ଓଡିଶା

odisha

ETV Bharat / bharat

ଆତ୍ମଘାତୀ ବିସ୍ଫୋରକ ବାନ୍ଧି ଆତଙ୍କି ଅଞ୍ଚଳକୁ ଯିବାକୁ ମୋଦିଙ୍କୁ ମାଗିଲେ ଅନୁମତି

ପୁଲୱାମା ଆତଙ୍କି ହମଲାରେ ଶହୀଦ ଯବାନଙ୍କୁ ନେଇ ଭାବୁକ ହୋଇଗଲେ କୋର୍ଟ କର୍ମଚାରୀ । ପ୍ରତିଶୋଧ ନେବା ପାଇଁ ନିଜ ଦେହରେ ବିସ୍ଫୋରକ ବାନ୍ଧି ଆତଙ୍କି ଅଞ୍ଚଳକୁ ଯିବା ପାଇଁ ମୋଦିଙ୍କୁ ମାଗିଲେ ଅନୁମତି ।

By

Published : Feb 16, 2019, 4:02 PM IST

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ପୁଲୱାମାରେ ଆତଙ୍କି ହମଲା ଘଟଣା ଦେଶବାସୀଙ୍କୁ ଦୋହଲାଇ ଦେଇଛି । ଦେଶ ନିଜର ବୀର ଯବାନଙ୍କୁ ହରାଇ ଲୁହ ଝରାଉଛି । ଖାଲି ସେତିକି ନୁହେଁ ନିଜ ବୀରପୁତ୍ରଙ୍କ ମୃତ୍ୟୁର ପ୍ରତିଶୋଧ ନିଆଁରେ ଜଳୁଛି ସାରା ଦେଶ । ଏହି ପରିପ୍ରେକ୍ଷୀରେ ରିୱାର ଜଣେ କୋର୍ଟ କର୍ମଚାରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିଜ ଶରୀରେ ବିସ୍ଫୋଟକ ବାନ୍ଧି ଆତଙ୍କୀ ଅଞ୍ଚଳକୁ ଯିବା ପାଇଁ ଅନୁମତି ମାଗିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କର ଏନେଇ ଅନୁମତି ଦିଅନ୍ତୁ ବୋଲି ସେ ଇଚ୍ଛା ପ୍ରକାଶ କରିଛନ୍ତି ।

ମଊଗଞ୍ଜ ସିଭିଲ କୋର୍ଟରେ କାର୍ଯ୍ୟରତ କର୍ମଚାରୀ ରାଜକରଣ ସିଂହ । ସେ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କୁ ସମ୍ବୋଧିତ କରି ଲେଖିଛନ୍ତି ଯେ, ଦେଶକୁ ସୁରକ୍ଷା ଦେବା ଉଦ୍ଦେଶ୍ୟ ଯବାନମାନେ ଦିନରାତି ଜାଗ୍ରତ ରହୁଛନ୍ତି । ରାଜକରଣ ନିଜର ଏହି ପତ୍ର ମାଧ୍ୟମରେ ନିଜ ମନର ଭାବନାକୁ ଜାହିର କରିଛନ୍ତି ।

ସାରା ଦେଶ ବୀର ଯବାନଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡି ଥିବାବେଳେ ରାଜକରଣ ଶହୀଦଙ୍କ ପ୍ରତି ନିଜ ଭାବନାତ୍ମକ ସମ୍ବେଦନା ଜଣାଇଛନ୍ତି । ଯେଉଁ କାରଣରୁ ସେ ନିଜ ଶରୀରରେ ବିସ୍ଫୋଟକ ବାନ୍ଧି ଆତଙ୍କି ଅଞ୍ଚଳକୁ ଯିବା ପାଇଁ ଅନୁମତି ମାଗିଛନ୍ତି । ସୂଚନାଯୋଗ୍ୟ, ଗତ ଗୁରୁବାର ପୁଲୱାମାର ଅବନ୍ତିପୁରାର ଜାତୀୟ ରାଜପଥରେ ସିଆରପିଏଫ ଯବାନଙ୍କ ଗାଡି ଆତଙ୍କି ଆକ୍ରମଣର ଶିକାର ହୋଇଥିଲା ।

ABOUT THE AUTHOR

...view details