ଓଡିଶା

odisha

ETV Bharat / bharat

ଗଣଦୁଷ୍କର୍ମ ପୀଡିତାଙ୍କୁ ମିଳିଲା ଗର୍ଭପାତ ଅନୁମତି - ଗଣଦୁଷ୍କର୍ମ

ଗଣଦୁଷ୍କର୍ମ ଶିକାର ହୋଇଥିବା 19 ବର୍ଷୀୟ ଯୁବତୀଙ୍କୁ ଗର୍ଭପାତ ନେଇ ଅନୁମତି ଦେଇଛନ୍ତି ମଧ୍ୟପ୍ରଦେଶ ଉଚ୍ଚ ନ୍ୟାୟଳୟ ।

ପ୍ରତିକାତ୍ମକ ଫଟୋ

By

Published : May 29, 2019, 4:17 AM IST

Updated : May 29, 2019, 4:26 AM IST

ଇନ୍ଦୋର: ଦୁଷ୍କର୍ମ ପୀଡିତାଙ୍କ ଗୁହାରି ଶୁଣିଲେ ଉଚ୍ଚ ନ୍ୟାୟଳୟ । ଗଣଦୁଷ୍କର୍ମ ଶିକାର ହୋଇଥିବା 19 ବର୍ଷୀୟ ଯୁବତୀଙ୍କୁ ଗର୍ଭପାତ ନେଇ ଅନୁମତି ଦେଇଛନ୍ତି ମଧ୍ୟପ୍ରଦେଶ ଉଚ୍ଚ ନ୍ୟାୟଳୟ । ପୀଡିତା ଜଣକ 9 ସପ୍ତାହର ଗର୍ଭ ରହିଥିବାବେଳେ ଇନ୍ଦୋର ଉଚ୍ଚ ନ୍ୟାୟଳୟ ପୀଠରେ ଶୁଣାଣି ଚାଲିଥିଲା ।

ଯେଉଁଥିରେ ବିଚାରପତି ବିରେନ୍ଦର ସିଂହ ପୀଡିତା ଜଣକୁ ଆଇନଗତ ଭାବେ ଗର୍ଭପାତ କରିବା ନେଇ ଦାୟର କରିଥିବା ଯାଚିକାର ଶୁଣାଣି କରି ସୋମବାର କୋର୍ଟ ପକ୍ଷରୁ ଅନୁମତି ମିଳିଛି । ଏନେଇ କୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ହୋଇଥିବା ମେଡିକାଲ ବୋର୍ଡ ପକ୍ଷରୁ ପୀଡିତାଙ୍କ ଡାକ୍ତରୀ ଯାଞ୍ଚ ହୋଇଥିଲା ।

ଆଉ ଏହି ଯାଞ୍ଚ ପରେ ପୀଡିତା ଜଣଙ୍କର ସୁରକ୍ଷିତ ଗର୍ଭପାତ ହୋଇ ପାରିବା ନେଇ ନିଜ ରିପୋର୍ଟ ଦେଇଛନ୍ତି । ସୂଚନା ମୁତାବକ, କିଛିମାସ ପୂର୍ବରୁ ଦୁଇ ଜଣ ଯୁବକ ଉକ୍ତ ଯୁବତୀଙ୍କୁ ଅପହରଣ କରିନେଇ ଗଣଦୁଷ୍କର୍ମ କରିଥିଲେ । ଯାହାର ଶୁଣାଣି ବର୍ତମାନ ଯାଁଏ କୋର୍ଟରେ ଚାଲିଥିବାବେଳେ ଭ୍ରୁଣର ଡିଏନଏ ସାମ୍ପୁଲ ନେବାକୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Last Updated : May 29, 2019, 4:26 AM IST

ABOUT THE AUTHOR

...view details