ନୂଆଦିଲ୍ଲୀ: 2021 ଜୁଲାଇ ସୁଦ୍ଧା ଭାରତରେ ପ୍ରାୟ 25 କୋଟି ଲୋକଙ୍କୁ କୋରୋନା ଟିକାର ପ୍ରାୟ 400-500 ମିଲିୟନ ଡୋଜ ଦିଆଯିବ ବୋଲି ଆକଳନ କରାଯାଇଛି। ଏନେଇ ରବିବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ. ଟିକା ପ୍ରସ୍ତୁତ ହେବା ପରେ ଲୋକଙ୍କ ମଧ୍ୟରେ ଟିକାର ସମାନ ବଣ୍ଟନ ପାଇଁ ସରକାର କାର୍ଯ୍ୟ କରୁଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆମର ସବୁଠାରୁ ବଡ ପ୍ରାଥମିକତା ଯେ କିଭଳି ଭାବେ ପ୍ରତ୍ୟେକ ଲୋକଙ୍କ ପାଖରେ ଟିକା ପହଞ୍ଚିବ ।