ଓଡିଶା

odisha

ETV Bharat / bharat

କୋଭିଡ-19: ମଧ୍ୟପ୍ରଦେଶ 50, ବିହାର 2 ଓ ଉତ୍ତରପ୍ରଦେଶରେ 7 ପଜିଟିଭ - madhyapradesh corona news

କୋରୋନା ଦ୍ବାରା ଉତ୍ତରପ୍ରଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 849ରେ ପହଞ୍ଚିଥିବା ସହ 14 ଜଣଙ୍କର ପ୍ରାଣହାନୀ ଘଟିଛି । ସେହିପରି ମଧ୍ୟପ୍ରଦେଶରେ 13 ଶହ 10କୁ ଛୁଇଁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । 69 ଜଣଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

OVID19 i
ମଧ୍ୟପ୍ରଦେଶ 50, ବିହାର 2 ଓ ଉତ୍ତରପ୍ରଦେଶରେ 7 ପଜିଟିଭ

By

Published : Apr 18, 2020, 10:28 AM IST

ହାଇଦ୍ରାବାଦ: ଧିରେ ଧିରେ ମଧ୍ୟପ୍ରଦେଶକୁ ନିଜ କବଜାରେ ନେଲାଣି ମହାମାରୀ କୋରୋନା । ତେବେ ରାଜ୍ୟର ସବୁଠୁ ଅଧିକ ପ୍ରଭାବିତ ଜିଲା ହେଉଛି ଇନ୍ଦୋର । ଏଠାରେ ପୁଣି 50ଟି ନୂଆ କୋଭିଡ-19 ପଜିଟିଭ ସାମ୍ନାକୁ ଆସିଛି । ଯାହାଦ୍ବାରା ଜିଲ୍ଲାର ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 892ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛନ୍ତି ଇନ୍ଦୋର ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ପ୍ରବୀଣ ଜାଦିଆ ।

ମଧ୍ୟପ୍ରଦେଶ 50, ବିହାର 2 ଓ ଉତ୍ତରପ୍ରଦେଶରେ 7 ପଜିଟିଭ

ଅନ୍ୟପଟେ, ବିହାରରେ ଆଉ 2 ଜଣ ବ୍ୟକ୍ତିଙ୍କ ନିକଟରେ କୋରୋନା ପଜିଟିଭ ଦେଖାଦେଇଛି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ସେମାନେ ସଂକ୍ରମିତ ହୋଇଥିବା ଜଣାପଡିଛି । ତେବେ ଆଉ କିଏ କିଏ ସେମାନଙ୍କ ସମ୍ପର୍କରେ ଆସିଛନ୍ତି ସେନେଇ ଅନୁସନ୍ଧାନ ଚାଲିଛି । ତେବେ ରାଜ୍ୟରେ ମୋଟ ପଜିଟିଭ ମାମଲା 85ରେ ପହଁଚିଥିବା କହିଛନ୍ତି ବିହାରର ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ସଞ୍ଜୟ କୁମାର ।

ସେହିପରି ଉତ୍ତରପ୍ରଦେଶର ମୁରାଦାବାଦରେ ଏକ ଶିଶୁ ସମେତ 7 ଜଣ ବ୍ୟକ୍ତି କୋରୋନା ସଂକ୍ରମିତ ଭାବେ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ଜିଲ୍ଲାରେ ମୋଟ କୋଭିଡ-19 ପଜିଟିଭ ମାମଲା 38କୁ ବୃଦ୍ଧି ପାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଏମସି ଗର୍ଗ ।

ABOUT THE AUTHOR

...view details