ଓଡିଶା

odisha

ETV Bharat / bharat

ଭାଇରସ ବଢାଇଲା ବ୍ୟବସାୟ, ଲୁଗା ଦୋକାନର ନାଁ 'କୋରୋନା ପେରେଡ୍'

କେରଳରେ ରହିଛି ଏକ ଲୁଗା ଦୋକାନ ଯାହାର ନାମ 'କୋରେନା ପେରେଡ୍'। ତେବେ ଏହି ମାରାତ୍ମକ ଭାଇରସ ସାରା ବିଶ୍ବକୁ କାବୁ କରିବା ପରେ ଦୋକାନ ସାମ୍ନାରେ ଜମୁଛି ପ୍ରବଳ ଭିଡ। ଅଧିକ ଖବର ପଢନ୍ତୁ...

corona virus
ଭାଇରସ ବଢାଇଲା ବ୍ୟବସାୟ,ଲୁଗା ଦୋକାନର ନାଁ 'କୋରୋନା ପେରେଡ୍'

By

Published : Mar 18, 2020, 6:47 PM IST

ଥିରୁଅନନ୍ତପୁରମ: ଏବେ ଦେଶବାସୀଙ୍କୁ କୋରୋନା ଭୟଭୀତ କରି ରଖିଛି । ଏହି ଭାଇରସର ନାଁ ଶୁଣିଲା ବେଳକୁ ଲୋକଙ୍କ ଅବସ୍ଥା ସାଂଘାତିକ ହୋଇଯାଉଛି । ତେବେ ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ କେରଳର ଏକ ଲୁଗା ଦୋକନ ସମସ୍ତଙ୍କୁ ତା ଆଡକୁ ଆକର୍ଷିତ କରୁଛି ।

ସୂଚନା ଅନୁସାରେ, ଏହି ଲୁଗା ଦୋକାନଟି କେରଳର ମୁଭାତୁପୁଜାହା ଗାଁରେ ରହିଛି । ଯାହା କୋଚୀ ଠାରୁ 40 କିଲୋମିଟର ଦୂରରେ ଅବସ୍ଥିତ । ତେବେ ପରେଡ ନାମକ ବ୍ୟକ୍ତି ଏହି ଲୁଗା ଦୋକାନ କରିଥିବା ବେଳେ ଏହାର ସମ୍ପୂର୍ଣ୍ଣ ନାମ 'କୋରେନା ପେରେଡ୍' ରହିଛି ।

ଏହି ଭାଇରସ ଆସିବା ପରଠୁ ଦୋକାନର ନାଁ ଖୁବ୍ ପ୍ରସିଦ୍ଧି ଲାଭ କରିଛି । ଏହି ଦୋକାନର ନାଁ ଦେଖିବା ପରେ ସମସ୍ତେ ଦୋକାନ ସାମ୍ନାରେ ଭିଡ ଜମେଇବା ସହ ସେଲଫି ନେଉଛନ୍ତି ବୋଲି ଦୋକାନୀ କହିଛନ୍ତି । ଏପରିକି ଲୋକମାନେ ଟ୍ରେନରୁ ବାହାରିବା ପରେ କିଛି ସମୟ ପାଇଁ ଅଟକି ନାଁଟିକୁ ଧ୍ୟାନର ସହ ପଢୁଛନ୍ତି ।

ତେବେ ଡିକ୍ସିନାରୀରେ ଏହି ନାଁଟିକୁ ପଢିବା ସମୟରେ ଦୋକାନୀ ଜଣଙ୍କୁ ନାଁ ବହୁତ ପସନ୍ଦ ଆସିଥିବାରୁ ସେ ଏପରି ନାମକରଣ କରିଥିଲେ ବୋଲି କହିଛନ୍ତି । ହେଲେ କୋରୋନା ଭାଇରସ ଆସିବା ପରଠୁ ଦୋକାନରେ ପ୍ରବେଶ କରିବା ପୂର୍ବରୁ ଗ୍ରାହକଙ୍କୁ ହ୍ୟାଣ୍ଡ ସାନିଟାଇଜର ଦେବା ସହ ବିଭିନ୍ନ ସତର୍କତା ଗ୍ରହଣ କରାଯାଉଛି ।

ABOUT THE AUTHOR

...view details