ଓଡିଶା

odisha

ETV Bharat / bharat

ବିହାର ବିଧାନସଭା ନିର୍ବାଚନ; ପୋଲିଂ ସେଣ୍ଟରରୁ ଉତ୍ପନ ହୋଇଛି 160 ଟନ୍‌ ବର୍ଜ୍ୟବସ୍ତୁ - ବିହାର ବିଧାନସଭା ନିର୍ବାଚନ

ମହାମାରୀ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବିହାର ବିଧାନସଭା ନିର୍ବାଚନରେ ବିଭିନ୍ନ ପୋଲିଂ ସେଣ୍ଟରରୁ ପ୍ରାୟ 160 ଟନ୍‌ ବର୍ଜ୍ୟବସ୍ତୁ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ..

ବିହାର ବିଧାନସଭା ନିର୍ବାଚନ; ପୋଲିଂ ସେଣ୍ଟରରୁ ଉତ୍ପନ ହୋଇଛି 160 ଟନ୍‌ ବର୍ଜ୍ୟବସ୍ତୁ
ବିହାର ବିଧାନସଭା ନିର୍ବାଚନ; ପୋଲିଂ ସେଣ୍ଟରରୁ ଉତ୍ପନ ହୋଇଛି 160 ଟନ୍‌ ବର୍ଜ୍ୟବସ୍ତୁ

By

Published : Nov 15, 2020, 7:49 PM IST

ନୂଆଦିଲ୍ଲୀ: ମହାମାରୀ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବିହାର ବିଧାନସଭା ନିର୍ବାଚନରେ ବିଭିନ୍ନ ପୋଲିଂ ସେଣ୍ଟରରୁ ପ୍ରାୟ 160 ଟନ୍‌ ବର୍ଜ୍ୟବସ୍ତୁ ସୃଷ୍ଟି ହୋଇଛି । ମତଦାନ କେନ୍ଦ୍ରରେ ପୋଲିଂ କର୍ମଚାରୀ, ଓ ଭୋଟରମାନେ ବ୍ୟବହାର କରିଥିବା ଗ୍ଲୋବସ୍‌, ଫେସ୍‌ ମାସ୍କ, ଏବଂ ସାନିଟାଇଜର ବୋତଲ ସଂଗ୍ରହ କରାଯାଇଛି ବୋଲି ରାଜ୍ୟର ପୋଲିଂ କର୍ତ୍ତୃପକ୍ଷ କହିଛନ୍ତି ।

ମହାମାରୀ ମଧ୍ୟରେ ହୋଇଥିବା ସର୍ବପ୍ରଥମ ସର୍ଭେରେ ଭୋଟର, ମତଦାନ କର୍ମଚାରୀ ଏବଂ ସୁରକ୍ଷା କର୍ମୀଙ୍କ ସୁରକ୍ଷା ପାଇଁ ନିର୍ବାଚନ ଆୟୋଗ 18 ଲକ୍ଷ ଫେସ୍ ସିଲ୍ଡ, 70 ଲକ୍ଷ ଫେସ୍ ମାସ୍କ, 5.4 ଲକ୍ଷ ଏକକ ବ୍ୟବହାର ରବର ଗ୍ଲୋଭସ୍ ଏବଂ 7.21 ଭୋଟରଙ୍କ ପାଇଁ ଇଭିଏମ୍ ବଟନ୍ ଦବାଇବା ଏବଂ ମତଦାନ କେନ୍ଦ୍ରରେ ରେଜିଷ୍ଟରରେ ଦସ୍ତଖତ କରିବା ପାଇଁ ଏକକ ବ୍ୟବହାର ପଲିଥିନ୍ ଗ୍ଲୋଭସ୍ ପ୍ରଦାନ କରିଥିଲେ । ଏହାସହ ମୋଟ 100 ଓ 500 ମିଲିର 29 ଲକ୍ଷ ହ୍ୟାଣ୍ଡ ସାନିଟାଇଜର ବୋତଲ ପ୍ରଦାନ କରାଯାଇଥିଲା ।

ନିର୍ବାଚନ ଆୟୋଗ ଏବଂ ବିହାରରେ ପୋଲ୍ କର୍ତ୍ତୃପକ୍ଷଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ନିର୍ବାଚନ ପୂର୍ବରୁ ଗୋଟିଏ ଦିନ ଏବଂ ନିର୍ବାଚନ ଦିନ ତିନିଥର ମତଦାନ କେନ୍ଦ୍ରକୁ ପରିଷ୍କାର କରାଯାଇଥିଲା।

ବିହାରର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତିନୋଟି ପର୍ଯ୍ୟାୟରେ ହୋଇଥିବା ଥିବା ନିର୍ବାଚନ ପାଇଁ କୋଭିଡ ସୁରକ୍ଷା ସାମଗ୍ରୀ ଉପରେ ନିଷ୍ପତ୍ତି ନେବାକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସହାୟତା ଲୋଡିଥିଲା। ଯେଉଁଥିରେ ଫେସ ମାସ୍କ, ପେସ ସିଲ୍ଡ, ଗ୍ଲୋଭସ୍‌ ଏବଂ ସାନିଟାଇଜର ଅନ୍ତର୍ଭୁକ୍ତ ଥିଲା । ତେବେ ବିହାର ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ ଏହି ସବୁର କିପରି ଡିସପୋଜାଲ କରାଯିବ ଏନେଇ ଅଧିକାରୀଙ୍କୁ ତାଲିମ ଦିଆଯାଇଛି । ସେ କହିଛନ୍ତି ଯେ ପ୍ରାୟ 160 ଟନ୍ ଚିକିତ୍ସା ବର୍ଜ୍ୟବସ୍ତୁ ଉତ୍ପନ୍ନ ହୋଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details