ଓଡିଶା

odisha

ETV Bharat / bharat

କୋରୋନା ମୁକାବିଲା: ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ଦେଶରେ କୋରୋନା ସ୍ଥିତିକୁ ଦେଖି ଏହାର ମୁକାବିଲା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିପାରନ୍ତି । ଅଧିକ ପଢନ୍ତୁ...

କୋରୋନା ମୁକାବିଲା: ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
କୋରୋନା ମୁକାବିଲା: ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

By

Published : Jul 27, 2020, 9:41 AM IST

ନୂଆଦିଲ୍ଲୀ: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 14 ଲକ୍ଷ ପାର ହୋଇଥିବାବେଳେ ଏହାକୁ ମୁକାବିଲା କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଦେଶରେ ଏବେ କୋରୋନା ମୁକାବିଲା ପାଇଁ ଅନଲକ୍‌ 2.0 ଚାଲିଛି । ସେପଟେ ଆଗକୁ ସରକାରଙ୍କ ରଣନୀତି କଣ ରହିବ ସେନେଇ ଆଜି ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀ ଆଲୋଚନା କରିପାରନ୍ତି ବୋଲି କୁହାଯାଉଛି ।

ବୈଠକରେ କୋରୋନାର ଚେନ କିପରି ଭଙ୍ଗାଯାଇ ପାରିବ ସେନେଇ ଆଲୋଚନା ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଅପ୍ରେଲ ମାସରୁ ଅନେକ ଥର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ କୋରୋନା ମୁକାବିଲା ପାଇଁ ବୈଠକ କରିସାରିଛନ୍ତି । ସେହିପରି ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ବିହାର, ଆସାମ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ, ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଙ୍କ ସହିତ ଫୋନ ଯୋଗେ ଆଲୋଚନା କରିଥିଲେ ।

ସୂଚନାଥାଉକି, ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 14,35,453ରେ ପହଞ୍ଚିଛି । ସେହିପରି ମୃତ୍ୟୁ ସଂଖ୍ୟା 32,771କୁ ବୃଦ୍ଧି ପାଇଛି । ତେବେ ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ 9,17,568 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 4,85,114ଟି ସକ୍ରିୟ ମାମଲା ରହିଛି ।

ABOUT THE AUTHOR

...view details