ଓଡିଶା

odisha

ETV Bharat / bharat

ମଦ ବିକ୍ରି ପାଇଁ ଗାଇଡଲାଇନ ଜାରି କଲା ଅବକାରୀ ବିଭାଗ

କୋରୋନା ମହାମାରୀ ମଧ୍ୟରେ ରାଜ୍ୟର ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ମଦ ବିକ୍ରି ଆରମ୍ଭ ହେବା ପରେ ରାଜସ୍ଥାନ ଅବକାରୀ ବିଭାଗ ଗାଇଡଲାଇନ ଜାରି କରିଛି।

guideline
ମଦ ବିକ୍ରି ପାଇଁ ଗାଇଡଲାଇନ ଜାରି କଲା ରାଜସ୍ଥାନ ଅବକାରୀ ବିଭାଗ

By

Published : Jun 24, 2020, 11:51 AM IST

ଜୟପୁର:କୋରୋନା ମହାମାରୀ ମଧ୍ୟରେ ରାଜ୍ୟର ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ମଦ ବିକ୍ରି ଆରମ୍ଭ ହେବା ପରେ ରାଜସ୍ଥାନ ଅବକାରୀ ବିଭାଗ ଗାଇଡଲାଇନ ଜାରି କରିଛି। ଅବକାରୀ କମିଶନର ବିଷ୍ଣୁ ଚରଣ ମଲିକ ଗାଇଡଲାଇନ ଜାରି କରି ହୋଟେଲ ଏବଂ ବାରଗୁଡିକରେ ସାମାଜିକ ଦୂରତା ନିୟମ ପାଳନ କରିବାକୁ ମାଲିକମାନଙ୍କୁ କହିଛନ୍ତି।

ଗାଇଡଲାଇନ ଅନୁଯାୟୀ ବାର କାଉଣ୍ଟର,ଚେୟାର ଏବଂ ଷ୍ଟୁଲକୁ ସାନିଟାଇଜ କରାଯିବ। ସମସ୍ତ ମଦ ବୋତଲକୁ ଖାଦ୍ୟ ଗ୍ରେଡ୍ ଡିସଇନଫେକ୍ଟଟାଣ୍ଟ ସହିତ ପରିଷ୍କାର କରାଯିବ। ଏହାଛଡା ବରଫ କଣ୍ଟେନର ଏବଂ ଟ୍ରଲିକୁ ମଧ୍ୟ ପ୍ରତିଦିନ ସଫା କରାଯିବା ଉଚିତ୍ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ରାଜସ୍ଥାନରେ 15232 କୋରୋନା ଆକ୍ରାନ୍ତ ଅଛନ୍ତି । ଏଥିସହ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 356 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।

ABOUT THE AUTHOR

...view details