ଓଡିଶା

odisha

ETV Bharat / bharat

ମାଗଣା କୁକୁଡା ମାଂସ ବାଣ୍ଟି ବ୍ୟବସାୟୀଙ୍କ ସଚେତନତା ବାର୍ତ୍ତା - ମାଗଣା କୁକୁଡା ମାଂସ

ମାଗଣା କୁକୁଡା ମାଂସ ବାଣ୍ଟିଲେ ବ୍ୟବସାୟୀ । ଚିକେନ ଦ୍ବାରା କୋରୋନା ବ୍ୟାପେ ନାହିଁ ବୋଲି ଲୋକଙ୍କୁ ସଚେତନ କରିଛନ୍ତି । ଅଧିକ ପଢନ୍ତୁ...

Poultry traders offer free chicken
ଡିଜାଇନ ଫଟୋ

By

Published : Mar 17, 2020, 12:53 PM IST

ଚେନ୍ନାଇ: କୋରୋନା ସାରା ବିଶ୍ବରେ କାୟା ବିସ୍ତାର କଲାଣି କୋରୋନା । ଏନେଇ ଲୋକଙ୍କ ଭିତରେ ଭୟ ବେଶୀ ବଢିବାରେ ଲାଗିଛି । ତେଣୁ ସାଧାରଣ ଜୀବନରେ ମଧ୍ୟ ବାଧା ଦେଖାଦେଉଥିଲା । ଏମିତିକି ଲୋକେ ଚିକେନ ଏବଂ ଅଣ୍ଡା ଖାଇବା ଛାଡିଦେଲେଣି । କାରଣ ଆମିଷ ଖାଇଲେ କୋରୋନା ବ୍ୟାପୁଥିବା ଗୁଜବରେ ଲୋକେ ବିଶ୍ବାସ କରି ଆମିଷ ଖାଇବା ବନ୍ଦ କରିଦେଇଛନ୍ତି ।

ଫଳରେ ଚିକେନ ଏବଂ ଅଣ୍ଡା ବ୍ୟବସାୟରେ କୋଟି କୋଟି ଟଙ୍କାର କ୍ଷତି ହେଉଛି । ଏପଟେ ଲୋକଙ୍କ ମନରେ ରହିଥିବା ଗୁଜବକୁ ହଟାଇବା ପାଇଁ ତେଣୁ ତାମିଲନାଡୁ ନମ୍ମକଲ ଅଞ୍ଚଳର ପଲ୍ଟ୍ରି ଭେଣ୍ଡର ଆପଣାଇଛନ୍ତି ନୂଆ ଉପାୟ। ଚିକେନ ତରକାରୀ ତିଆରି କରି ଲୋକଙ୍କୁ ମାଗଣା ବାଣ୍ଟିଛନ୍ତି ।

ପ୍ରାୟ 100 କିଲୋ ଚିକେନ ସ୍ଥାନୀୟ ଲୋକଙ୍କୁ ବାଣ୍ଟି ସଚେତନତା ସୃଷ୍ଟି କରିଛନ୍ତି । ଲୋକଙ୍କୁ ବୁଝାଇଛନ୍ତି ଯେ, ଚିକେନ ଖାଇବା ଦ୍ବାରା କୋରୋନା ବ୍ୟାପିନଥାଏ । ତେଣୁ ଏଥିରେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ଏନେଇ ବ୍ୟବସାୟୀ କେନ୍ଦ୍ର ସରକାରଙ୍କୁ ପଦକ୍ଷେପ ନେବାକୁ ମଧ୍ୟ ଗୁହାରୀ କରିଛନ୍ତି । ଏପଟେ କିଛି ଦିନ ତଳେ ଏହି ଅଞ୍ଚଳରେ ଜଣେ ବ୍ୟକ୍ତି ଚିକେନ ଖାଇଲେ କୋରୋନା ବ୍ୟାବୁଥିବା ନେଇ ଗୁଜବ ଇଣ୍ଟରନେଟରେ ପ୍ରଚାର କରି ଗିରଫ ହୋଇଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details