ଓଡିଶା

odisha

ETV Bharat / bharat

ଖୁବଶୀଘ୍ର ପ୍ରତିଷ୍ଠା ହେବ ଦେଶର ପ୍ରଥମ ‘ସୈନ୍ୟ ଶକ୍ତି ସ୍ମାରକୀ ସ୍ଥଳ’

ଖୁବଶୀଘ୍ର ରାଜସ୍ଥାନରେ ପ୍ରତିଷ୍ଠା ହେବାକୁ ଯାଉଛି ସୈନ୍ୟ ଶକ୍ତି ସ୍ମାରକ ସ୍ଥଳ । ଜିଲ୍ଲା ମୁଖ୍ୟାଳୟରୁ ମାତ୍ର 10 କିମି ଦୂରରେ ଥିବା ଦୋରାସର ଗାଁରେ ଏହି ସ୍ମାରକ ସ୍ଥଳ ପ୍ରତିଷ୍ଠା ହେବାର ଯୋଜନା ରହିଛି। ଅଧିକ ପଢନ୍ତୁ...

Country's 1st Sainya Shakti Smarak Sthal, rajasthan latest news, ରାଜସ୍ଥାନ ଲାଟେଷ୍ଟ ନ୍ୟୁଜ୍‌, ଦେଶର ପ୍ରଥମ ‘ସୈନ୍ୟ ଶକ୍ତି ସ୍ମାରକୀ ସ୍ଥଳ’
ଖୁବଶୀଘ୍ର ପ୍ରତିଷ୍ଠା ହେବ ଦେଶର ପ୍ରଥମ ‘ସୈନ୍ୟ ଶକ୍ତି ସ୍ମାରକୀ ସ୍ଥଳ’

By

Published : Jan 15, 2020, 3:54 AM IST

ଜୟପୁର: ଦେଶମାତୃକାର ସେବା ପାଇଁ କେତେ ଯବାନ ନିଜ ଜୀବନର ଅର୍ଘ୍ୟ ଢାଳିଛନ୍ତି ତାହାର କଳନା କରିବା କଷ୍ଟକର । ହେଲେ ଏହି ଯବାନମାନଙ୍କ ସ୍ମୃତି ପାଇଁ ଦେଶରେ ନାହିଁ ଗୋଟିଏ ବି ଶକ୍ତି ସ୍ମାରକ ସ୍ଥଳ । ଯାହାର ସ୍ଥାନ ପୂରଣ କରିବା ପାଇଁ ଖୁବଶୀଘ୍ର ରାଜସ୍ଥାନରେ ପ୍ରତିଷ୍ଠା ହେବାକୁ ଯାଉଛି ସୈନ୍ୟ ଶକ୍ତି ସ୍ମାରକ ସ୍ଥଳ । ଜିଲ୍ଲା ମୁଖ୍ୟାଳୟରୁ ମାତ୍ର 10 କିଲୋମିଟର ଦୂରରେ ସ୍ଥିତ ଦୋରାସର ଗାଁରେ ଏହି ସ୍ମାରକ ସ୍ଥଳ ପ୍ରତିଷ୍ଠା ହେବାର ଯୋଜନା ରହିଛି ।

ଖୁବଶୀଘ୍ର ପ୍ରତିଷ୍ଠା ହେବ ଦେଶର ପ୍ରଥମ ‘ସୈନ୍ୟ ଶକ୍ତି ସ୍ମାରକୀ ସ୍ଥଳ’

ଏହି ସ୍ମାରକ ସ୍ଥଳରେ 42 ଯବାନଙ୍କ ପ୍ରତିମୂର୍ତ୍ତି ପାଇଁ 22ଟି ବ୍ଲକ ପ୍ରସ୍ତୁତ କରାଯାଇଛି । ତେବେ ଏହି ପ୍ରତିମୂର୍ତ୍ତି ଜରିଆରେ ଯୁଦ୍ଧର 12ଟି ପୋଜିସନ ଦର୍ଶାଯାଇଛି । ଏଥିସହ ପ୍ଲାଜା ଅଫ ଫ୍ରିଡମର ମଧ୍ୟଭାଗରେ ଅମର ଯବାନ ଜ୍ୟୋତିର ପ୍ରତୀକ ଲଗା ଯିବାର ଯୋଜନା ରହିଛି । ପ୍ରାୟ 4.5 କୋଟି ଟଙ୍କା ବିନିମୟରେ ପ୍ରସ୍ତୁତ ହେଉଥିବା ଏହି ସ୍ମାରକ ସ୍ଥଳରେ 13500 ବର୍ଗ ଫୁଟର ପ୍ଲାଜା ଅଫ ଫ୍ରିଡମ ପ୍ରସ୍ତୁତ କରାଯାଇଛି ।

ଏଥିସହ ଏହି ସ୍ମାରକ ସ୍ଥଳରେ 3 ସେନା ଦ୍ବାରା ବ୍ୟବହୃତ ହତିଆର ତଥା ସମୂଦ୍ର, ଏୟାର କ୍ରାଫ୍ଟ ଓ ଜାହାଜ ଆଦିର ପ୍ରତୀକକୁ 2ଡି ଓ 3ଡି ଆକାରରେ ପ୍ରଦର୍ଶନ ମଧ୍ୟ କରାଯିବ । ତେବେ ଏଠାରେ ଏକକାଳୀନ 75 ଲୋକେ ବସି ଫିଲ୍ମ ମାଧ୍ୟମରେ ବୀର ଯବାନଙ୍କ ଜୀବନୀ ଦେଖିବାର ବ୍ୟବସ୍ଥା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details