ଚଣ୍ଡିଗଡ: ମହାମାରୀ ଆତଙ୍କରେ କିଏ ଘରୁ ପଦାକୁ ଗୋଡ କାଢୁନି ତ କିଏ କୋରୋନା ଭୟରେ ଜୀବନ ହାରି ଦେଉଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ହରିୟାଣାରେ । ଜଣେ 55 ବର୍ଷୀୟ କୋରୋନା ପଜିଟିଭ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି । ଆଉ ମୃତ୍ୟୁ ପୂର୍ବରୁ ସମାଜକୁ ଏକ ବାର୍ତ୍ତା ଦେଇଯାଇଛନ୍ତି ।
ଆତ୍ମହତ୍ୟା କଲେ କୋରୋନା ସଂକ୍ରମିତ, ଅନ୍ତିମ ସଂସ୍କାରରେ ସାମାଜିକ ଦୂରତା ରଖିବାକୁ କରିଛନ୍ତି ନିବେଦନ - haryana ambala hospital
ବିଚିତ୍ର ମଣିଷ । କୋରୋନା ସଂକ୍ରମିତ ବ୍ୟକ୍ତି ଆତ୍ମହତ୍ୟା କରି ନିଜ ଅନ୍ତିମ ସଂସ୍କାରରେ ସାମାଜିକ ଦୂରତା ରଖିବାକୁ ନିବେଦନ କରିଛନ୍ତି । ଏହି ଘଟଣା ଘଟିଛି ହରିୟାଣା ଆମ୍ବାଲା ହସପିଟାଲରେ । ଅଧିକ ପଢନ୍ତୁ...
ବ୍ୟକ୍ତି ଜଣ କିଛି ଏପରି କହିଛନ୍ତି , ମୋର ଅନ୍ତିମ ସଂସ୍କାରରେ ସାମାଜିକ ଦୂରତା ବଜାୟ ରଖିବେ । ମୋ ମୃତ ଦେହ ନିକଟରୁ 10 ଫୁଟ ଦୂରରେ ରହି କ୍ରିୟା କରିବା ନେଇ ସେ ଏକ ଚିଠିରେ ଉଲ୍ଲେଖ କରିଛନ୍ତି । ତାଙ୍କର ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ପୋଲିସ ଏନେଇ ଏବେ ତଦନ୍ତ ଜାରି ରଖିଛି ।
ସୂଚନାନୁଯାୟୀ, ବ୍ୟକ୍ତି ଜଣଙ୍କ କୋଭିଡ-19 ପଜିଟିଭ ଚିହ୍ନଟ ହେବା ପରେ ହରିୟାଣାର ଆମ୍ବାଲା ହସପିଟାଲରେ ଚିକିତ୍ସିତ ହେଉଥିଲେ । ଗତକାଲି ବିଳମ୍ବିତ ରାତିରେ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ହରିୟାଣାରେ ଏବେ ସୁଦ୍ଧା 9218 କୋରୋନା ଆକ୍ରାନ୍ତ ରହିଥିବା ବେଳେ 4528 ଆକ୍ଟିଭ ମାମଲା ରହିଛି ଯେତେବେଳେ କି 4556 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟରେ ମୋଟ 134 ଜଣ କୋରୋନାରେ ପ୍ରାଣ ହରାଇଛନ୍ତି ।