ଓଡିଶା

odisha

ETV Bharat / bharat

ସ୍କ୍ରିନିଂ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତି ଜାରି କଲେ ଦିଲ୍ଲୀ ସରକାର - ଦିଲ୍ଲୀ ସରକାର

ଲକଡାଉନ ମଧ୍ୟରେ ଦିଲ୍ଲୀ ବାହାରେ ବୁଲୁଥିବା ଲୋକ ଏବଂ ଅନ୍ୟ ରାଜ୍ୟର ଲୋକଙ୍କର ସ୍କ୍ରିନିଂ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତି ଜାରି କରିଛନ୍ତି ଦିଲ୍ଲୀ ସରକାର ।

corona
ଲୋକଙ୍କ ସ୍କ୍ରିନିଂ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତି ଜାରି କଲେ ଦିଲ୍ଲୀ ସରକାର

By

Published : May 6, 2020, 3:38 PM IST

ନୂଆଦିଲ୍ଲୀ: ଲକଡାଉନ ମଧ୍ୟରେ ଦିଲ୍ଲୀ ବାହାରେ ବୁଲୁଥିବା ଲୋକ ଏବଂ ଅନ୍ୟ ରାଜ୍ୟର ଲୋକଙ୍କର ସ୍କ୍ରିନିଂ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତି ଜାରି କରିଛନ୍ତି ଦିଲ୍ଲୀ ସରକାର ।

ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ଯେଉଁ ଲୋକଙ୍କ ଠାରେ କୋରୋନା ଲକ୍ଷଣ ଦେଖାଯିବ ତାଙ୍କୁ 14 ଦିନ ଆଇସୋଲେସନ କିମ୍ବା ହୋମ କ୍ବାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦିଆଯିବ । ଏଥିସହ ସେମାନଙ୍କୁ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ କରିବାକୁ ଅନୁରୋଧ କରାଯିବ।

ସାମାନ୍ୟ ଲକ୍ଷଣ ଥିବା ଲୋକଙ୍କୁ ମଧ୍ୟ 14 ଦିନ ଆଇସୋଲେସନ କିମ୍ବା ହୋମ କ୍ବାରେଣ୍ଟିନରେ ପଠାଯିବ । ସେମାନଙ୍କୁ ମଧ୍ୟ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବାକୁ ଅନୁରୋଧ କରାଯିବ । ଏଥିସହ କୋରୋନା ଲକ୍ଷଣ ପରିଲଖିତ ହେଉନଥିବା ଲୋକଙ୍କୁ ଦିଲ୍ଲୀ ପ୍ରବେଶ / ପ୍ରସ୍ଥାନ କରିବାକୁ ଅନୁମତି ଦିଆଯିବ ଏବଂ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବାକୁ ଅନୁରୋଧ କରାଯିବ |

ମୁଖ୍ୟ ଜିଲ୍ଲା ମେଡିକାଲ ଅଫିସର (ସିଡିଏମଓ) ଜିଲ୍ଲା ପାଇଁ ଜଣେ ନୋଡାଲ ଅଫିସର ନିଯୁକ୍ତ କରିବେ । ଯିଏ ଜିଲ୍ଲା ନୋଡାଲ ଅଧିକାରୀଙ୍କ ସହ ନିରନ୍ତର ଯୋଗାଯୋଗରେ ରହି ଦିଲ୍ଲୀ ପ୍ରବେଶ କିମ୍ବା ବାହାରକୁ ଯାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଯାଞ୍ଚ ସମ୍ଭବରେ ସୂଚନା ଦେବେ ।

ଲୋକଙ୍କ ସ୍କ୍ରିନିଂ ପାଇଁ ଜଣେ ଡାକ୍ତର, ନର୍ସ, ନୋଡାଲ୍ ଅଫିସର ଏବଂ ଫାର୍ମାସିଷ୍ଟଙ୍କୁ ନେଇ ସିଡିଏମଓ ଏକ ଦଳ ଗଠନ କରିବେ। ସେମାନଙ୍କୁ ସମସ୍ତ ଆବଶ୍ୟକୀୟ ଚିକିତ୍ସା ଉପକରଣ ଯୋଗାଇ ଦିଆଯିବ । ଟିମର ସଂଖ୍ୟା ସ୍କ୍ରିନିଂ ହେବାକୁ ଥିବା ଲୋକଙ୍କ ସଂଖ୍ୟା, ଯାତ୍ରା / ଅବତରଣ ସ୍ଥାନ ଏବଂ ସମ୍ପୃକ୍ତ ଜିଲ୍ଲା ନୋଡାଲ୍ ଅଧିକାରୀଙ୍କ ପରାମର୍ଶ କ୍ରମେ ସ୍ଥିର କରାଯିବ । ଯେଉଁମାନଙ୍କ ଠାରେ କୋରୋନା ଲକ୍ଷଣ ଦେଖାଯିବ ସେମାନଙ୍କ ନମୂନା ସଂଗ୍ରହ / ପରୀକ୍ଷଣ ଏବଂ କ୍ୱାରେଣ୍ଟିନ୍ ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତି ପାଇଁ ମାନକ ପ୍ରୋଟୋକଲ୍ ସଂପୃକ୍ତ ସିଡିଏମଓ ଦ୍ୱାରା ଅନୁସରଣ କରାଯିବ |

ପ୍ରକାଶ ଥାଉକି, ବର୍ତ୍ତମାନ ଦିଲ୍ଲୀରେ କୋରାନା ଆକ୍ରାନ୍ତଙ୍କ ସଂଖ୍ୟା 5,104ରେ ପହଞ୍ଚିଛି । ସମଗ୍ର ଭାରତରେ କୋରୋନା ପ୍ରଭାବିତ ମଧ୍ୟରେ ଦିଲ୍ଲୀ ତୃତୀୟ ସର୍ବାଧିକ ରାଜ୍ୟ ଅଟେ ।

ABOUT THE AUTHOR

...view details