ଓଡିଶା

odisha

By

Published : Mar 12, 2020, 11:25 AM IST

ETV Bharat / bharat

କୋରୋନା ଭୟ: ଗ୍ରୀସରେ ସ୍କୁଲ ଓ ବିଶ୍ବବିଦ୍ୟାଳୟ ବନ୍ଦ

ଗ୍ରୀସରେ ଏମ୍ପୋୟର୍ସ ଆସୋସିଏସନ ସହିତ ସହଯୋଗ କରି ସରକାର କର୍ମଚାରୀଙ୍କୁ ଘରେ କିମ୍ବା ସିଫ୍ଟ ହିସାବରେ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

Coronavirus
ଗ୍ରୀସରେ ସ୍କୁଲ ଓ ବିଶ୍ବବିଦ୍ୟାଳୟ ବନ୍ଦ

ଆଥେନ୍ସ: ବ୍ୟାପୁଛି କୋରୋନା । ଆତଙ୍କିତ ବିଶ୍ବବାସୀ । ଏହି ପ୍ରରିପେକ୍ଷୀରେ ଭାଇରସର ବୃଦ୍ଧିକୁ ନଜରରେ ରଖି ସ୍କୁଲ ଓ ବିଶ୍ବବିଦ୍ୟାଳୟକୁ ଆସନ୍ତା 14 ଦିନ ପାଇଁ ବନ୍ଦ ରଖିବାକୁ ଆଦେଶ ଜାରି କରିଛି । ଏନେଇ ହେଲଥ ମିନିଷ୍ଟର ବାସିଲିସ କିକିଲିୟା ଏହି ଘୋଷଣା କରିଛନ୍ତି ।

ସ୍ଥାନୀୟ ଗଣ ମାଧ୍ୟମର ଖବର ଅନୁସାରେ, ମଙ୍ଗଳବାର ମନ୍ତ୍ରୀ ସମସ୍ତ ସମିତି ଅଧିକାରୀଙ୍କ ସହ ବସି ଆଲୋଚନା କରିବାପରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଏହା ପବ୍ଲିକ ଓ ପ୍ରାଇଭେଟ ସ୍ତରର ସମସ୍ତ କିଣ୍ଡରଗାର୍ଡେନରୁ ଆରମ୍ଭ କରି ଟେରିଟୋରୀ ଏଜୁକେସନରେ ଲାଗୁ ହେବ ।

ଅଭିଭାବକମାନେ ନିଜ ପିଲାମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ଅପିଲ କରିଛନ୍ତି । ସେ କହିଛନ୍ତି 'ପୁଣି ଥରେ ମୁଁ ଯୋର ଦେଇ କହିବିଯେ, ଆମକୁ ଭଲ ଭାବେ ନିଜ ସୁରକ୍ଷା ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ ଅଟେ'। ସେ ଆହୁରି କହିଛନ୍ତି, ଏମ୍ପୋୟର୍ସ ଆସୋସିଏସନ ସହିତ ସହଯୋଗ କରି ସରକାର କର୍ମଚାରୀଙ୍କୁ ଘରେ କିମ୍ବା ସିଫ୍ଟ ହିସାବରେ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଗ୍ରୀସରେ କୋଭିଡ-19ରେ ସଂକ୍ରମଣର ପ୍ରଥମ ମାମଲା 26 ଫେବୃଆରୀକୁ ସାମ୍ନାକୁ ଆସିଥିଲା । ଏହାପରେ ବର୍ତ୍ତମାନ ପର୍ଯ୍ୟନ୍ତ 89ଟି ମାମଲା ପୃଷ୍ଟି ହୋଇଛି ।

@IANS

ABOUT THE AUTHOR

...view details