ଓଡିଶା

odisha

ETV Bharat / bharat

24 ଘଣ୍ଟା ମଧ୍ୟରେ 1813 ନୂଆ କୋରୋନା ପଜିଟିଭ,ମୋଟ ପଜିଟିଭ ସଂଖ୍ୟା 31787କୁ ବୃଦ୍ଧି - କୋରୋନା ଭାଇରସ

covid 19 cases in india mount to 29974 no fresh case in 17 districts in 28 days
ଦେଶରେ 29 ହଜାର 9ଶହ ଟପିଲା କୋରୋନା ପଜିଟିଭ ସଂଖ୍ୟା

By

Published : Apr 29, 2020, 9:01 AM IST

Updated : Apr 29, 2020, 6:32 PM IST

18:28 April 29

24 ଘଣ୍ଟା ମଧ୍ୟରେ 1813 ନୂଆ କୋରୋନା ପଜିଟିଭ,ମୋଟ ପଜିଟିଭ ସଂଖ୍ୟା 31787କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ ଗତ 24 ଘଣ୍ଟା ମଧ୍ୟରେ 1813ଟି ନୂଆ କୋରୋନା ପଜିଟିଭ ଓ 71 ମୃତ୍ୟୁ ରେକର୍ଡ କରାଯାଇଛି । ଫଳରେ ଦେଶର ମୋଟ କୋରୋନା ପଜିଟିଭ ସଂଖ୍ୟା 31787କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା 1008ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ମୋଟ 31787 ମାମଲା ମଧ୍ୟରୁ 22982 ଜଣ ଚିକିତ୍ସିତ ହେଉଥିବା ବେଳେ 7797ଜଣ ରୋଗୀ ଡିସଚାର୍ଜ ହୋଇଥିବା ଜଣାପଡିଛି । ସେହିପରି ଦେଶରେ ଏପର୍ଯ୍ୟନ୍ତ 1008 ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଛି ।  

ମହାରାଷ୍ଟ୍ରରେ ସର୍ବାଧିକ 9318 ଜଣ କୋରୋନା ପଜିଟିଭ ଚିହ୍ନଟ କରାଯାଇଥିବା  ବେଳେ ଗୁଜୁରାଟରେ 3744, ଦିଲ୍ଲୀରେ 3314, ରାଜସ୍ଥାନରେ 2364, ଉତ୍ତରପ୍ରଦେଶରେ 2115, ତାମିଲନାଡୁରେ 2058, ଆନ୍ଧ୍ରପ୍ରଦେଶରେ 1332,  ତେଲେଙ୍ଗାନା 1012, କର୍ଣ୍ଣାଟକରେ 532 ଓ କେରଳରେ 486 ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 400 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 181, ମଧ୍ୟପ୍ରଦେଶରେ 119, ଦିଲ୍ଲୀରେ 54, ତେଲେଙ୍ଗାନାରେ 26, ତାମିଲନାଡୁରେ 25, କର୍ଣ୍ଣାଟକରେ 20 ଓ ଆନ୍ଧ୍ରପ୍ରଦେଶରେ 31ଜଣଙ୍କର ମୃତ୍ୟୁ ହୋଇଛି ।

09:10 April 29

ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା 1 ହଜାର, ପଜିଟିଭ ସଂଖ୍ୟା 30ହଜାର ଟପିଲା

ନୂଆଦିଲ୍ଲୀ: ଭାରତରେ କୋରୋନା ମୃତ୍ୟୁ ସଂଖ୍ୟା 1ହଜାର ଓ ପଜିଟିଭଙ୍କ ସଂଖ୍ୟା 30 ହଜାର ଟପିଛି । ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ବର୍ତ୍ତମାନ ଦେଶରେ କୋରୋନା ପଜିଟିଭ ମାମଲା  31332ରେ ପହଞ୍ଚିଛି । ଏଥିମଧ୍ୟରୁ ସକ୍ରିୟ କୋରୋନା ପଜିଟିଭ ସଂଖ୍ୟା 22629 ରହିଥିବା ବେଳେ  7695 ଜଣ ସୁସ୍ଥ ହୋଇସାରିଥିବା ରିପୋର୍ଟରେ କୁହାଯାଇଛି । ଅନ୍ୟପକ୍ଷରେ ମୋଟ 1007 ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।  

ମହାରାଷ୍ଟ୍ରରେ ସର୍ବାଧିକ 9318 ଜଣ କୋରୋନା ପଜିଟିଭ ଚିହ୍ନଟ କରାଯାଇଥିବା  ବେଳେ ଗୁଜୁରାଟରେ 3744, ଦିଲ୍ଲୀରେ 3314, ରାଜସ୍ଥାନରେ 2364, ଉତ୍ତରପ୍ରଦେଶରେ 2053, ତାମିଲନାଡୁରେ 2058, ଆନ୍ଧ୍ରପ୍ରଦେଶରେ 1259,  ତେଲେଙ୍ଗାନା 1004, କର୍ଣ୍ଣାଟକରେ 523 ଓ କେରଳରେ 485 ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 400 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 181, ମଧ୍ୟପ୍ରଦେଶରେ 120, ଦିଲ୍ଲୀରେ 54, ତେଲେଙ୍ଗାନାରେ 26, ତାମିଲନାଡୁରେ 25, କର୍ଣ୍ଣାଟକରେ 20 ଓ ଆନ୍ଧ୍ରପ୍ରଦେଶରେ 31ଜଣଙ୍କର ମୃତ୍ୟୁ ହୋଇଛି ।

08:10 April 29

ଦେଶରେ 29 ହଜାର 9ଶହ ଟପିଲା କୋରୋନା ପଜିଟିଭ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କୋରୋନା ପଜିଟିଭଙ୍କ ସଂଖ୍ୟା 29 ହଜାର ଟପିଛି । ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ବର୍ତ୍ତମାନ ଦେଶରେ କୋରୋନା ପଜିଟିଭ ମାମଲା  29974ରେ ପହଞ୍ଚିଛି । ଏଥିମଧ୍ୟରୁ ସକ୍ରିୟ କୋରୋନା ପଜିଟିଭ ସଂଖ୍ୟା 22010 ରହିଥିବା ବେଳେ  7026 ଜଣ ସୁସ୍ଥ ହୋଇସାରିଥିବା ରିପୋର୍ଟରେ କୁହାଯାଇଛି । ଅନ୍ୟପକ୍ଷରେ ମୋଟ 937 ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।  

ମହାରାଷ୍ଟ୍ରରେ ସର୍ବାଧିକ 8890 ଜଣ କୋରୋନା ପଜିଟିଭ ଚିହ୍ନଟ କରାଯାଇଥିବା  ବେଳେ ଗୁଜୁରାଟରେ 3548, ଦିଲ୍ଲୀରେ 3108, ରାଜସ୍ଥାନରେ 2262, ଉତ୍ତରପ୍ରଦେଶରେ 2043, ତାମିଲନାଡୁରେ 1937, ଆନ୍ଧ୍ରପ୍ରଦେଶରେ 1259,  ତେଲେଙ୍ଗାନା 1004, କର୍ଣ୍ଣାଟକରେ 520 ଓ କେରଳରେ 482 ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 369 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 162, ମଧ୍ୟପ୍ରଦେଶରେ 113, ଦିଲ୍ଲୀରେ 54, ତେଲେଙ୍ଗାନାରେ 26, ତାମିଲନାଡୁରେ 24, କର୍ଣ୍ଣାଟକରେ 20 ଓ ଆନ୍ଧ୍ରପ୍ରଦେଶରେ 31ଜଣଙ୍କର ମୃତ୍ୟୁ ହୋଇଛି ।

Last Updated : Apr 29, 2020, 6:32 PM IST

ABOUT THE AUTHOR

...view details