ଓଡିଶା

odisha

ETV Bharat / bharat

ଦଳିତ ମହିଳାଙ୍କୁ ଦୁଷ୍କର୍ମ ମାମଲା: ଶୀର୍ଷରେ ରାଜସ୍ଥାନ-ମଧ୍ୟପ୍ରଦେଶ - Crime against Scheduled Tribe

ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ଦ୍ବାରା ପ୍ରକାଶିତ ବାର୍ଷିକ କ୍ରାଇମ ଇନ୍ ଇଣ୍ଡିଆ-2019 ରିପୋର୍ଟ ଅନୁଯାୟୀ, ଅନୁସୂଚିତ ଜାତି (ଏସସି) ଏବଂ ଅନୁସୂଚିତ ଜନଜାତି (ଏସଟି) ଙ୍କ ବିରୋଧରେ 2019 ବର୍ଷରେ 2018 ତୁଳନାରେ ଯଥାକ୍ରମେ 7 ପ୍ରତିଶତ ଏବଂ 26 ପ୍ରତିଶତ ଅପରାଧ ବୃଦ୍ଧି ଘଟିଛି।

ଦଳିତ ମହିଳାଙ୍କ ସହ ଦୁଷ୍କର୍ମ ମାମଲା
ଦଳିତ ମହିଳାଙ୍କ ସହ ଦୁଷ୍କର୍ମ ମାମଲା

By

Published : Oct 3, 2020, 5:02 PM IST

ହାଇଦ୍ରାବାଦ: ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ଦ୍ବାରା ପ୍ରକାଶିତ ବାର୍ଷିକ କ୍ରାଇମ ଇନ୍ ଇଣ୍ଡିଆ-2019 ରିପୋର୍ଟ ଅନୁଯାୟୀ, ଅନୁସୂଚିତ ଜାତି (ଏସସି) ଏବଂ ଅନୁସୂଚିତ ଜନଜାତି (ଏସଟି) ଙ୍କ ବିରୋଧରେ 2019 ବର୍ଷରେ 2018 ତୁଳନାରେ ଯଥାକ୍ରମେ 7 ପ୍ରତିଶତ ଏବଂ 26 ପ୍ରତିଶତ ଅପରାଧ ବୃଦ୍ଧି ଘଟିଛି। ଏସସି ବିରୋଧରେ ମୋଟ 45,935 ଅପରାଧ ପଞ୍ଜିକୃତ ହୋଇଥିଲା । ଏହା 2018 ତୁଳନାରେ 7.3 ପ୍ରତିଶତ ବୃଦ୍ଧି ଘଟିଛି । 2018ରେ 42,793 ଟି ମାମଲା ରେକର୍ଡ କରାଯାଇଥିଲା।

ଅନ୍ୟପକ୍ଷେ 11,829 ମାମଲା ସହ ଉତ୍ତରପ୍ରଦେଶ 2019 ରେ ଏସସି ବିରୋଧରେ ସର୍ବାଧିକ ଅପରାଧ କରିଛି । ଏହାପରେ ରାଜସ୍ଥାନରେ 6,794 ମାମଲା ଏବଂ ବିହାରରେ 6,544 ମାମଲା ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏସସି ସହ ଜଡିତ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ରାଜସ୍ଥାନ 554 ମାମଲାରେ ଶୀର୍ଷରେ ରହିଛି । ଏହାପରେ ଉତ୍ତରପ୍ରଦେଶ 537 ଏବଂ ମଧ୍ୟପ୍ରଦେଶ 510 ମାମଲାରେ ଶୀର୍ଷରେ ରହିଛି।

ଏସଟିଙ୍କ ବିରୋଧରେ ମୋଟ 8,257 ମାମଲା ପଞ୍ଜିକୃତ ହୋଇଥିଲା । ଏହା 2018 ତୁଳନାରେ 26.5 ପ୍ରତିଶତ ବୃଦ୍ଧି ପାଇଛି । ମଧ୍ୟପ୍ରଦେଶରେ ଏସଟି ବିରୋଧରେ ସର୍ବାଧିକ ମାମଲା ହୋଇଛି । ଏହାପରେ ରାଜସ୍ଥାନରେ 1,797 ମାମଲା ଏବଂ ଓଡିଶାରେ 576 ମାମଲା ରେକର୍ଡ କରାଯାଇଛି। ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମରେ ସର୍ବାଧିକ ଘଟଣା, 358ଟି ମଧ୍ୟପ୍ରଦେଶରେ ପଞ୍ଜିକୃତ ହୋଇଥିଲା । ପରେ ଛତିଶଗଡରେ 180 ଏବଂ ମହାରାଷ୍ଟ୍ରରେ 114 ଟି ଘଟଣା ଘଟିଥିଲା।

ଏସଟିଙ୍କ ବିରୋଧରେ ସର୍ବାଧିକ ଅପରାଧ ଏବଂ ଅତ୍ୟାଚାର ମାମଲା ସାମ୍ନାକୁ ଆସିଛି । ଏହା 2019 ରେ ହୋଇଥିବା ମୋଟ ଅପରାଧର 20.3 ପ୍ରତିଶତ ଅଟେ। ଏହାପରେ 1110 ଟି ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ମାମଲା । ମହିଳାଙ୍କ ଉପରେ ନିର୍ଯାତନା ମୋଟ ମାମଲାର 10.7 ପ୍ରତିଶତ ଅଟେ।

2019 ରେ ମୋଟ 51,56,172 ଅପରାଧ ହୋଇଛି । ଆଇପିସି ଧାରା ଅଧିନରେ 32,25,701 ମାମଲା ଏବଂ 19,30,471 ମାମଲା ସ୍ବତନ୍ତ୍ର ଏବଂ ସ୍ଥାନୀୟ ଆଇନ (SLL) ଅପରାଧରେ ପଞ୍ଜିକୃତ ହୋଇଛି। 2018 ଅପେକ୍ଷା ଏହା 1.6 ପ୍ରତିଶତ ବୃଦ୍ଧି ଘଟିଛି । 2019 ରେ ମହିଳାଙ୍କ ବିରୋଧରେ ମୋଟ 4,05,861 ମାମଲା ପଞ୍ଜିକୃତ ହୋଇଥିଲା। 2018 ରେ ଏହା 3,78,236 ମାମଲା ରହିଥିଲା ।

କମନୱେଲଥ ହ୍ୟୁମାନ ୱେଲଥ୍ ଦ୍ବାରା ହୋଇଥିବା ଅଭିଜାନ ବିଶ୍ଳେଷଣରୁ ଜଣାପଡିଛି ଯେ ଏସସି ଲୋକଙ୍କ ବିରୋଧରେ ପ୍ରାୟ 9 ପ୍ରତିଶତ ଅପରାଧ କେବଳ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଅନୁଯାୟୀ ପଞ୍ଜୀକୃତ ହୋଇଥିଲା । ଆଉ ବାକି 91 ପ୍ରତିଶତ SC/ST PoA ଆକ୍ଟ ଅଧିନରେ ପଞ୍ଜୀକୃତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details