ନୂଆଦିଲ୍ଲୀ: ଭାରତରେ କୋଭିଡ-19 ମୃତ୍ୟୁହାର 2.72 ପ୍ରତିଶତକୁ ହ୍ରାସ ପାଇଛି। ଏହା ବିଶ୍ବର ଅନ୍ୟାନ୍ୟ ଦେଶ ତୁଳନାରେ କମ୍ ରହିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଦେଶରେ କୋଭିଡ-19 ପରିଚାଳନାର ମୁଖ୍ୟ ଉଦାହରଣ ହେଉଛି ମୃତ୍ୟୁହାର କମିବା। ଏହା ମାସେ ପୂର୍ବରୁ 2.82 ପ୍ରତିଶତ ଥିଲା । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏହା ମଧ୍ୟ ଉଲ୍ଲେଖ କରିଛି ଯେ 30 ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୃତ୍ୟୁ ହାର ଜାତୀୟ ହାରଠାରୁ କମ୍ ରହିଛି। ମଣିପୁର, ନାଗାଲାଣ୍ଡ, ଦାଦ୍ରା-ନଗରହାଭେଲି, ଡାମନ-ଡିୟୁ, ମିଜୋରାମ, ଆଣ୍ଡାମାନ-ନିକୋବର ଦ୍ବୀପପୁଞ୍ଜ, ସିକ୍କିମର ମୃତ୍ୟୁ ହାର ଶୂନ ରହିଛି ।
2.72 ପ୍ରତିଶତକୁ ଖସିଲା କୋରୋନା ମୃତ୍ୟୁ ହାର - fatality rate declines to 2.72%
ଭାରତରେ କୋଭିଡ-19 ମୃତ୍ୟୁ ହାର 2.72 ପ୍ରତିଶତକୁ ହ୍ରାସ ପାଇଛି। ଏହା ବିଶ୍ବର ଅନ୍ୟାନ୍ୟ ଦେଶ ତୁଳନାରେ କମ୍ ରହିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଦେଶରେ କୋଭିଡ-19 ପରିଚାଳନା ଯୋଗୁଁ ମୃତ୍ୟୁହାର କମିଛି ।
ଏହାସହ ଆରୋଗ୍ୟ ହାର 62.42 ପ୍ରତିଶତକୁ ବୃଦ୍ଧି ପାଇଛି। 18 ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆରୋଗ୍ୟତା ହାର ଜାତୀୟ ହାରଠାରୁ ଅଧିକ । ମନ୍ତ୍ରଣାଳୟ କହିଛି ଯେ କେନ୍ଦ୍ର ସରକାରଙ୍କ ସହଯୋଗ ଓ ମାର୍ଗଦର୍ଶନରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ବୃଦ୍ଧ ଲୋକଙ୍କ ଉପରେ ଧ୍ୟାନ ଦେବା ସହ ସେମାନଙ୍କର ଯତ୍ନ ନିଆଯାଉଛି ।
କୋରୋନା ଭାଇରସ ରୋଗୀଙ୍କ ପାଇଁ ଚିକିତ୍ସାର ଗୁଣାତ୍ମକ ମାନର ଉନ୍ନତି ଉପରେ ଧ୍ୟାନ ଦିଆଯାଇଛି। ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଓ ସୁସ୍ଥତା କେନ୍ଦ୍ର ସହିତ ଆଶା ଓ ଏଏନଏମ ଦେଶବ୍ୟାପୀ ଲକ୍ଷ ଲକ୍ଷ ପ୍ରବାସୀଙ୍କ ଉପରେ ପ୍ରଭାବଶାଳୀ ନଜର ରଖିଛି । ଏହାସହ ଯୋଗାଯୋଗ ଅନୁସନ୍ଧାନରେ ସାହାଯ୍ୟ ମିଳିପାରିଛି ବୋଲି ରିପୋର୍ଟରେ କୁହାଯାଇଛି।