ଓଡିଶା

odisha

ETV Bharat / bharat

ବାଇକ ସାହାଯ୍ୟରେ ମକା ଛଡାଉଛନ୍ତି ଚାଷୀ, ପ୍ରଶଂସା କଲେ ମହିନ୍ଦ୍ରା ଗ୍ରୁପ୍ ଚେୟାରମ୍ୟାନ୍

ମକା ଛଡାଇବାର ଅଭିନବ ଉପାୟ । ବାଇକର ପଛ ଚକା ବ୍ୟବହାର କରି ମକା ମଞ୍ଚି ଛଡାଉଛନ୍ତି ଚାଷୀ । ଯାହାର ଏକ ଭିଡିଓ ଟ୍ୱିଟରେ ପୋଷ୍ଟ କରିଛନ୍ତି ମହିନ୍ଦ୍ରା ଗ୍ରୁପ୍ ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା । ଅଧିକ ପଢନ୍ତୁ...

By

Published : Aug 29, 2020, 12:57 PM IST

ବାଇକ ସାହାଯ୍ୟରେ ମକା ଛଡାଉଛନ୍ତି ଚାଷୀ, ପ୍ରଶଂସା କଲେ ମହିନ୍ଦ୍ରା ଗ୍ରୁପ୍ ଚେୟାରମ୍ୟାନ୍
ବାଇକ ସାହାଯ୍ୟରେ ମକା ଛଡାଉଛନ୍ତି ଚାଷୀ, ପ୍ରଶଂସା କଲେ ମହିନ୍ଦ୍ରା ଗ୍ରୁପ୍ ଚେୟାରମ୍ୟାନ୍

ନୂଆଦିଲ୍ଲୀ:ବାଇକର ପଛ ଚକା ବ୍ୟବହାର କରି ମକା ଛଡାଉଥିବା କିଛି ମକା ଚାଷୀଙ୍କ ଭିଡିଓ ଟ୍ୱିଟ କରିଛନ୍ତି ମହିନ୍ଦ୍ରା ଗ୍ରୁପ୍ ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା । ଆଗ୍ରୋ ଇଣ୍ଡଷ୍ଟ୍ରୀରେ ବାଇକର ବିକଳ୍ପ ବ୍ୟବହାରକୁ ନେଇ ସେ ଚାଷୀଙ୍କୁ ପ୍ରଶଂସା କରିଛନ୍ତି ।

ଆନନ୍ଦ ମହିନ୍ଦ୍ରା ତାଙ୍କ ଟ୍ୱିଟ୍ ରେ କହିଛନ୍ତି, "ମୁଁ କ୍ରମାଗତ ଭାବରେ କ୍ଲିପ୍ ଗ୍ରହଣ କରେ ଯାହା ଦର୍ଶାଏ ଯେ ଆମର କୃଷି ସମ୍ପ୍ରଦାୟଗୁଡିକ କିପରି ବାଇକ୍ ଏବଂ ଟ୍ରାକ୍ଟରକୁ ମଲ୍ଟି ଟାସ୍କିଂ ମେସିନରେ ପରିଣତ କରନ୍ତି । ଏଠାରେ ଗୋଟିଏ ପ୍ରୟୋଗ ଯାହା ମୁଁ କେବେ ସ୍ୱପ୍ନରେ ମଧ୍ୟ ଭାବି ନ ଥିଲି ।

ବାଇକ ସାହାଯ୍ୟରେ ମକା ଛଡାଉଛନ୍ତି ଚାଷୀ, ପ୍ରଶଂସା କଲେ ମହିନ୍ଦ୍ରା ଗ୍ରୁପ୍ ଚେୟାରମ୍ୟାନ୍

ତେବେ ନିକଟରେ ସେ ମହାରାଷ୍ଟ୍ରର ଜଣେ କୃଷକ ଟ୍ରାକ୍ଟର ବ୍ୟବହାର କରି ଗୋ ଦୁଗ୍ଧ କାଢିବାର ଏକ ନିଆରା ଉପାୟ ପାଇଥିଲେ । ଯାହାର ଭିଡିଓ ସେ ନିଜ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ମକା ଛଡାଇବାର ଏହି ଉପାୟକୁ ଲୋକେ ଖୁବ ପସନ୍ଦ କରୁଥିବା ବେଳେ ଆନ୍ଦ ମହିନ୍ଦ୍ରାଙ୍କର ଏହି ଟ୍ୱିଟକୁ ଖୁବ ଲାଇକ ଓ ରିଟ୍ୱିଟ କରାଯାଉଥିବା ଦେଖିବାକୁ ମିଳିଛି ।

ABOUT THE AUTHOR

...view details