ପାଟନା: ବହୁ ଚର୍ଚ୍ଚିତ ପହଲୁ ଖାନ ମବ ଲିଂଚିଂ ମାମଲାରେ ଟ୍ବିଟ କରି ଫସିଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ବିହାରର ମୁଜାଫରପୁର ସିଜେଏମ କୋର୍ଟରେ ପ୍ରିୟଙ୍କାଙ୍କ ବିରୋଧରେ ଏକ ଅପରାଧିକ ମାମଲା ରୁଜୁ କରାଯାଇଛି । ସେହି କୋର୍ଟର ଆଇନଜୀବୀ ସୁଧୀର ଓଝା ତାଙ୍କ ବିରୋଧରେ ଏହି ମାମଲା ରୁଜୁ କରିଛନ୍ତି । ଧାର୍ମିକ ବିବାଦ ସୃଷ୍ଟି କରିବା ଏବଂ ନିମ୍ନ ଅଦାଲତର ନିଷ୍ପତିର ଅବମାନନା କରିବା ଅଭିଯୋଗରେ ଏହି ମାମଲା ରୁଜୁ କରିଛନ୍ତି ସୁଧୀର ।
ଟ୍ବିଟ କରି ଫସିଲେ ପ୍ରିୟଙ୍କା, ରୁଜୁ ହେଲା ଅପରାଧିକ ମାମଲା
ବିହାରର ମୁଜାଫରପୁର ସିଜେଏମ କୋର୍ଟରେ ପ୍ରିୟଙ୍କାଙ୍କ ବିରୋଧରେ ଏକ ଅପରାଧିକ ମାମଲା ରୁଜୁ କରାଯାଇଛି । ସେହି କୋର୍ଟର ଆଇନଜୀବୀ ସୁଧୀର ଓଝା ତାଙ୍କ ବିରୋଧରେ ଏହି ମାମଲା ରୁଜୁ କରିଛନ୍ତି ।
ତେବେ କୋର୍ଟ ପକ୍ଷରୁ ସୁଧୀରଙ୍କ ଏହି ଅଭିଯୋଗକୁ ସ୍ବୀକାର କରାଯାଇଛି ଏବଂ ଏହି ମାମଲାର ଶୁଶାଣି ଅଗଷ୍ଟ 26 ରେ ହେବ ବୋଲି ଜଣା ପଡିଛି । ସୁଧୀର ଓଝା ଧାରା 504, 506 ଏବଂ 153 ଅଧିନରେ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ଏହି ମାମଲା ରୁଜୁ କରିଛନ୍ତି ।
ସୂଚନାଯୋଗ୍ୟ ଯେ, 2 ବର୍ଷ ତଳେ ଭିଡହିଂସାର ଶିକାର ହୋଇଥିବା ପହଲୁ ଖାନ ହତ୍ୟା ମାମଲାରେ ବୁଧବାର ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରାଯାଇଥିଲା । ତେବେ ଏନେଇ ଶୁକ୍ରବାର ପ୍ରିୟଙ୍କା ଗାନ୍ଧୀ ଏକ ଟ୍ବିଟ କରି କହିଥିଲେ, ପହଲୁ ଖାନ ମାମଲାରେ ନିମ୍ନ ଅଦାଲତଙ୍କ ନିଷ୍ପତ୍ତି ଆଶ୍ଚର୍ଯ୍ୟ ଜନକ । ଭିଡହତ୍ୟା ଏକ ଜଘନ୍ୟ ଅପରାଧ । ଆମ ଦେଶରେ ଅମାନବୀୟତା ପାଇଁ କୌଣସି ସ୍ଥାନ ରହିବା ଅନୁଚିତ । ବର୍ତ୍ତମାନର ରାଜସ୍ଥାନ ସରକାର ମବ ଲିଂଚିଂକୁ ନେଇ ପ୍ରଣୟନ କରୁଥିବା ଆଇନ ସ୍ବାଗତଯୋଗ୍ୟ ଅଟେ । ପହଲୁ ଖାନକୁ ନ୍ୟାୟ ଦେଇ ସରକାର ଉଦାହରଣ ସୃଷ୍ଟି କରିବେ ବୋଲି ମୁଁ ଆଶା କରୁଛି ବୋଲି ସେ କହିଥିଲେ ।