ନୂଆଦିଲ୍ଲୀ:ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ସିରୋଲଜିକାଲ ସର୍ଭେ । କୋରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଶନିବାର ଠାରୁ ସିରୋଲଜିକାଲ ସର୍ଭେ ଆରମ୍ଭ ହେବ। ଏହି ସର୍ଭେ ମାଧ୍ୟମରେ ଦିଲ୍ଲୀରେ କୋରୋନାର ବ୍ୟାପକ ବିଶ୍ଳେଷଣ କରାଯିବ । ଏଥିସହ ବିଶ୍ୱ ମହାମାରୀର ମୁକାବିଲା ପାଇଁ ଏହା ଏକ ବିସ୍ତୃତ ରଣନୀତି ପ୍ରସ୍ତୁତ କରିବାରେ ମଧ୍ୟ ସହାୟକ ହେବ ।
ଗତ ଜୁନ୍ 21ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଅଧ୍ଯକ୍ଷତାରେ ହୋଇଥିବା ବୈଠକରେ ଦିଲ୍ଲୀ କୋରୋନା ସ୍ଥିତିକୁ ନେଇ ନିଆଯାଇଥିବା ନିଷ୍ପତ୍ତିକୁ ଗତ ଜୁନ୍ 25ରେ କେନ୍ଦ୍ର ଗୃହ ସଚିବ ସମୀକ୍ଷା କରିଥିଲେ । ଏହି ବୈଠକରେ ଦିଲ୍ଲୀ ମୁଖ୍ୟ ଶାସନ ସଚିବ ତଥା ସ୍ୱାସ୍ଥ୍ୟ ସଚିବ ତଥା ଡ.ଭିକେ ପାଲ, ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ ଏବଂ ଆଇସିଏମଆରର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ ଯୋଗ ଦେଇଥିଲେ। ।