ଓଡିଶା

odisha

ତେଲେଙ୍ଗାନାରେ 10ହଜାର ମୁହାଁ ସଂକ୍ରମଣ ରିପୋର୍ଟ

ଲେଙ୍ଗାନାରେ କୋରୋନା ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । ମଙ୍ଗଳବାର ରାଜ୍ୟରେ ମୋଟ 879 ପଜିଟିଭ କେସ ସାମ୍ନାକୁ ଆସିଥିବା ବେଳେ 3ଟି ମୃତ୍ୟୁ ରିପୋର୍ଟ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

By

Published : Jun 23, 2020, 11:44 PM IST

Published : Jun 23, 2020, 11:44 PM IST

ତେଲେଙ୍ଗାନାରେ 10ହଜାର ମୁହାଁ ସଂକ୍ରମଣ ରିପୋର୍ଟ
ତେଲେଙ୍ଗାନାରେ 10ହଜାର ମୁହାଁ ସଂକ୍ରମଣ ରିପୋର୍ଟ

ହାଇଦ୍ରାବାଦ: ତେଲେଙ୍ଗାନାରେ କୋରୋନା ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । ମଙ୍ଗଳବାର ରାଜ୍ୟରେ ମୋଟ 879 ପଜିଟିଭ କେସ ସାମ୍ନାକୁ ଆସିଥିବା ବେଳେ 3ଟି ମୃତ୍ୟୁ ରିପୋର୍ଟ ହୋଇଛି । ମଙ୍ଗଳବାର ରିପୋର୍ଟକୁ ମିଶାଇ ରାଜ୍ୟରେ 10ହଜାର ମୁହାଁ ସଂକ୍ରମିତଙ୍କ ସଂଖ୍ୟା ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 9553ରେ ପହଞ୍ଚିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ସେଥିମଧ୍ୟରୁ 4224 ଆରୋଗ୍ୟ ଲାଭ କରିଥିବା ବେଳେ ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା 5109 ରହିଛି ।

ମଙ୍ଗଳବାର କୋରୋନାରେ 3ଜଣଙ୍କ ମୃତ୍ୟୁ ପରେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 220ରେ ପହଞ୍ଚିଛି । ଅନ୍ୟପଟେ ରାଜ୍ୟରେ ମଙ୍ଗଳବାର 3,006 ଟେଷ୍ଟିଂ କରାଯାଇଥିଲା । ସେହିପରି ମଙ୍ଗଳବାର ଡିସଚାର୍ଜ ରୋଗୀଙ୍କ ସଂଖ୍ୟା 219 ରହିଛି । ଜୁନ୍ 23 ସୁଦ୍ଧା ତେଲେଙ୍ଗାନାରେ 63,249 ନମୁନା ପରୀକ୍ଷା କରାଯାଇଛି ।

ABOUT THE AUTHOR

...view details