ଓଡିଶା

odisha

ETV Bharat / bharat

ଏନକାଉଣ୍ଟର କରି ମହିଳା ମାଓବାଦୀକୁ ରକ୍ତ ଦେଲେ ଯବାନ

ଏନକାଉଣ୍ଟର କରିବା ପରେ ଆହତ ମହିଳା ମାଓବାଦୀକୁ ଡାକ୍ତରଖାନାରେ ଭର୍ତ୍ତି କରାଇଲେ । ପରେ ରକ୍ତ ଦାନ କରି ମାନବୀୟତାର ପରିଚୟ ଦେଇଛନ୍ତି । ପଶ୍ଚିମ ସିଙ୍ଘଭମ ଜିଲ୍ଲାରେ ଏପରି ଘଟଣା ଦେଖିବାକୁ ମିଳିଛି ।

ପ୍ରତିକାତ୍ମକ ଫଟୋ

By

Published : Feb 18, 2019, 2:30 PM IST

ଜାମସେଦପୁର: ଭାରତୀୟ ଯବାନଙ୍କ ମହାନତା । ଏନକାଉଣ୍ଟର କରିବା ପରେ ଆହତ ମହିଳା ମାଓବାଦୀକୁ ଡାକ୍ତରଖାନାରେ ଭର୍ତ୍ତି କରାଇଲେ । ପରେ ରକ୍ତ ଦାନ କରି ମାନବୀୟତାର ପରିଚୟ ଦେଇଛନ୍ତି । ପଶ୍ଚିମ ସିଙ୍ଘଭମ ଜିଲ୍ଲାରେ ଏପରି ଘଟଣା ଦେଖିବାକୁ ମିଳିଛି ।

ପୋଲିସ ସୁପରିଟେଣ୍ଡେଟ ଚନ୍ଦନ କୁମାର ଝାଙ୍କ କହିବାନୁଯାୟୀ, ଫେବୃଆରି 14ରେ ପାଖାପାଖି 25 ଜଣ ମାଓବାଦୀ ଝାଡଖଣ୍ଡ ସିଙ୍ଘଭମ ଜିଲ୍ଲାର ଏକ ଜଙ୍ଗଲରେ ଥିବା ଜଣାପଡିବା ପରେ ଏକ ସର୍ଚ୍ଚ ଅପରେସନ ଜାରି କରିଥିଲେ । 60 ସିଆରପିଏଫ ବାଟାଲିୟାନ ଓ ଜିଲ୍ଲା ପୋଲିସ ମିଶି ଏହି ଅପରେସନ କରିଥିଲେ । ସୁରକ୍ଷା ବଳ ଜଙ୍ଗଲକୁ ଚାରିଆଡୁ ବନ୍ଦୀ କରି ଆତ୍ମସମର୍ପଣ କରିବା ପାଇଁ କହିବା ପରେ ମାଓବାଦୀମାନେ ଲ୍ୟାଣ୍ଡମାଇନ ବ୍ଲାଷ୍ଟ କରିବା ସହ ଗୁଳି ଚାଳନ ଆରମ୍ଭ କରି ଦେଇଥିଲେ । ପରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା ।

ତେବେ ସେହି ସମୟରେ ଜଣେ ସୁରକ୍ଷା କର୍ମୀଙ୍କ ନଜରରେ ଆସିଥିଲା ଜଣେ ଆହତ ମହିଳା ମାଓବାଦୀ । ଯାହାଙ୍କ ଗୋଡରେ ଗୁଳି ବାଜିଥିଲା । ରକ୍ତାକ୍ତ ଅବସ୍ଥାରେ ସେ ତଳେ ପଡିଥିଲେ । ପରେ ମହିଳାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଥିଲେ ଯବାନ ଜଣଙ୍କ । ଆହତ ମହିଳା ମାଓବାଦୀଙ୍କ ଠାରୁ ବିଭିନ୍ନ ମାଓ ସାମଗ୍ରୀ ଜବତ ହୋଇଥିବା ସୂଚନା ରହିଛି ।

For All Latest Updates

ABOUT THE AUTHOR

...view details