ଓଡିଶା

odisha

ହଟସ୍ପଟ ହାୱଡାରେ ଭିଡହିଂସା, ଦୁଇ ପୋଲିସ ଆହତ

By

Published : Apr 29, 2020, 9:06 AM IST

ପଶ୍ଟିମବଙ୍ଗ ରାଜଧାନୀ କୋଲକାତା ନିକଟସ୍ଥ ହାଓ୍ବଡା ଠାରେ ସାମାଜିକ ଦୂରତାକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରୁଥିବା ପୋଲିସ କର୍ମଚାରୀଙ୍କ ଉପରକୁ ଲାକେ ଆକ୍ରମଣ କରିଥିଲେ । ଫଳରେ ଏହି ଘଟଣାରେ ଦୁଇଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି ।

moblyching
ଦୁଇ ପୋଲିସ କର୍ମଚାରୀ ଆହତ

କୋଲକାତା: ଲକଡାଉନ ମଧ୍ୟରେ ଦୁଇ ପୋଲିସ କର୍ମଚାରୀଙ୍କ ଉପରକୁ ଆକ୍ରମଣ । ପଶ୍ଟିମବଙ୍ଗ ରାଜଧାନୀ କୋଲକାତା ନିକଟ ହାଓ୍ବଡା ଠାରେ ସାମାଜିକ ଦୂରତାକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରୁଥିବା ପୋଲିସ କର୍ମଚାରୀଙ୍କ ଉପରକୁ ଲାକେ ଆକ୍ରମଣ କରିଥିଲେ । ଫଳରେ ଏହି ଘଟଣାରେ ଦୁଇଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି ।

ସୂଚନା ଅନୁୟାୟୀ, ଏହି ଘଟଣା ଟିକିଆପଡା ଠାରେ ଘଟିଛି । ଗତ ମଙ୍ଗଳବାର ଲୋକମାନେ ହଠାତ୍ ରାସ୍ତାକଡ ବଜାରରେ ଭିଡ ଜମାଇଥିଲେ । ଏହାକୁ ଦେଖି ପୋଲିସ ଭିଡକୁ ହଟାଇବା ପାଇଁ ସେଠାରେ ପହଞ୍ଚିଥିଲେ ।

ମାତ୍ର ପୋଲିସଙ୍କୁ ଦେଖି ଲୋକମାନେ କ୍ରୋଧିତ ହୋଇ ପୋଲିସ ଉପରକୁ ଟେକା ପଥର ଫିଙ୍ଗିବା ସହ ସେମାନଙ୍କୁ ଗୋଡାଇଥିଲେ । ଏହାକୁ ଦେଖି ପୋଲିସ ଟିକିଆପଡା ପୋଲିସ ଆଉଟପୋଷ୍ଟରେ ଥିବା ଆଶ୍ରୟସ୍ଥଳୀ ନିକଟକୁ ଆଶ୍ରୟ ନେବାକୁ ଯାଇଥିଲେ । କିନ୍ତୁ ଲୋକମାନେ ପୋଲିସ ଆଉଟପୋଷ୍ଟକୁ ମଧ୍ୟ ପଥର ଫିଙ୍ଗିଥିଲେ। ଯେଉଁଥିରେ ଦୁଇ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଏହି ଘଟଣାକୁ ଅତି ଦୁର୍ଭାଗ୍ୟଜନକ କହିଥିବା ବେଳେ ଘଟଣାର କଡା କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ମମତା ବାନାର୍ଜୀ ସରକାରଙ୍କ ମନ୍ତ୍ରୀ ରାଜୀବ ବାନାର୍ଜୀ କହିଛନ୍ତି ।

ABOUT THE AUTHOR

...view details