ନୂଆଦିଲ୍ଲୀ: ଗତକାଲି ଜମ୍ମୁକାଶ୍ମୀରରେ ହୋଇଥିବା ଏକ ବଡ ଧରଣର ଆତଙ୍କୀ ହମଲାକୁ ଗୁରୁତ୍ବର ସହ ନେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଆଜି ସିଆରପିଏଫ ମହାନିର୍ଦ୍ଦେଶକ ଆର ଆର ଭଟ୍ଟନାଗର ଗୃହ ସଚିବ ରାଜୀବ ଗୋବାଙ୍କୁ ସାକ୍ଷାତ କରି ଘଟଣା ସଂପର୍କରେ ଅବଗତ କରିଛନ୍ତି । ଏହାସହ ଗତକାଲିର ଘଟଣାକୁ ନେଇ ପରବର୍ତ୍ତୀ ରଣନୀତିଓ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି ।
ଗୃହ ସଚିବଙ୍କୁ ସାକ୍ଷାତ କଲେ ସିଆରପିଏଫ ଡିଜି - HOME SECRATARY
ଗତକାଲି ଜାମ୍ମୁକାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣରେ ପାଞ୍ଚଜଣ ଯବାନ ଶହୀଦ ହେବାପରେ ପ୍ରତିଶୋଧ ନେବା ପାଇଁ ପ୍ରସ୍ତୁତ ସିଆରପିଏଫ । ଗୃହ ସଚିବଙ୍କୁ ସିଆରପିଏଫ ସାକ୍ଷାତ କଲା ପରେ ଏହା ସ୍ପଷ୍ଟ ହୋଇଯାଇଛି ।
ଫଟୋ ସୌଜନ୍ୟ: ଏଏନଆଇ
ଏକ ନିର୍ଭର ଯୋଗ୍ୟ ସୂଚନା ଅନୁସାରେ ପାଞ୍ଚଜଣ ଯବାନଙ୍କ ଶହୀଦ ହେବା ଘଟଣାକୁ ହଜମ କରିବା ସ୍ଥିତିରେ ନାହାନ୍ତି ନୂତନ ଗୃହମନ୍ତ୍ରୀ । ସେ ଏହି ଘଟଣାକୁ ନେଇ ଗଭୀର ଚିନ୍ତାବ୍ୟକ୍ତ କରିବା ସହ ତୁରନ୍ତ ବଦଲା ନେବା ପାଇଁ ଚାହୁଁଛନ୍ତି । ସେଥିପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେନାକୁ ନିର୍ଦ୍ଦେଶ ଦେବାସହ ସତର୍କ ରହିବାକୁ ପରାମର୍ଶ ଦିଆଯାଇଥିବା ଜଣାପଡିଛି ।