ଭୋପାଳ: କୋରୋନା ଯୁଦ୍ଧରେ ମାସ୍କକୁ ଏକ ପ୍ରମୁଖ ଅସ୍ତ୍ର ଭାବରେ ବିବେଚନା କରାଯାଏ । ଏଥିପାଇଁ ମାସ୍କକୁ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଉପଲବ୍ଧ କରାଇବାକୁ ଚେଷ୍ଟା କରାଯାଉଛି । ଏପରିସ୍ଥଳେ ଜୀବନ ଶକ୍ତି ଯୋଜନା ଅଧୀନରେ ମଧ୍ୟପ୍ରଦେଶ ସରକାର ମାସ୍କ ତିଆରି ଆରମ୍ଭ କରିଛନ୍ତି ।
ଏହି ଯୋଜନା ମାଧ୍ୟମରେ ପ୍ରାୟ 4200 ମହିଳା ମାସ୍କ ତିଆରି ପାଇଁ ପଞ୍ଜୀକୃତ କରିଛନ୍ତି । ଏହି ମାସ୍କ ସମ୍ପୂର୍ଣ୍ଣ ସୂତାରେ ତିଆରି ହେବ | ସରକାର ମହିଳାଙ୍କଠାରୁ ମାସ୍କ କିଣିବେ ଏବଂ ପ୍ରତି ଖଣ୍ଡ ପିଛା 11 ଟଙ୍କାରେ ବିକ୍ରି କରିବେ |
ଏହି ଯୋଜନା ଅନୁଯାୟୀ ସହରାଞ୍ଚଳରେ ରହୁଥିବା ମହିଳାମାନେ ମାସ୍କ ତିଆରି ପାଇଁ ନିୟୋଜିତ ହେବେ । ସେମାନଙ୍କୁ ସରକାରଙ୍କ କେନ୍ଦ୍ରୀୟ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡିବ।