ଓଡିଶା

odisha

By

Published : Nov 18, 2020, 3:14 PM IST

ETV Bharat / bharat

ପୁଣିଥରେ ଲାଗୁ ହେବନି ଲକଡାଉନ, ପୂର୍ବ ଲକଡାଉନରୁ ଶିଖିଛନ୍ତି ଦିଲ୍ଲୀବାସୀ

ଦିଲ୍ଲୀରେ ପୁଣି ଥରେ ଲକଡାଉନ ଲାଗୁ କରାଯିବା ନେଇ ପୂର୍ଣ୍ଣଚ୍ଛେଦ ପକାଇଲେ ସ୍ବାସ୍ଥ୍ୟମନ୍ତ୍ରୀ । ପୂର୍ବ ଲକଡାଉନରୁ ଆମେ ଶିଖିଛୁ, ପୁଣି ଥରେ ଲାଗୁୁ କରାଯିବ ନାହିଁ ବୋଲି କହିଲେ ସତ୍ୟେନ୍ଦ୍ର ଜୈନ ।

ପୂର୍ବ ଲକଡାଉନରୁ ଆମେ ଶିଖୁଛୁ, ପୁଣି ଥରେ ଲାଗୁ ହେବନି
ପୂର୍ବ ଲକଡାଉନରୁ ଆମେ ଶିଖୁଛୁ, ପୁଣି ଥରେ ଲାଗୁ ହେବନି

ନୂଆଦିଲ୍ଲୀ: ଦିଲ୍ଲୀରେ କୋରୋନା ସଂକ୍ରମଣ ସ୍ଥିତି ସାଙ୍ଘାତିକ ସ୍ତରରେ ପହଞ୍ଚିଛି । ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଯୋଗୁଁ ପୁଣି ଥରେ ଲକଡାଉନ ଲାଗୁ କରାଯିବା ନେଇ ଚର୍ଚ୍ଚା ଜୋର ଧରିଲା । ହେଲେ ଏହି ଆକଳନ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ।

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅନୁସାରେ, ରାଜଧାନୀରେ ପୁଣି ଥରେ ଲକଡାଉନ ଲାଗୁ କରାଯିବ ନାହିଁ । ହେଲେ କେତେକ ଜନଗହଳି ସ୍ଥାନର କିଛି ଅଞ୍ଚଳରେ ପ୍ରତିବନ୍ଧକ ଲଗାଯାଇପାରେ । କାରଣ ଜନଗହଳି ସ୍ଥାନରେ ମହାମାରୀ ମାରାତ୍ମକ ରୂପ ନେଇ ପାରେ ବୋଲି ମନ୍ତ୍ରୀ କହିଛନ୍ତି । ଲକଡାଉନର ଅନୁଭୂତିରୁ ଶିକ୍ଷା ନେଇ ସାରିଛୁ । ତେଣୁ ଏହାକୁ ପୁଣି ଥରେ ଦୋହାରାଯିବ ନାହିଁ । ମାତ୍ରାଧିକ ଟେଷ୍ଟ କରାଯାଉଥିବାରୁ ମାମଲାରେ ବୃଦ୍ଧି ଘଟିଛି ।

ଗତ 2 ମାସ ମଧ୍ୟରେ ଦିଲ୍ଲାରେ 60 ହଜାର ଟେଷ୍ଟ କରାଯାଇଛି । ଅନ୍ୟ ରାଜ୍ୟ ଗୁଡିକରେ 3 ହଜାର ଟେଷ୍ଟ ମଧ୍ୟ କରୁନାହାଁନ୍ତି । ଆଗକୁ ଏପରି ଟେଷ୍ଟିଂ ଜାରି ରହିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଜନଗହଳି ସ୍ଥାନ, ବଜାର ଆଦି ସ୍ଥାନରେ କୋରୋନା ହଟସ୍ପଟ ହେବାର ସମ୍ଭାବନା ରହିଥିବା ଆଶଙ୍କା କରିଥିଲେ । ତେଣୁ ଏହି ସବୁ ସ୍ଥାନରେ ପ୍ରତିବନ୍ଧକ ଲଗାଇବାକୁ କେଜ୍ରିୱାଲ ନିବେଦନ କରିଥିଲେ ।

@Ani

ABOUT THE AUTHOR

...view details