ଓଡିଶା

odisha

ETV Bharat / bharat

ଦିଲ୍ଲୀର ମ୍ୟାକ୍ସ ହସ୍ପିଟାଲରେ 33 ସ୍ବାସ୍ଥ୍ୟକର୍ମୀ କୋରୋନା ଆକ୍ରାନ୍ତ - live update

କୋରୋନା ଅପଡେଟ୍‌
କୋରୋନା ଅପଡେଟ୍‌

By

Published : Apr 27, 2020, 9:56 AM IST

Updated : Apr 27, 2020, 2:11 PM IST

14:10 April 27

ଦିଲ୍ଲୀର ମ୍ୟାକ୍ସ ହସ୍ପିଟାଲରେ 33 ସ୍ବାସ୍ଥ୍ୟକର୍ମୀ କୋରୋନା ଆକ୍ରାନ୍ତ

ଦିଲ୍ଲୀ ପଟପଡଗଞ୍ଜର ଏକ ଘରୋଇ ହସ୍ପିଟାଲର ସ୍ବାସ୍ଥ୍ୟକର୍ମୀ କୋରୋନାରେ ଆକ୍ରାନ୍ତ । ମ୍ୟାକ୍ସ ହସ୍ପିଟାଲର 2 ଜଣ ଡାକ୍ତରଙ୍କ ସମେତ ନର୍ସ, ପାରାମେଡିକାଲ କର୍ମଚାରୀଙ୍କୁ ମିଶାଇ ମୋଟ 33 ଜଣ ସ୍ବାସ୍ଥ୍ୟକର୍ମୀଙ୍କଠାରେ କୋରୋନା ପଜିଟିଭ ମିଳିଥିବା ସୂଚନା ।

10:04 April 27

ବିହାରରେ ଆଉ 13 କୋରୋନା ପଜିଟିଭ, ମୋଟ ଆକ୍ରାନ୍ତ ସଂଖ୍ୟା ଛୁଇଁଲା 290

ସୋମବାର ବିହାରରେ 13 ଟି ନୂଆ କୋରୋନା ପଜିଟିଭ ମାମଲା ରିପୋର୍ଟ ହୋଇଛି । ରାଜ୍ୟରେ ମୋଟ କୋରୋନା ପଜିଟିଭ ମାମଲା 290କୁ ବୃଦ୍ଧି । ଏନେଇ ସୂଚନା ଦେଇଛନ୍ତି ବିହାରର ମୁଖ୍ୟ ସ୍ବାସ୍ଥ୍ୟ ସଚିବ ସଞ୍ଜୟ କୁମାର ।

09:49 April 27

ଥମୁନି କୋରୋନା ଆତଙ୍କ: 24 ଘଣ୍ଟାରେ 48 ମୃତ, 1,396 ନୂଆ ପଜିଟିଭ

ଦେଶରେ ଦିନକୁ ଦିନ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 1,396 ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ  872 ଜଣ ପ୍ରାଣ ହରାଇଛନ୍ତି ।

09:09 April 27

ଦେଶରେ 27 ହଜାର ଟପିଲା କୋରୋନା ପଜିଟିଭି ସଂଖ୍ୟା, 872 ମୃତ

ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ 27 ହଜାର ଟପିଛି ପଜିଟିଭ ମାମଲା ।  ଅନ୍ୟପକ୍ଷେ ବର୍ତ୍ତମାନସୁଦ୍ଧା କୋରୋନାରେ 872 ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ବର୍ତ୍ତମାନ ଦେଶରେ କୋରୋନା ପଜିଟିଭ ମାମଲା  27,892 ରେ ପହଞ୍ଚିଛି । ଏଥିମଧ୍ୟରୁ ସକ୍ରିୟ କୋରୋନା ପଜିଟିଭ ସଂଖ୍ୟା 20835  ରହିଥିବା ବେଳେ  6185 ଜଣ ସୁସ୍ଥ ହୋଇସାରିଥିବା ରିପୋର୍ଟରେ କୁହାଯାଇଛି ।

Last Updated : Apr 27, 2020, 2:11 PM IST

ABOUT THE AUTHOR

...view details