ନୂଆଦିଲ୍ଲୀ: ରାଜଧାନୀରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ସାରା ଦେଶକୁ କରିଦେଇଛି ନିସ୍ତବ୍ଧ । ଆଖି ଖୋଲିଲା ବେଳକୁ 43 ପରିବାରର ଆଖିରୁ ଶୁଖୁ ନାହିଁ ଲୁହଁ। କିଏ ପିତାକୁ ହରାଇ ଚିତ୍କାର କରୁଛି ତ, ଆଉ କିଏ ରୋଜଗାରିଆ ପୁଅର ପୋଡ଼ା ଶରୀରକୁ ଦେଖି ମୁଣ୍ଡ ବାଡ଼ାଇ ମାଟିରେ ଗଡ଼ି ଯାଉଛି। ରାଣୀ ଝାନ୍ସୀ ରୋଡ଼ରେ ଥିବା ଅନାଜ ମଣ୍ଡି ଅଗ୍ନିକାଣ୍ଡ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ପୋଲିସ କମିସନର ଅମୁଲ୍ୟ ପଟ୍ଟନାୟକ କ୍ରାଇମବ୍ରାଞ୍ଚକୁ ମାମଲାର ତଦନ୍ତ ହସ୍ତାନ୍ତର କରିଛନ୍ତି।
ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣା: ତଦନ୍ତ କରିବ କ୍ରାଇମବ୍ରାଞ୍ଚ - पुलिस कमिश्नर अमूल्य पटनायक
ରାଜଧାନୀ ଦିଲ୍ଲୀରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ପୋଲିସ କମିସନର ଅମୁଲ୍ୟ ପଟ୍ଟନାୟକ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିବା ନେଇ ସୂଚନା ଦେଇଛନ୍ତି ଡ଼ିସିପି।
ମଣ୍ଡି ଅଗ୍ନିକାଣ୍ଡ
ଅଗ୍ନିକାଣ୍ଡରେ 43 ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ 59ଜଣ ଆହାତଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଘଟଣା ସମ୍ପର୍କରେ ସକାଳ 5.22 ମିନିଟରେ ପୋଲିସକୁ କଲ ଆସିଥିବା କହିଛନ୍ତି ଡ଼ିସିପି ମନଦୀପ ସିଂହ ରଂଧାୱା ।
ବର୍ତ୍ତମାନ ସୁଦ୍ଧା ସମସ୍ତ ଅପରେସନ ଶେଷ ହୋଇସାରିଥିବା କହିଛନ୍ତି ଡ଼ିସିପି। ସେହିପରି ସମସ୍ତ ଆହତଙ୍କ ଚିକିତ୍ସା ଡାକ୍ତରଖାନାରେ ଚାଲୁଥିବା ବେଳେ ଅଗ୍ନିକାଣ୍ଡ ଘଟିଥିବା ବିଲ୍ଡିଂର ମାଲିକକୁ ପୋଲିସ ପଚରାଉଚରା ଜାରି ରଖିଥିବା ସେ କହିଛନ୍ତି।