ଓଡିଶା

odisha

ETV Bharat / bharat

ଖୋଲିଲା ଇଭିଏମ ପେଡି, ଆରମ୍ଭ ହେଲା ଗଣତି

ଆରମ୍ଭ ହୋଇଯାଇଛି ଗଣତି । ଖୋଲିଲା ଇଭିଏମ । ଦେଶର 542 ଲୋକସଭା ଆସନ ପାଇଁ ଆରମ୍ଭ ହେଲା ଗଣତି । 4 ରାଜ୍ୟର ବିଧାନସଭା ପାଇଁ ମଧ୍ୟ ଆରମ୍ଭ ହେଲା ଭୋଟ ଗଣତି ।

By

Published : May 23, 2019, 8:25 AM IST

Updated : May 23, 2019, 8:31 AM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ/ଭୁବନେଶ୍ବର: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଆରମ୍ଭ ହୋଇଯାଇଛି ଗଣତି । ଖୋଲିଲା ଇଭିଏମ । ଆସିବ ଦେଶର ବଡ ମହାସମରର ଫଳାଫଳ । କିଏ ଗଢିବ ସରକାର ? କାହାର ହେବ ସିଂହାସନ ? ଏ ସମସ୍ତ ପ୍ରଶ୍ନର ଘଟିବ ଅନ୍ତ । ଦେଶର 542 ଲୋକସଭା ଆସନ ପାଇଁ ଆରମ୍ଭ ହେଲା ଗଣତି । ଓଡିଶାର 21 ଲୋକସଭା ଆସନ ପାଇଁ 174 ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ ।

ସେହିପରି ଓଡିଶା ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଆରମ୍ଭ ହୋଇଛି ଗଣତି । 146 ବିଧାନସଭା ଆସନରୁ 1127 ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା । ଲୋକସଭା ସହ 4 ରାଜ୍ୟର ବିଧାନସଭା ପାଇଁ ମଧ୍ୟ ଆରମ୍ଭ ହେଲା ଭୋଟ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟ ପେଡି ଖୋଲିବ । ଏହାର ଅଧଘଣ୍ଟା ପରେ ଇଭିଏମରେ ଆରମ୍ଭ ହେବ ଗଣତି ।

Last Updated : May 23, 2019, 8:31 AM IST

ABOUT THE AUTHOR

...view details