ହାଇଦ୍ରାବାଦ: କୋଭିଡ 19 ମହାମାରୀ ସାରା ବିଶ୍ବରେ ତାଣ୍ଡବ ରଚିଛି । ଏହା ଯୋଗୁଁ ସମଗ୍ର ବିଶ୍ବରେ 50 ଲକ୍ଷ ପାର କରିଛି ମୋଟ ଆକ୍ରାନ୍ତ । ତେବେ କୋରୋନା ଯୋଗୁଁ ଆମର ପ୍ରତ୍ୟକ୍ଷ ଭାବେ ଯେତିକି କ୍ଷତି ହୋଇଛି ସେତିକି ଆମ ପରିବେଶର ପରୋକ୍ଷ ଉପକାର ହୋଇଛି । ପୂର୍ବରୁ ଆମେ ବିଭିନ୍ନ ଦେଶରେ ପ୍ରଦୂଷଣର ମାତ୍ରା କମିବା ସହ ବାୟୁମଣ୍ଡଳରେ ବିଶୁଦ୍ଧ ବାୟୁ ପ୍ରବାହ ସମ୍ପର୍କରେ ଶୁଣିଥିଲୁ । ଏବେ ଏକ ରିପୋର୍ଟ ଅନୁସାରେ କୋଭିଡ 19 କଟକଣା ଯୋଗୁଁ ଏବେ ସାରା ବିଶ୍ବରେ ବିଷାକ୍ତ କାର୍ବନ ଗ୍ୟାସ୍ କମିଛି ବୋଲି ଜଣାପଡିଛି ।
କୋଭିଡ-19 ପ୍ରଭାବରେ ବିଶ୍ବବ୍ୟାପୀ କମିଛି କାର୍ବନ ଗ୍ୟାସ୍
ଚାରିଚକିଆ ଯାନରୁ ବାହାରୁଥିବା ଅଧିକ ଗ୍ୟାସ୍ ଏହି ସମୟରେ କମିଛି । କାରରୁ ବାହାରୁଥିବା 43 ପ୍ରତିଶତ ଗ୍ୟାସ୍ ବନ୍ଦ ରହିଛି । ଅଧିକ ପଢନ୍ତୁ...
ଜର୍ଣ୍ଣାଲ ନେଚର କ୍ଲାଇମେଟ୍ ଚ୍ୟାଞ୍ଜରେ ଏହା ଉପରେ ଏକ ତଥ୍ୟ ପ୍ରକାଶ ପାଇଥିଲା । ଏହା ଅନୁସାରେ ବିଶ୍ବସ୍ତରରେ ପ୍ରତିଦିନ ନିର୍ଗତ ହେଉଥିବା 17 ପ୍ରତିଶତ କାର୍ବନ ଗ୍ୟାସ୍ ତଥା 17 ମିଲିୟନ ଟନ୍ କାର୍ବନ ଡାଇଅକ୍ସାଇଡ୍ ଏହି ସମୟରେ କମିଯାଇଛି । ବିଶେଷ କରି ଚାରିଚକିଆ ଯାନରୁ ବାହାରୁଥିବା ଅଧିକ ଗ୍ୟାସ୍ ଏହି ସମୟରେ କମିଛି । କାରରୁ ବାହାରୁଥିବା 43 ପ୍ରତିଶତ ଗ୍ୟାସ୍ ବନ୍ଦ ରହିଛି । ସେହିପରି ଇଣ୍ଡଷ୍ଟ୍ରି ଓ କଳକାରଖାନା ଯୋଗୁଁ 43 ପ୍ରତିଶତ କାର୍ବନ ଗ୍ୟାସ୍ କମ ରହିଛି । ଏପରିକି ସମସ୍ତ ଦେଶରେ ଏହାର ମାତ୍ରା ବହୁତ କମ ରହିଛି । କିଛି ଦେଶରେ କାର୍ବନ ଡାଇଅକ୍ସସାଇଡ୍ ଜିରୋ ରହିଛି କହିଲେ ଭୁଲ ହେବ ନାହିଁ ।
ତେବେ ଏହି ବିଷାକ୍ତ ଗ୍ୟାସ୍ ନିର୍ଗମନ କମିବା ପଛରେ କୋଭିଡ-19 କଟକଣା ଦାୟୀ । କାରଣ ଲୋକ ଘରୁ କାମ କରିବା ଫଳରେ ଏପରି ସମସ୍ୟା କମ ରହିଥିଲା । ଅଧିକ ପ୍ରଦୂଷଣ ଦେଶମାନଙ୍କରେ ଏବେ ଏହି ମାତ୍ରା କମ ରହିଛି । ପରିବେଶ ପ୍ରଦୂଷଣର ଏକ ମୁଖ୍ୟ କାରଣ ଏହି କାର୍ବନ ଡାଇଅକ୍ସସାଇଡ୍ । କାରଣ ପ୍ରତିଦିନ ଏହାର ମାତ୍ରା ଏତେ ଅଧିକ ଥାଏ ଯେ ଲକ୍ଷାଧିକ ଲୋକ ଏହାଦ୍ବାରା ଆକ୍ରାନ୍ତ ହୋଇଥାନ୍ତି । ଶହ ଶହ ଗାଡିମୋଟର ଚଳପ୍ରଚଳ, ନିର୍ମାଣଧୀନ କାର୍ଯ୍ୟ, କଳକାରଖାନା କାରବାର ଯୋଗୁଁ ଏହି ଗ୍ୟାସ୍ ଅଧିକ ନିର୍ଗତ ହୋଇଥାଏ । ଯାହା ଏହି ସମୟରେ ଅନେକ କମ ରହିଛି । ବିଶ୍ବର 69ଟି ଦେଶରୁ ମୋଟ 97 ପ୍ରତିଶତ ଗ୍ୟାସ୍ ନିର୍ଗତ ହୋଇଥାଏ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି । ଏହି ସମୟରେ ମୋଟ 1048 ମିଲିୟନ ଟନ ଅଫ୍ କାର୍ବନ ଡାଇଅକ୍ସାଇଡ୍ ନିର୍ଗମନ ବନ୍ଦ ରହିଛି ବୋଲି ଜଣାପଡିଛି ।