ଓଡିଶା

odisha

ETV Bharat / bharat

କେନ୍ଦ୍ରକୁ 5000 କୋଟି ସହାୟତା ମାଗିଲା ଦିଲ୍ଲୀ - 5000 କୋଟି ସହାୟତା

କର୍ମଚାରୀମାନଙ୍କୁ ଦରମା ଦେବା ପାଇଁ ଦିଲ୍ଲୀ ସରକାର କେନ୍ଦ୍ର ସରକାରଙ୍କୁ 5000 କୋଟି ଟଙ୍କା ସହାୟତା ମାଗିଛନ୍ତି ବୋଲି ରବିବାର ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି।

covid-19
କେନ୍ଦ୍ରକୁ 5000 କୋଟି ସହାୟତା ମାଗିଲା ଦିଲ୍ଲୀ

By

Published : May 31, 2020, 3:48 PM IST

ନୂଆଦିଲ୍ଲୀ: କେନ୍ଦ୍ରକୁ 5000 କୋଟି ସହାୟତା ମାଗିଲା ଦିଲ୍ଲୀ । କର୍ମଚାରୀମାନଙ୍କୁ ଦରମା ଦେବା ପାଇଁ ଦିଲ୍ଲୀ ସରକାର କେନ୍ଦ୍ର ସରକାରଙ୍କୁ 5000 କୋଟି ଟଙ୍କା ସହାୟତା ମାଗିଛନ୍ତି ବୋଲି ରବିବାର ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି।

ଏକ ପ୍ରେସ କନଫେରନ୍ସକୁ ସମ୍ବୋଧନ କରି ମନୀଷ ସିସୋଦିଆ କହିଛନ୍ତି, ସେ ଏନେଇ କେନ୍ଦ୍ର ମନ୍ତ୍ରୀ ନିର୍ମଳା ସିତାରଣଙ୍କୁ ଏକ ଚିଠି ଲେଖିଛନ୍ତି । କୋରୋନାକୁ ନେଇ ଲାଗୁ ହୋଇଥିବା ଲକଡାଉନ ଦେଶର ଅର୍ଥନିତୀ ସମେତ ଦିଲ୍ଲୀ ଅର୍ଥନିତୀ ଉପରେ ମଧ୍ୟ ପ୍ରଭାବ ପକାଇଛି । ଏହା ଦିଲ୍ଲୀର ରାଜସ୍ୱ ଉପରେ ମଧ୍ୟ ପ୍ରଭାବ ପକାଇଛି। ଆମେ ସରକାରୀ ରାଜସ୍ୱ ଏବଂ ଦିଲ୍ଲୀର ଖର୍ଚ୍ଚର ସମୀକ୍ଷା କରିଛୁ।

ବେତନ ଦେବା ଏବଂ ଅଫିସ୍ ଖର୍ଚ୍ଚ ପାଇଁ ଦିଲ୍ଲୀ ସରକାରଙ୍କୁ 3500 କୋଟି ଟଙ୍କା ଦରକାର। ଗତ ଦୁଇ ମାସରେ କେବଳ 500 କୋଟି ଟଙ୍କା ଟ୍ୟାକ୍ସ ଭାବରେ ସଂଗ୍ରହ କରାଯାଇଥିବା ସିସୋଦିଆ କହିଛନ୍ତି।

ସମସ୍ତ ଉତ୍ସକୁ ମିଶାଇ ଦିଲ୍ଲୀ ସରକାର ମାତ୍ର 1700 କୋଟି ଟଙ୍କା ପାଇଛନ୍ତି । କିନ୍ତୁ ଦୁଇ ମାସ ମଧ୍ୟରେ ଆମକୁ 7000 କୋଟି ଟଙ୍କା ଦରକାର। ବେତନ ତଥା ଅନ୍ୟାନ୍ୟ ଅତ୍ୟାବଶ୍ୟକ ଖର୍ଚ୍ଚ ପାଇଁ ମୁଁ କେନ୍ଦ୍ରରୁ 5000 କୋଟି ଟଙ୍କା ମାଗିଛି। ରାଜ୍ୟ ଗୁଡିକୁ ଦିଆଯାଉଥିବହା ବିପର୍ଯ୍ୟୟ ରିଲିଫ୍ ପାଣ୍ଠିରୁ ଅଧୀନରେ ଦିଲ୍ଲୀ ସରକାର କୌଣସି ଅର୍ଥ ପାଇନଥିବାରୁ ମୁଁ ଅର୍ଥମନ୍ତ୍ରୀଙ୍କୁ ଦିଲ୍ଲୀ ପାଇଁ 5000 କୋଟି ଟଙ୍କା ମାଗିଛି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ କେନ୍ଦ୍ର ସରକାରଙ୍କ ସହାୟତା ଲୋଡିଛନ୍ତି। ସେ ଟ୍ବିଟ୍ କରି କହିଛନ୍ତି ଯେ ଏହି ବିପର୍ଯ୍ୟୟ ସମୟରେ ଦିଲ୍ଲୀବାସୀଙ୍କୁ ସହାୟତା କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ ।

ABOUT THE AUTHOR

...view details