ଓଡିଶା

odisha

ETV Bharat / bharat

ଚଣ୍ଡିଗଡରେ ଗରିବଙ୍କୁ ଖାଦ୍ୟ ଦେଲା ସିଆରପିଏଫ

ଲକଡାଉନ ଯୋଗୁଁ ଜୀବନ ମଧ୍ୟ ଯେପରି ଏକ ପ୍ରକାର ଠପ ହୋଇଯାଇଛି । ଏହି ସମୟରେ ଗରିବ ଓ ଦିନମଜୁରିଆଙ୍କ ପାଇଁ ଦିନକୁ ଦୁଇ ବେଳା ଖାଇବା ମଧ୍ୟ ଅତି କଷ୍ଟର ହୋଇଛି । ଅଧିକ ପଢନ୍ତୁ...

CRPF
ଚଣ୍ଡିଗଡରେ ଗରିବଙ୍କୁ ଖାଦ୍ୟ ଦେଲା ସିଆରପିଏଫ

By

Published : Apr 22, 2020, 3:30 PM IST

ଚଣ୍ଡିଗଡ: ସମଗ୍ର ଭାରତବର୍ଷରେ ଜାରି ରହିଛି ଲକଡାଉନ । ଯାହାଦ୍ବାରା ଅନେକ ସ୍ଥାନରେ ଖାଦ୍ୟାଭାବ ଦେଖାଦେଇଛି । ଆର୍ଥିକ ସ୍ବଚ୍ଛଳ ବ୍ୟକ୍ତିଙ୍କ ପାଇଁ ଏହା ଏତେ ପ୍ରଭାବ ପକାଉ ନଥିବାବେଳେ, ଦିନ ମଜୁରିଆ, ଗରିବ, ଅସହାୟ, ପ୍ରବାସୀ ଶ୍ରମିକ ଓ ପଶୁପକ୍ଷୀ ଏଥିରେ ଅନେକ ଅସୁବିଧା ଭୋଗୁଛନ୍ତି ।

ତେବେ ଦିନ ମଜୁରିଆ ଓ ପ୍ରବାଶୀ ଶ୍ରମିକ ମାନଙ୍କୁ ସାହାଯ୍ୟ ପାଇଁ ସରକାରଙ୍କ ପକ୍ଷରୁ ସହାୟତା ରାଶି ପ୍ରଦାନ କରାଯାଉଛି । ହେଲେ ଏହା ବାଦ ଅନେକ ସରକାରୀ ବିଭାଗ, ଘରୋଇ ଅନୁଷ୍ଠାନ ଓ ବିଭିନ୍ନ ସଂସ୍ଥା ଏମାନଙ୍କୁ ଖାଇବା ଦେବା ପାଇଁ ଆଗେଇ ଆସିଛନ୍ତି ।

ସେହିପରି ବୁଧବାର ପଞ୍ଜାବର ଚଣ୍ଡିଗଡରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ 51ତମ ବାଟାଲିୟନ ପକ୍ଷରୁ ଗରିବ ଓ ଅସହାୟ ଲୋକମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଛି । ଯବାନ ମାନେ ଶତୃଙ୍କ କବଳରୁ ଦେଶ ଓ ଦେଶବାସୀଙ୍କୁ ରକ୍ଷା କରୁଥିବା ଭଳି ମହତ କାର୍ଯ୍ୟ କରୁଥିବା ବେଳେ, ଆଜି ତାଙ୍କର ଏପରି କାର୍ଯ୍ୟ ଆହୁରି ପ୍ରଶଂସାର ପାତ୍ର ସାଜିଛି ।

ABOUT THE AUTHOR

...view details