ୱାଂସିଟନ: ସାରା ବିଶ୍ବରେ ହଇଚଇ ସୃଷ୍ଟି କରିଛି କୋରୋନା ଭାଇରସ । ଏହା ମଧ୍ୟରେ କୋରୋନା ଆମରିକାରେ ମୃତ୍ୟୁର ତାଣ୍ଡବ ରଚିଛି । ପ୍ରତିଦିନ ଆମେରିକାରେ କୋରୋନା କାରଣରୁ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟୁଛି । ଏହି କ୍ରମରେ ଗତ 24 ଘଣ୍ଟାରେ ଆମେରିକାରେ 1435ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ନେଇ ଏଏଫପି ନ୍ୟୁଜ ଏଜେନ୍ସି ଜନ୍ ହପକିନ୍ସ ସୂଚନା ଦେଇଛନ୍ତି ।
ଏହାକୁ ମିଶାଇ ଆମେରିକାରେ କୋରୋନା ମୃତ୍ୟୁ ସଂଖ୍ୟା 67 ହଜାର ଟପିଛି । ଏହାଛଡା ବର୍ତ୍ତମାନ ଆମେରିକାରେ 1 କୋଟିରୁ ଉର୍ଦ୍ଧ୍ବ ଲୋକ କୋରୋନା ଆକ୍ରାନ୍ତ ରହିଛନ୍ତି । ମୋଟ ଆକ୍ରାନ୍ତ ମଧ୍ୟରୁ 9 ଲକ୍ଷରୁ ଉର୍ଦ୍ଧ୍ବ ସକ୍ରିମ ମାମଲା ରହିଛି ।