପରେ ସିଆରପିଏଫ ପକ୍ଷରୁ ଫେସବୁକ ବ୍ୟବହାରକୁ ନେଇ ଚେତାବନୀ ଦିଆଯାଇଥିଲା। ତେବେ ଠିକଣା ମାଗିତିବା ପ୍ରୋଫାଇଲ ଚିହ୍ନଟ କରିବାକୁ ଚେଷ୍ଟା ଚଳାଇଛି ସିଆରପିଏଫର ସୋସିଆଲ ମିଡିଆ ଦଳ।

@ani

ABOUT THE AUTHOR

...view details