ଓଡିଶା

odisha

ETV Bharat / bharat

ଗର୍ଭାବସ୍ଥା ଓ କୋଭିଡ-୧୯: ଆମେ ଚିନ୍ତିତ ହେବା କି ?

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ବ୍ରିଟେନର ରୟାଲ କଲେଜ ଅଫ ଅବଷ୍ଟେଟ୍ରିକ୍ସ ଅନୁସାରେ ଗର୍ଭବତୀ ମହିଳାମାନେ ସଂକ୍ରମଣ ରୋକିବା ପାଇଁ ସତର୍କତା ଅବଲମ୍ବନ କରିବା ଜରୁରୀ । ଏଥିପାଇଁ ସେମାନେ ନିୟମିତ ବ୍ୟବଧାନରେ ନିଜର ଚେକ୍‌ଅପ୍ କରିବା ଦରକାର । ଅଧିକ ପଢନ୍ତୁ..

covid 19 and pregnancy
ଗର୍ଭାବସ୍ଥା ଓ କୋଭିଡ-୧୯ : ଆମେ ଚିନ୍ତିତ ହେବା କି ?

By

Published : Apr 20, 2020, 11:31 PM IST

ଗର୍ଭାବସ୍ଥା ଜଣେ ମହିଳା ଓ ତାଙ୍କ ପରିବାର ପାଇଁ ବେଶ ଖୁସିର ସମୟ ହୋଇଥାଏ । ଏହି ସମୟ ମଧ୍ୟ ସାମାନ୍ୟ ଚିନ୍ତାର କାରଣ ହୋଇଥାଏ । କାରଣ ଏହି ସମୟରେ ମହିଳାଙ୍କ ରୋଗ ପ୍ରତିରୋଧକ ଶକ୍ତିରେ ପରିବର୍ତ୍ତନ ହେଉଥିବାରୁ ସେ ସଂକ୍ରମିତ ହେବା ସମ୍ଭାବନା ଅଧିକ ଥାଏ । ଆଜିକାଲି ବିଶ୍ୱ ଓ ଭାରତରେ କୋଭିଡ୧୯ ମାମଲା ବଢି ବଢି ଚାଲିଥିଲା ବେଳେ ଗର୍ଭବତୀ ମହିଳା ଓ ଗର୍ଭସ୍ଥ ଶିଶୁଙ୍କୁ କିଭଳି ଭାଇରସ କବଳରୁ ସୁରକ୍ଷିତ ରଖାଯାଇପାରିବ, ତାହା ଚିନ୍ତାର ବିଷୟ ପାଲଟିଛି ।

ଭାରତରେ ପ୍ରତିମାସରେ ପାଖାପାଖି ୨ ଲକ୍ଷ ମହିଳା ଗର୍ଭବତୀ ହୁଅନ୍ତି । କୋରୋନା ମହାମାରୀ ମାତ୍ର କିଛି ମାସର ପୁରୁଣା । ଗତ ଶେଷ ତିନି ମାସମଧ୍ୟରେ ପ୍ରସବ କରିଥିବା ଅଧିକାଂଶ ମାଆମାନେ କୋରୋନା ବ୍ୟାପିଲା ବେଳେ ଗର୍ଭଧାରଣର ଶେଷ ପର୍ଯ୍ୟୟରେ ଥିଲେ, ତେଣୁ ସେତେବେଳେ ଜନ୍ମ ହୋଇ ନ ଥିବା ଛୁଆଙ୍କ ପ୍ରତି ବିପଦ ଯଥାସମ୍ଭବ କମ୍ ଥିଲା । ଗର୍ଭବସ୍ଥାର ପ୍ରଥମ ତିନିମାସରେ ଯଦି ସଂକ୍ରମଣ ହୁଏ, ତାହା ହେଲେ ଜନ୍ମଗତ ବିକୃତି ଦେଖାଦେବା ସ୍ୱାଭାବିକ । କାରଣ ସେହି ସମୟରେ ହିଁ ଗର୍ଭରେ ଶିଶୁର ପ୍ରମୁଖ ଅଙ୍ଗପ୍ରତ୍ୟଙ୍ଗ ବିକଶିତ ହେବାରେ ଲାଗିଥାଏ ।

କୋଭିଡ -୧୯ ମହାମାରୀ ଯୋଗୁଁ ଏ ଯାଏଁ କୌଣସି ଜନ୍ମଗତ ବିକୃତିଗ୍ରସ୍ତ ଓ ମୃତ ଛୁଆ ଜନ୍ମର କୌଣସି ରିପୋର୍ଟ ଆସିନାହିଁ । ଚୀନରୁ ମିଳିଥିବା ରିପୋର୍ଟ ଅନୁସାରେ ଜିକା ବା ରୁବେଲା ସଂକ୍ରମଣ ପରି କୋରୋନା ଭାଇରସ ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ କୌଣସି ପ୍ରକାର ପ୍ରତିକୂଳ ପ୍ରଭାବ ପକାଇପାରୁନାହିଁ । ଜିକା ସଂକ୍ରମିତ ମାଆମାନଙ୍କଠାରୁ ଜନ୍ମଗତ ବିକୃତି ଥାଇ ଛୁଆମାନେ ଜନ୍ମ ନେଇଥିଲେ । କିନ୍ତୁ କୋରୋନା ଭାଇରସ କ୍ଷେତ୍ରରେ ତାହା ହୋଇନାହିଁ । ଆମ ନିୟୋଟିକ ଫ୍ଲୁଏଡ୍ ଓ ମାଆ କ୍ଷୀରରେ ଭାଇରସ ମିଳି ନ ଥିବାରୁ କୋରୋନା ଭାଇରସ ମାଆଠାରୁ ଗର୍ଭସ୍ଥ ଛୁଆକୁ ସଂକ୍ରମଣ ହେଉଥିବା ପ୍ରମାଣିତ ହୋଇପାରି ନାହିଁ । ଉହାନରେ ୩୩ ମାଆଙ୍କୁ ନେଇ କରାଯାଇଥିବା ଅଧ୍ୟୟନରୁ ଜଣାପଡିଥିଲା ଯେ, ଜନ୍ମ ହେବା ପରେ ତିନି ଛୁଆ କୋରୋନା ପଜିଟିଭ ହୋଇଥଲେ ।

ଏମାନଙ୍କ ମଧ୍ୟରୁ ୨ ଜଣ ଆବଶ୍ୟକୀୟ ଚିକିତ୍ସା ପରେ ନେଗେଟିଭ ସାବ୍ୟସ୍ତ ହୋଇଥିଲେ । ଜନ୍ମର ଷଷ୍ଠ ଦିନରେ ଦୁଇଶିଶୁ ନେଗେଟିଭ ପ୍ରମାଣିତ ହୋଇଥିଲେ । ତୃତୀୟ ଛୁଆଟି ଅପରିପକ୍ୱ ଭାବେ ଜନ୍ମ ନେଇଥିବାରୁ ଆଣ୍ଟିବାୟୋଟିକ ଦ୍ୱାରା ସେ ଶୀଘ୍ର ସୁସ୍ଥ ହୋଇଯାଇଥିଲା । ଏଥିରୁ ଜଣାପଡୁଛି ଯେ, କୋରୋନା ଭାଇରସ ମାଆଠାରୁ ଗର୍ଭସ୍ଥ ଶିଶୁଙ୍କଠାରୁ ସଂକ୍ରମିତ ହୁଏ କି ନାହିଁ , ତାହା ଆମକୁ ଜଣାନାହିଁ । କିନ୍ତୁ ବର୍ତ୍ତମାନ ଆମେ ଏତିକି କହିପାରିବା ଯେ,କୋରୋନା ଭାଇରସ ଛୁଆ ବା ମାଆ ଉପରେ ସେମିତି କିଛି ପ୍ରତିକୂଳ ପ୍ରଭାବ ପକାଇପାରି ନାହିଁ । କିନ୍ତୁ ଗର୍ଭସ୍ଥ ଶିଶୁକୁ କୋରୋନା ଭାଇରସ ପ୍ରଭାବିତ କରେ କି ନାହିଁ , ଏ ବାବଦରେ ବିଭିନ୍ନ ଦେଶରେ ଦୀର୍ଘକାଳୀନ ଅଧିକରୁ ଅଧିକ ଅଧ୍ୟୟନର ଆବଶ୍ୟକତା ରହିଛି । ପ୍ରଶ୍ନ ହେଲା , ଏଭଳି ଅଧ୍ୟୟନର ଅନୁପସ୍ଥିତିରେ ଜଣେ ଗର୍ଭବତୀ ମାଆ କଣ କରିବ ? ବିଶ୍ୱରେ ଲକଡାଉନ ଯୋଗୁଁ ୯ ମାସ ପରେ ଜନ୍ମହାରରେ ଆକସ୍ମିକ ବୃଦ୍ଧି ହୋଇପାରେ । କୋରୋନା ମହାମାରୀର ସଠିକ ସମୟରେ ହିଁ ଅନେକ ମହିଳା ଗର୍ଭଧାରଣ ପ୍ରାରମ୍ଭିକ ଗର୍ଭାବସ୍ଥାର ସମ୍ମୁଖୀନ ହେବେ ।

ଭାରତରେ କୋଭିଡ-୧୯ ସଂକ୍ରମିତ ଗର୍ଭବତୀ ମାଆଙ୍କ ସଂଖ୍ୟା ଏ ଯାଏଁ ଖୁବ କମ୍ ହିଁ ରହିଛି । ଦିଲ୍ଲୀରେ ହିଁ ଏଭଳି ଏକ ମାମଲା ରେକର୍ଡ କରାଯାଇଥିଲା । ମାଆ କୋରୋନା ପଜିଟିଭ ଥିବା ସତ୍ତ୍ବେ ଏକ ସୁସ୍ଥ ଛୁଆକୁ ଜନ୍ମ ଦେଇଥିଲେ । ହେଲେ ଏଠାରେ ମନେ ରଖିବାକୁ ହେବ ଯେ, କୋରୋନା ସଂକ୍ରମଣର ୮୦ ପ୍ରତିଶତ ମାମଲା ସାମାନ୍ୟରୁ ମଧ୍ୟମ ଧରଣର ହୋଇଥାଏ । ତେଣୁ ଏଗୁଡିକର ହୁଏତ ପରୀକ୍ଷା ହୋଇ ନଥାଇ ପାରେ ।

ଏଣୁ ପ୍ରାରମ୍ଭିକ ଗର୍ଭାବସ୍ଥାରେ କୋରୋନା ଭାଇରସ ସଂକ୍ରମଣ ସମ୍ଭାବନା କମ ବୋଲି ଭାବିବାକୁ ହେବ ନାହିଁ । ତେଣୁ ଗର୍ଭବତୀ ମାଆ ମାନେ ନିୟମିତ ଯେଭଳି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବେ, ତାହା ସ୍ୱାସ୍ଥ୍ୟକର୍ମୀମାନେ ନିଶ୍ଚିତ କରିବା ଦରକାର । ଲକଡାଉନରେ ଏଭଳି କରିବା ମୁସ୍କିଲ । କାରଣ ଏଭଳି ସମରେ ଗର୍ଭବତୀ ମହିଳାମାନଙ୍କ ପ୍ରସବ ପୂର୍ବ ଚିକିତ୍ସା ହୁଏ ତ ସମ୍ଭବ ହୋଇନ ପାରେ । ମହିଳାମାନେ ବି ନିୟମିତ ଏଥିପାଇଁ ବାହାରକୁ ଯାଇପାରିବେ ନାହିଁ । ତେଣୁ କଫ, ଜ୍ୱର ଓ ଗଳା ଯନ୍ତ୍ରଣାର ଲକ୍ଷଣ ଦେଖାଦେଲେ, ଗର୍ଭବତୀ ମହିଳାମାନେ ଯେମିତି ଉପଯୁକ୍ତ ଚିକିତ୍ସା ପାଇପାରିବେ, ତାହା ନିଶ୍ଚିତ କରିବା ଜରୁରୀ । କୋରୋନା ସଂକ୍ରମିତ ମାଆମନଙ୍କ ଚିକିତ୍ସା କ୍ଷେତ୍ରରେ କୌଣସି ପ୍ରକାର ଭେଦଭାବ ରହିବା ଅନୁଚିତ । ଗର୍ଭଧାରଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବା ମହିଳାମାନେ ବେଶ୍ ସତର୍କତା ଅବଲମ୍ବନ କରିବା ଜରୁରୀ । କାରଣ ଗର୍ଭବତୀଙ୍କ ଉପରେ କୋରୋନା ଭାଇରସର ପ୍ରଭାବ କେତେ ଜଣାପଡି ନଥିବାରୁ ସେମାନେ ବେଶ୍ ସତର୍କ ରହିବା ଜରୁରୀ । ମୁଖା ପିନ୍ଧିବା ସହ ନିୟମିତ ହାତ ଧୋଇବା ଓ ଜ୍ୱର ପୀଡିତଙ୍କ ସଂସ୍ପର୍ଶରେ ନ ଆସିବା ଭଳି ପଦକ୍ଷେପ ନେଲେ ଭଲ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ବ୍ରିଟେନର ରୟାଲ କଲେଜ ଅଫ ଅବଷ୍ଟେଟ୍ରିକ୍ସ ଅନୁସାରେ ଗର୍ଭବତୀ ମହିଳାମାନେ ସଂକ୍ରମଣ ରୋକିବା ପାଇଁ ସତର୍କତା ଅବଲମ୍ବନ କରିବା ଜରୁରୀ । ଏଥିପାଇଁ ସେମାନେ ନିୟମିତ ବ୍ୟବଧାନରେ ନିଜର ଚେକ୍‌ଅପ୍ କରିବା ଦରକାର । ସ୍ୱାସ୍ଥ୍ୟ ପରୀକ୍ଷା ବେଳ କ୍ଲିନିକରେ ଏକା ସମୟରେ ୨ରୁ ଅଧିକ ରୋଗୀ ଯେପରି ନ ରହିବେ, ସେଥିପ୍ରତି ଡାକ୍ତର ଧ୍ୟାନ ଦେବା ଉଚିତ ।

ଲକଡାଉନରେ ହସପିଟାଲରେ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ସୀମିତ କାଯ୍ୟ ର୍ ହୋଇଥାଏ । ଏପରିକି ବ୍ଲଡ ଟ୍ରାନସଫ୍ୟୁଜନ ଭଳି ଜରୁରୀକାଳିନ ସେବା ବି ବାଧାପ୍ରା ହୋଇଥାଏ । ଫଳରେ ଗର୍ଭବତୀ କାହାକୁ ଦେଖାକରିବେ, ତାହା ଜାଣିପାରନ୍ତି ନାହିଁ । ଏଣୁ ଡାକ୍ତରମାନେ ସେମାନଙ୍କୁ ଏ ବାବଦରେ ବିସ୍ତୃତ ସୂଚନା ଦେଇ କେତେବେଳେ କାହାକୁ ଦେଖା କରିବାକୁ ହେବ ,ତାହା ବୁଝାଇବାକୁ ପଡିବ । ପ୍ରସବ ସମୟରେ ମାଆ ଓ କୋରୋନା ସଂକ୍ରମିତ ମାଆର ଚିକିତ୍ସା ପାଇଁ ଆବଶ୍ୟକୀୟ ସଂକ୍ରମଣ କାଯ୍ୟ ପ୍ରଣାଳୀ ଅନୁସରଣ କରିବାକୁ ହେବ । ସଂକ୍ରମିତ ମାଆଙ୍କ ପ୍ରତି ଡାକ୍ତରମାନେ ଭେଦଭାବ କରିବା ଅନୁଚିତ ।

ଉପଯୁକ୍ତ ସମ୍ମାନ ପ୍ରଦର୍ସନ ପ୍ରସୂତିଙ୍କ ଯତ୍ନ ନେବାକୁ ପଡିବ । ମୁଖା ପିନ୍ଧି , ସବୁ ସମୟରେ ହାତ ଧୋଇ ଓ ଅନ୍ୟ ସତର୍କତାମବଳକ ପଦକ୍ଷେପ ନେଇ କୋରୋନା ପଜିଟିଭ ମାଆ ଛୁଆକୁ ସ୍ତନପାନ କରାଇପାରିବ । କୋରୋନା ପଜିଟିଭ ମାଆ ପାଇଁ କୋଭିଜ-୧୯ ପାଇଁ ଉଦ୍ଦିଷ୍ଟ ସବୁ ଗାଇଡଡଲାଇନ୍ ମାନିବାକୁ ହେବ । ପଜିଟିଭ ମାଆଙ୍କ ଛୁଆମାନଙ୍କୁ ଗାଇଡଲାଇନ ଅନୁସାରେ ନିର୍ଦ୍ଦିଷ୍ଟ ବ୍ୟବଧାନରେ ପଜିଟିଭ ମାଆଙ୍କ ଛୁଆମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ପଡିବ । ଉପ ଯୁକ୍ତ ଯତ୍ନ ନିଶ୍ଚିତ କଲେ ହିଁ ଗର୍ଭବତୀ ମାଆମାନଙ୍କୁ ସଂକ୍ରମଣରୁ ରକ୍ଷା କରାଯାଇପାରିବ । ଏଥିପାଇଁ ଅଭିଜ୍ଞ ଓ ଜାଣିବା ଶୁଣିବା ସ୍ୱାସ୍ଥ୍ୟକର୍ମୀଙ୍କ ସହଯୋଗ ଦରକାର । ମହାମାରୀ ବ୍ୟାପକ ରୂପ ନେଇଥିଲା ବେଳେ ନବଜାତକଙ୍କ ଉପରେ ଭାଇରସର ପ୍ରଭାବ ପଡୁଛି କି ନାହିଁ ,ସେ ନେଇ ଆହୁରୀ ଗଭୀର ଭାବେ ଅଧ୍ୟୟନ ହେବା ଦରକାର ।

(ମତାମତ ଲେଖକଙ୍କ ନିଜସ୍ୱ )

ଲେଖକ : ଡକ୍ଟର କ୍ରାନ୍ତି ସୁରେଶ ଭୋରା, ଏମଡି, ଏମପିଏଚ, ପିଏଚଡି

(ଲେଖକ ହେଉଛନ୍ତି ଜଣେ ଅବଷ୍ଟେଟ୍ରିସିଆନ୍ । ଆମେରିକାର ଜନ ହପକିନ୍‌ସ ରୁ ଏମପିଏଚ ଓ ଆମେରିକାର ହିଁ ୟୁନିଭର୍ସିଟି ଅଫ ମାରିଲାଣ୍ଡ କଲେଜ ପାର୍କରୁ ପିଏଚଡି କରିଛନ୍ତି । କ୍ରାନ୍ତିଙ୍କ ଲେଖା ପ୍ଲସଓାନ ଭଳି ପରିଚିତ ଜର୍ନାଲ୍ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୁଲେଟିନରେ ପ୍ରକାଶିତ ହୋଇଛି । )

ABOUT THE AUTHOR

...view details