ବେଜିଂ: ଚୀନରେ କୋରୋନା ଭାଇରସ ସ୍ଥିତି ଦିନକୁ ଦିନ ଭୟାନକ ରୂପ ନେଉଛି । ଯାହାକୁ ଦୃଷ୍ଟିରେ ରଖି ଚୀନରେ ଫସିଥିବା ନିଜ ନିଜ ନାଗରିକଙ୍କୁ ଉଦ୍ଧାର କରୁଛନ୍ତି ବିଭିନ୍ନ ଦେଶ । ଏହି କ୍ରମରେ ଚୀନର ହୁୱାଇ ପ୍ରାନ୍ତର ଭିନ୍ନ ଭିନ୍ନ ସହରରେ ଫସିଥିବା ନିଜର 175 ନାଗରିକଙ୍କୁ ସ୍ବଦେଶ ଫେରାଇ ଆଣିଛି ନେପାଳ ।
ବେଜିଂର ନେପାଳ ଦୂତାବାସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ନେପାଳ ଏୟାରଲାଇନ୍ସର ଚାର୍ଟାଡ ବିମାନ ହୁୱାଇ ପ୍ରାନ୍ତର 6ଟି ସହରରେ ଫସିଥିବା 175 ନାଗରିକଙ୍କୁ ଏୟାରଲିଫ୍ଟ କରିଛି । ସେମାନଙ୍କ ମଧ୍ୟରୁ 170 ଜଣ ଛାତ୍ର ରହିଥିବାବେଳେ ଜଣେ କର୍ମଚାରୀ, 2 ଜଣ ପର୍ଯ୍ୟଟକ ଏବଂ 2 ଜଣ ଶିଶୁ ରହିଛନ୍ତି । ଚୀନର ସ୍ଥାନୀୟ ସମୟ ଅନୁଯାୟୀ ବିମାନଟି ସେଠାରୁ ରାତି 12ଟା 52 ମିନିଟ ସମୟରେ ଉଡାଣ ଭରିଥିଲା ଏବଂ ନେପାଳର ସ୍ଥାନୀୟ ସମୟ ଅନୁଯାୟୀ ରାତି ପ୍ରାୟ 4ଟା ସମୟରେ ନେପାଳର ତ୍ରିଭୁବନ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ଲ୍ୟାଣ୍ଡ କରିଥିଲା ।