ଓଡିଶା

odisha

କୋରୋନା ନିୟମ ଉଲ୍ଲଂଘନ କରି 402 ମାମଲା ରୁଜୁ

By

Published : Mar 25, 2020, 10:59 AM IST

ଗତ ମଙ୍ଗଳବାର କେରଳରେ ପ୍ରଥମ ଦିନ ଲକ ଡାଉନରେ ନିୟମ ଉଲ୍ଲଂଘନ କରି 402 ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

covid-19
କୋରୋନା ନିୟମ ଉଲଙ୍ଘନ କରି 402 ଜଣଙ୍କ ବିରୋଧରେ ମାମଲା ରୁଜୁ

ଥୀରୁଅନନ୍ତପୁରମ:ମହାମାରୀ କୋରୋନା ବ୍ୟାପିବାରୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମଗ୍ର ଦେଶକୁୁ ଲକ୍ ଡାଉନ କରାଯାଇଛି । ଏହା ମଧ୍ୟରେ ଗତ ମଙ୍ଗଳବାର କେରଳରେ ପ୍ରଥମ ଦିନ ଲକ ଡାଉନରେ ନିୟମ ଉଲ୍ଲଂଘନ କରି 402 ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

ଏପଟେ ଲକ ଡାଉନ ନିୟମକୁ ଗୁରୁତର ସହ ନେଇ ପାଳନ କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ।

ପ୍ରକାଶ ଥାଉକି, ସମଗ୍ର ବିଶ୍ବ ଏବେ କୋରୋନା କବଳରେ ଥିବାବେଳେ ବର୍ତ୍ତମାନ ସୁଦ୍ଧା 4 ଲକ୍ଷରୁ ଉର୍ଦ୍ଧ୍ବ ଲୋକେ ଏହି ମାରାତ୍ମକ ଭାଇରସରେ ଆକ୍ରାନ୍ତ ଅଛନ୍ତି । ଏଥି ମଧ୍ୟରୁ ଭାରତରେ ବର୍ତ୍ତମାନ ସୁଦ୍ଧା 536 ଜଣ କୋରୋନା ଆକ୍ରାନ୍ତ ରହିଛନ୍ତି । ଏହାଛଡା ସମଗ୍ର ବିଶ୍ବରେ 18 ହଜାର ଲୋକେ ଏହି ଭାଇରସ କାରଣରୁ ମୃତ୍ୟୁବରଣ କରିସାରିଥିବା ବେଳେ ସେମାନଙ୍କ ମଧ୍ୟରେ 11 ଜଣ ଭାରତର ଅଛନ୍ତି ।

ABOUT THE AUTHOR

...view details